Excuse Me Odisha

ଯାହା କହିବୁ ସତ କହିବୁ

ଜାଣି ନିଅନ୍ତୁ ଏହି ସଞ୍ଜିବନି ବୁଟି ବିଷୟରେ । ଖାସ କରି ୬୫ ବର୍ଷ ପର୍ଯ୍ୟନ୍ତ ଆସିବନି ବାର୍ଦ୍ଧକ୍ୟ ।

ସେୟାର୍ କରନ୍ତୁ

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଜ୍ଞାନୀ ବ୍ୟକ୍ତିଙ୍କୁ କେବେ ପରାଜିତ କରାଯାଇ ପାରିବ ନାହିଁ । ଆମ ଭାରତ ମାଟିରେ ଏମିତି ଅନେକ ଔଷଧୀୟ ବୃକ୍ଷ ରହିଛି ଯାହାର ଅନେକ ରୋଗର ନିରାକରଣ ପାଇଁ ବ୍ୟବହାର ହୋଇଥାଏ । ଏମିତିକି ଆମ ହିନ୍ଦୁ ଧର୍ମରେ ଗଛକୁ ଭଗବାନଙ୍କ ସ୍ୱରୂପ ମାନି ପୂଜା କରାଯାଏ । ଆଜି ଆମେ ଆପଣଙ୍କୁ ମହୁଲ ଗଛ ବିଷୟରେ କଖିବୁ ଯାହାକୁ ଆଦିବାସୀ ଲୋକ ମାନେ ଭଗବାନ ମାନି ପୂଜା କରିଥାନ୍ତି । ଷଷ୍ଠୀ ଦିନ ଷଷ୍ଠୀ ମାତାଙ୍କୁ ଫୁଲ ଆକାରରେ ମହୁଲ ଫୁଲ ଆଣି ପ୍ରସାଦ ଆକାରରେ ଦିଆଯାଏ । ମହୁଲ ଗଛର ଛାଲିକୁ ମାଲକଂଗନି ତେଲ ସହିତ ପେଶୀ ଭାଙ୍ଗି ଯାଇଥିବା ହାଡ଼ ସ୍ଥାନରେ ବାନ୍ଧିଲେ ତାହା ଭଲ ହୋଇଯାଏ ।

ଯଦି କାହାକୁ ବିଛା କାମୁଡ଼ିଛି ତେବେ ସେହି ସ୍ଥାନରେ ମଧ୍ୟ ମହୁଲ ଫୁଲକୁ ପେଶୀ ଲଗାଇ ଦେଲେ ତାହା ମଧ୍ୟ ଭଲ ହୋଇଯାଏ । ମହୁଲ ଛାଲିରେ ଫୁଟା ପାଣିରେ ଧୋଇଲେ ବହୁତ ଜଲଦି ଘା ଭଲ ହୋଇଯାଏ । ଗାଈ ଗୋରୁ କିମ୍ବା ଅନ୍ୟ ପଶୁ ଶରୀରରେ ଘା ହୋଇଥିଲେ ତାହା ରାମବାଣ ସଦୃଶ୍ୟ କାମ କରେ ।

ଯଦି ଦାନ୍ତ ବ୍ୟଥା ଜନିତ ସମସ୍ୟା ରହିଛି ତେବେ ମହୁଲ ଗଛର ଛାଲି ଆଣି ଭଲ ଭାବରେ ଖରାରେ ଶୁଖାଇ ଗ୍ରାଇଣ୍ଡ କରି ଦିଅନ୍ତୁ । ଛୋଟ ଛୋଟ ପୁଡ଼ିଆ ବନାଇ ରଖି ଦିଅନ୍ତୁ ଏବଂ ପ୍ରତ୍ୟେକ ଦିନ ଟୁଥପେଷ୍ଟ ଆକାରର ବ୍ୟବହାର କଲେ ଦାନ୍ତ ବିନ୍ଧା ଭଲ ହୋଇଯିବ । ମହୁଲ ଗଛରେ କୌଣସି ପରଜୀବୀ ଗଛ ହୋଇଥିଲେ ତାହା ଆପଣଙ୍କୁ ଭାଗ୍ୟରେ ମିଳିଥାଏ ।

ତେଣୁ ତାହାକୁ ରବିପୁଷ୍ୟ ନକ୍ଷତ୍ରରେ କିମ୍ବା ସୂର୍ଯ୍ୟ ଗ୍ରହଣରେ ଘରକୁ ନେଇ ଆସନ୍ତୁ । ତାହାକୁ ଏକ ପରିଷ୍କାର ରେଶମୀ କପଡ଼ାରେ ଢ଼ାଙ୍କି ନେଇ ଆସନ୍ତୁ । ତାହାକୁ ଆଣି ଘରେ ଦେବତା ଭାବରେ ପ୍ରତିଷ୍ଠା କରନ୍ତୁ । ଏହାଦ୍ବାରା ଘରେ କୌଣସି ପ୍ରକାରର ଅଭାବ ହୁଏନାହିଁ । ଯଦି ଆପଣଙ୍କର କୌଣସି କାର୍ଯ୍ୟ କରିବା ସମୟରେ ସମସ୍ୟା ଆସୁଛି ତେବେ ମହୁଲ ଗଛ ମୂଳରେ କଞ୍ଚା କ୍ଷୀର ଅର୍ପିତ କରାନ୍ତୁ । ଏହି କାମ ଅମାବାସ୍ୟା ଦିନ ସକାଳ ସମୟରେ କରି ପାରିବେ । ମହୁଲ ଗଛର ମୂଳକୁ ଆଣି ପୂଜା କରି ବେକରେ ଧାରଣ କଲେ ସବୁ ପ୍ରକାରର ରୋଗ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *