Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତିଦିନ ସକାଳୁ ତୁଳସୀ ଗଛରେ କରି ଦିଅନ୍ତୁ ଏହି ଖାସ ଉପାୟ । ଜୀବନସାରା ରହିବେ ମାଲାମାଲ ।

ସେୟାର୍ କରନ୍ତୁ

ଅନେକ ସମୟରେ ମନୁଷ୍ୟ ଯେତେ କଠିନ ପରିଶ୍ରମ କରୁ ନା କାହିଁକି ସଫଳତା ତ ଦୂରର କଥା ସବୁବେଳେ ଜୀବନରେ ସମସ୍ୟା ଏବଂ ଚିନ୍ତା ଘାରି ଥାଏ । ଯାହାକୁ ମନୁଷ୍ୟ କେବେବି ବୁଝିପାରେ ନାହିଁ । କିନ୍ତୁ ବାସ୍ତବରେ ଜାତକରେ ଗୁରୁ ଗ୍ରହ ନିଚ୍ଚ କିମ୍ବା ଦୁର୍ବଳ ଥିବା କାରଣରୁ ଏଭଳି ହୋଇଥାଏ । ଯେଉଁ ବ୍ୟକ୍ତିର ଜାତକରେ ଗୁରୁ ଗ୍ରହ ଦୁର୍ବଳ ଥାଏ ସେହି ବ୍ୟକ୍ତିର ଜୀବନରେ ସ୍ୱାସ୍ଥ୍ୟ ସମସ୍ୟା , ମାନ ସମ୍ମାନର ଅଭାବ ଏବଂ ଅନ୍ୟାନ୍ୟ ଅନେକ ସାଂଘାତିକ ସମସ୍ୟା ଦେଖା ଦେଇଥାଏ । ତେଣୁ ଆଜିକାର ଏକ ଲେଖାରେ ଆମେ ଆପଣଙ୍କୁ ଗୁରୁ ଗ୍ରହକୁ ମଜବୁତ କରିବା ପାଇଁ ଏକ ଖାସ ଉପାୟ ବିଷୟରେ କହିବୁ ଯାହାକୁ ଆପଣ କୌଣସିବି ଗୁରୁବାର ଦିନ ଆରମ୍ଭ କରି ପାରିବେ ।

ଗୁରୁବାର ଦିନ ସକାଳୁ ଶୀଘ୍ର ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରନ୍ତୁ । ଏହାପରେ ଏକ ପାତ୍ରରେ କଞ୍ଚା ଗାଈ କ୍ଷୀର ନେଇ ତୁଳସୀ ଗଛରେ ଧୀରେ ଧୀରେ ଅର୍ପିତ କରି ଦିଅନ୍ତୁ । ଏହି କ୍ଷୀରକୁ ଅର୍ପିତ କରିବା ସମୟରେ ତୁଳସୀ ଗାୟତ୍ରୀ ମନ୍ତ୍ର ଜପ କରି ଦିଅନ୍ତୁ । ଏହି ଉପାୟକୁ ୪୩ ଦିନ ପର୍ଯ୍ୟନ୍ତ କଲେ ଗୁରୁ ଗ୍ରହ ମଜବୁତ ହୋଇଯିବ ।

ଏହାବ୍ୟତୀତ ଆଉ ଏକ ଉପାୟ ଅନୁଯାୟୀ ଏକ ହଳଦିଆ କନିଅର ଫୁଲ ନେଇ ସେଥିରେ ହଳଦିଆ ଚାଉଳରଖି ଦିଅନ୍ତୁ । ଏହି ସମୟରେ ଓଁ ବୃହସ୍ପତୈ ନମଃ ମନ୍ତ୍ରର ଜପ କରନ୍ତୁ । ଏହାକୁ ଲଗାତାର ୪୩ ଦିନ ପର୍ଯ୍ୟନ୍ତ ମନ୍ତ୍ର କହି ଶିବଲିଙ୍ଗରେ ଅର୍ପଣ କରି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କୁ ଆପଣଙ୍କ କଠିନ ପରିଶ୍ରମର ଫଳ ନିଶ୍ଚୟ ମିଳିବ କିନ୍ତୁ ନିଷ୍ଠା ରହିବା ନିତାନ୍ତ ଜରୁରୀ ଅଟେ ।

କିନ୍ତୁ ମନେ ରଖନ୍ତୁ ଯେ କୌଣସିବି ଉପାୟ ଦ୍ୱାରା ତୁଳସୀ ଗଛର ଯେମିତି କୌଣସି କ୍ଷତି ନହୁଏ । ତେଣୁ କିଛି ଦିନ ଯେମିତିକି ରବିବାର , ମଙ୍ଗଳବାର , ଏକାଦଶୀ , ପୂର୍ଣ୍ଣିମା ଏହି ଦିନ ମାନଙ୍କରେ ତୁଳସୀ ଗଛରେ ପାଣି ଦିଅନ୍ତୁ ନାହିଁ , ପତ୍ର ଛିଡ଼ାନ୍ତୁ ନାହିଁ ଏବଂ ତୁଳସୀ ଗଛ ମୂଳରେ ଦୀପ ମଧ୍ୟ ଜାଳନ୍ତୁ ନାହିଁ । ଘରେ କାହାରି ମୃତ୍ୟୁ ହେଲେ ୧୩ ଦିନ ପର୍ଯ୍ୟନ୍ତ ଏବଂ ନୂତନ କାହାରି ଜନ୍ମ ହେଲେ ୧୦ ଦିନ ପର୍ଯ୍ୟନ୍ତ , ସଂକ୍ରାନ୍ତି ଦିନ ମଧ୍ୟ ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ । ତୁଳସୀ ପତ୍ରକୁ ସକାଳ ସମୟରେ ଛିଡ଼ାଇ ରଖି ପାରିବେ । ଏହାବ୍ୟତୀତ କୌଣସି ଧାରୁଆ ଅସ୍ତ୍ର କିମ୍ବା ନଖରେ ତୁଳସୀ ପତ୍ର ଛିଡ଼ାଇବା ବର୍ଜିତ ଅଟେ । ତୁଳସୀ ପତ୍ର ଛିଡ଼ାଇବା ବେଳେ ଓଁ ସୁଭଦ୍ରାୟ ନମଃ ମନ୍ତ୍ରର ଜପ କରି ପାରିବେ । ଏହାଦ୍ବାରା ମାତା ତୁଳସୀ ପ୍ରସନ୍ନ ରହନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *