Excuse Me Odisha

ଯାହା କହିବୁ ସତ କହିବୁ

ଘର ଚାରିପାଖରେ କେଉଁ ସବୁ ଗଛ ରହିଲେ ମନୁଷ୍ୟକୁ କରିଥାଏ ଧନୀ । ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ଘରେ ଆଖପାଖରେ କିଛି ଗଛ ରହିବା ଶୁଭ ହେଉଥିବା ବେଳେ ଆଉ କିଛି ଗଛ ରହିବା ଅଶୁଭ ହୋଇଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ ସେହିସବୁ ଗଛ ବିଷୟରେ କହିବୁ । ପୂର୍ବ ଉତ୍ତର ଏବଂ ପଶ୍ଚିମରେ ତେନ୍ତୁଳି ଗଛ ରହିବା ଆଦୋୖ ଉଚିତ ନୁହେଁ । ଏହି ଗଛ ଘର ପାଖରେ ରହିଲେ ଘରେ ସବୁବେଳେ ସମସ୍ୟା ଲାଗି ରହିଥାଏ । ଏହା ମଧ୍ୟ କୁହାଯାଏ ଯେ ଏହି ଗଛରେ ଭୂତ ପ୍ରେତ ଏବଂ ଆତ୍ମା ରହିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ଚାରି ପାଖରେ କଣ୍ଟା ଜାତୀୟ ଗଛ ରହିବା ମଧ୍ୟ ଭଲ ହୋଇ ନଥାଏ । ଯେମିତିକି ବରକୋଳି ସିଜୁ ଇତ୍ୟାଦି । ଘର ନିକଟରେ ଡିମିରି ଗଛ ଏବଂ ଆତ ଗଛ ରହିଲେ ମଧ୍ୟ ତାହା ଘର ପାଇଁ ଖୁବ ଅଶୁଭ ହୋଇଥାଏ ।

ଯାହାଦ୍ୱାରା ଘରକୁ ରୋଗ , ଶୋକ ଏବଂ ଦାରିଦ୍ର୍ୟତା ମାଡ଼ି ବସିଥାଏ । ଘରର ଦକ୍ଷିଣ ପଶ୍ଚିମରେ କୂପ , ନାଳକୂଳ , ଗାଡ଼ିଆ , ପୋଖରୀ ରହିଲେ ମାନସିକ ଅଶାନ୍ତି ଦେଖା ଦେଇଥାଏ । ଘରର ଚାରି ପାଖରେ ତୁଳସୀ ଗଛ ଏବଂ ଦେବଦାରୁ ଗଛ ଲଗାଇଲେ ଘରକୁ ସୁଖଶାନ୍ତି ଆସିଥାଏ । ଏହାଦ୍ୱାରା ଘରୁ ସବୁ ପ୍ରକାରର ନକାରାତ୍ମକତା ଦୂର ହୋଇଥାଏ ।

ଘରର ଭିତରକୁ ସଫାସୁତୁରା ରଖିବା ସହିତ ଘରର ବାହାରକୁ ମଧ୍ୟ ପରିଷ୍କାର ରଖିବା ଉଚିତ । ହିନ୍ଦୁ ଧର୍ମରେ ତୁଳସୀ ଗଛରେ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଏ । ଏହି ଗଛକୁ ଘରେ ଲଗାଇଲେ ଘରେ ସୁଖ ଶାନ୍ତିର ବାତାବରଣ ଦେଖିବାକୁ ମିଳେ । ଯେଉଁ ଘରେ ତୁଳସୀ ଗଛର ପୂଜା ଅର୍ଚ୍ଚନା କରାଯାଏ ସେହି ଘରେ ସର୍ବଦା ଭଗବାନ ବିଷ୍ଣୁଙ୍କ ଉପସ୍ଥିତି ଏବଂ ଆଶୀର୍ବାଦ ରହିଥାଏ ।

ଯେଉଁ ଘରର ଚାରି ପାଖରେ ବେଲ ବୃକ୍ଷ ଥାଏ ସେହି ଘରର ଉପରେ ମହାଦେବଙ୍କର ଆଶୀର୍ବାଦ ସଦା ସର୍ବଦା ରହିଥାଏ । ଘରେ ଶମୀ ବୃକ୍ଷ ରଖିଲେ ଘର ଉପରେ ଶନି ଦେବଙ୍କ କୃପା ସର୍ବଦା ବର୍ଷା ହୋଇଥାଏ ଏବଂ ଘର ଉପରକୁ କେବେ କୌଣସି ସମସ୍ୟା ଆସି ନଥାଏ । ଘରେ ପୂର୍ବ କିମ୍ବା ଉତ୍ତର ଦିଗରେ ଅଁଳା ଗଛ ରହିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଗଛକୁ ପୂଜା କଲେ ସବୁ ମନସ୍କାମନା ପୂରଣ ହୋଇଥାଏ । ହିନ୍ଦୁ ଧର୍ମରେ ଅଶୋକ ବୃକ୍ଷକୁ ଅତ୍ୟନ୍ତ ସ୍ୱତନ୍ତ୍ର ମାନା ଯାଇଛି । ଏହି ଗଛ ଘର ପାଖରେ ରହିଲେ ତାହା ଅନେକ ଶୁଭ ଫଳ ଦେଇଥାଏ । ଯେଉଁ ଘରେ ଏହି ଗଛ ଥାଏ ସେହି ଘରର ଲୋକଙ୍କ ମଧ୍ୟରେ ଖୁବ ଭଲ ସମ୍ପର୍କ ରହିଥାଏ । ଘର ପାଖରେ ଅରଖ ଫୁଲ ଗଛ ରହିଲେ ତାହା ଅଶୁଭ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *