Excuse Me Odisha

ଯାହା କହିବୁ ସତ କହିବୁ

ସବୁଠାରୁ ଭାଗ୍ୟଶାଳୀ ପିଲା ଜନ୍ମ ହୁଅନ୍ତି ଏହି ମାସରେ । ଜାଣି ରଖନ୍ତୁ ଆପଣଙ୍କ ଜନ୍ମ ମାସ ବିଷୟରେ ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ କେଉଁ ମାସରେ ଜନ୍ମ ହୋଇଥିବା ପିଲା ଅଧିକ ବୁଦ୍ଧିମାନ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମନୁଷ୍ୟର ଜନ୍ମ ସମୟ ଏବଂ ତିଥି ଅନେକ କିଛି କହିଥାଏ । ସେହି ଜାତକକୁ ଦେଖି ମନୁଷ୍ୟର ଅତୀତ ଭବିଷ୍ୟତ ଏବଂ ବର୍ତ୍ତମାନ ବିଷୟରେ ଅନେକ କିଛି ଜଣା ପଡ଼ିଥାଏ । ଏହାବ୍ୟତୀତ ମନୁଷ୍ୟକୁ ତାର ଭଲ ଏବଂ ଖରାପ କର୍ମ ଅନୁଯାୟୀ ହିଁ ଫଳ ପ୍ରାପ୍ତ ହୋଇଥାଏ । ଆପଣ ମାନେ ଏହା ମଧ୍ୟ ଦେଖିଥିବେ ଯେ କିଛି ପିଲା ଧନୀ ପରିବାରରେ ଜନ୍ମ ହୋଇଥାନ୍ତି । ଯାହାଦ୍ୱାରା ସେମାନଙ୍କୁ ସବୁ ପ୍ରକାରର ସୁଖ ସୁବିଧା ମିଳିଥାଏ । ଆଉ କିଛି ମନୁଷ୍ୟ ଗରିବ ଘରେ ଜନ୍ମ ହେବା କାରଣରୁ ଖାଇବା ଭାଗ୍ୟ ମଧ୍ୟ ହୁଏନାହିଁ ।

ତେବେ ଏହା ମନୁଷ୍ୟର ପୂର୍ବ ଜନ୍ମର କର୍ମର ପରିଣତି ହୋଇପାରେ ବୋଲି ମଧ୍ୟ କୁହାଯାଇଛି । ଏସବୁ ପୂର୍ବ ଜନ୍ମର କର୍ମ କାରଣରୁ ବୋଲି କୁହାଯାଇଛି । ପୁଣି କିଛି ଲୋକ ଆବୁବେଳେ ହୃଷ୍ଟପୃଷ୍ଟ ରହୁଥିବା ବେଳେ ଆଉ କିଛି ଲୋକ ଯେତେ ଯାହା ଖାଇଲେବି ସୁଦ୍ଧା ତାହା ତାଙ୍କ ପାଇଁ ସ୍ୱାସ୍ଥ୍ୟ ବର୍ଦ୍ଧକ ହୋଇଥାଏ । ଏସବୁ ମଧ୍ୟ କର୍ମ ଆଧାରଣରେ ନିର୍ଣ୍ଣୟ ହୋଇଥାଏ । ତେଣୁ ଯେଉଁ ବ୍ୟକ୍ତି ପୂର୍ବ ଜନ୍ମରେ ଭଲ କର୍ମ କରିଥାଏ ସେ ଭଲ ଶରୀର ପାଇଥାଏ ଏବଂ ଖରାପ କର୍ମ କରିଥିବା ବ୍ୟକ୍ତି ଜୀବନ ଦୁଃଖ କଷ୍ଟ ରୋଗରେ କରିଯାଏ । ଯେଉଁ କାରଣରୁ ସେମାନେ କେବେବି ସଫଳ ହୋଇ ପାରନ୍ତି ନାହିଁ ଏବଂ ପଛରେ ରହି ଯାଆନ୍ତି । କହିରଖିବୁ ଯେ ଜାନୁଆରୀ ଏବଂ ଫେବୃଆରୀରେ ଜନ୍ମ ହୋଇଥିବା ମନୁଷ୍ୟ ଖୁବ ବୁଦ୍ଧମାନ ହୁଅନ୍ତି ।

ଜାନୁଆରୀ ଏବଂ ଫେବୃୟାରୀରେ ଜନ୍ମ ହୋଇଥିବା ପିଲା ଖୁବ ଅନ୍ଧବିଶ୍ୱାସୀ ହୋଇଥାନ୍ତି । ଏମାନେ ନିଜ ଉପରେ ଖୁବ ଭରସା କରନ୍ତି । ଅଧ୍ୟବସାୟ କାରଣରୁ ବଡ଼ ବଡ଼ ସଫଳତା ହାସଲ କରନ୍ତି ଏବଂ ପିତାମାତାଙ୍କୁ ଖୁସି କରନ୍ତି । ମାର୍ଚ୍ଚ ଏବଂ ଏପ୍ରିଲରେ ଜନ୍ମ ହୋଇଥିବା ବ୍ୟକ୍ତି ଖୁବ କ୍ରୋଧି ସ୍ଵଭାବର ହୋଇଥାନ୍ତି । ସବୁବେଳେ ଅନ୍ୟ ସାମ୍ନାରେ ନିଜକୁ ଶ୍ରେଷ୍ଠ ପ୍ରମାଣ କରିବାର ଜିଦ ଧରି ବସନ୍ତି । ଏମାନେ ଖୁବ ଶକ୍ତିଶାଳୀ ହୋଇଥାନ୍ତି ଏବଂ ନିଜ କ୍ୟାରିଅର କିମ୍ବା ସଫଳତା ପାଇଁ ଅନ୍ୟକୁ କଷ୍ଟ ଦେବାର ସମୟ ଆସିଲେ ମଧ୍ୟ ସେମାନେ ତିଳେ ହେଲେ ଭାବନ୍ତି ନାହିଁ । ଜିତିବା ପାଇଁ ଏମାନେ ମିଛର ସାହାରା ମଧ୍ୟ ନେଇଥାନ୍ତି । ମଇ ଏବଂ ଜୁନରେ ଜନ୍ମ ହେଉଥିବା ପିଲାମାନେ ଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନଙ୍କ ମନ ଖୁବ ପରିଷ୍କାର ଏବଂ ଖୋଲା ବିଚାରର ହୋଇଥାନ୍ତି ।

ଏମାନଙ୍କ ମନରେ ପରୋପକାରର ଭାବନା ରହିଥାଏ । କିନ୍ତୁ କେବେକେବେ ଏମାନଙ୍କ ଭାଗ୍ୟ ଏମାନଙ୍କ ସାଥ ଦିଏନାହିଁ । ବ୍ୟବସାୟରେ ବଡ଼ କ୍ଷତିର ସାମ୍ନା କରିବାକୁ ପଡ଼ିଥାଏ । ଜୁଲାଇ ଏବଂ ଅଗଷ୍ଟ ମାସରେ ଜନ୍ମ ହେଉଥିବା ପିଲାମାନେ ଖୁବ ଦୟାଳୁ ପ୍ରକୃତିର ହୋଇଥାନ୍ତି । ଭାଗ୍ୟ ଖୁବ ଭଲ ଥାଏ ଏବଂ ନିଜ ମାତା କଷ୍ଟ ଦିଅନ୍ତି ନାହିଁ । ସେପ୍ଟେମ୍ବର ଏବଂ ଅକ୍ଟୋବରରେ ଜନ୍ମ ହେଉଥିବା ବ୍ୟକ୍ତି ଖୁବ ବଳଶାଳୀ ହୋଇଥାନ୍ତି । ଏମାନେ ଭଗବାନଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖନ୍ତି । ଏମାନେ ଜୀବନରେ ସଫଳ ହେବାପାଇଁ କେବେବି ଭୁଲ ରାସ୍ତାରେ ଯାଆନ୍ତି ନାହିଁ । ନଭେମ୍ବର ଏବଂ ଡିସେମ୍ବରରେ ଜନ୍ମ ହେଉଥିବା ପିଲା ନିଜ ବିଚାରରେ ଖୁବ ବିସ୍ତୃତ ହୋଇଥାନ୍ତି । ଏମାନେ ଅନ୍ୟର ସମସ୍ୟା ଚିନ୍ତାକୁ ଖୁବ ଭଲ ଭାବରେ ବୁଝି ଯାଆନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *