Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ମନୁଷ୍ୟ ସକାଳୁ ଉଠି କରିଥାନ୍ତି ଏହି ୪ ଗୋଟି ଭୁଲ କାର୍ଯ୍ୟ, ସାରାଜୀବନ ସେମାନେ ଦରିଦ୍ର ରହିବା ସହିତ ଦୁଃଖକଷ୍ଟ ଭୋଗ କରିଥାନ୍ତି। ଜାଣନ୍ତୁ କଣ ସେହି ୪ଟି କାର୍ଯ୍ୟ –

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ପ୍ରତ୍ୟେକ ମନୁଷ୍ୟଙ୍କ ଜୀବନରେ ଦୁଃଖକଷ୍ଟ ଏବଂ ସୁଖଦୁଃଖ ଲାଗି ରହିଥାଏ। କେତେବେଳେ ସୁଖ ପରେ ଦୁଃଖ ଆସିଥାଏ ତ ଦୁଃଖ ପରେ ସୁଖ ଆସିଥାଏ। କେତେବେଳେ ଜୀବନରେ ଭୋଗ, ବାସନା, ଦାରିଦ୍ର୍ୟତା ଗ୍ରାସ କରିଥାଏ। ଶାସ୍ତ୍ରରେ ମନୁଷ୍ୟ ମାନଙ୍କର ଜୀବନଶୈଳୀ କିପରି ରହିବ ଉଚିତ, ସେହି ବିଷୟରେ ବିସ୍ତାର ରୂପରେ ବର୍ଣ୍ଣନା କରାଯାଇଛି। ପ୍ରତ୍ୟେକ ବ୍ୟକ୍ତି ସକାଳୁ ଉଠି ନିଜ ଦୈନନ୍ଦିନ କାର୍ଯ୍ୟରେ ଲିପ୍ତ ରହି ଥାଆନ୍ତି।କିନ୍ତୁ ସକାଳୁ ଉଠି କିଛି ଭୁଲ କାର୍ଯ୍ୟ କରିବା ଦ୍ୱାରା ଏହାର ଖରାପ ପ୍ରଭାବରେ ସାରାଜୀବନ ପାଇଁ ଦୁଃଖକଷ୍ଟ ଭୋଗିବାକୁ ପଡ଼ିଥାଏ। ସକାଳୁ ଉଠି କଣ ଭୁଲ କାର୍ଯ୍ୟ କରିବା ଉଚିତ ନୁହେଁ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ସକାଳୁ ଉଠିବା ପରେ କେବେବି ନିଜର ମୁହଁକୁ ଆଇନାରେ ଦେଖିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଦାରିଦ୍ର୍ୟତା ଗ୍ରାସ କରିଥାଏ। ଏହାସହିତ ସକାଳୁ ଉଠିବା ପରେ କଳହ ହେଉଥିବା ଦୃଶ୍ୟ ଦେଖିବା ଉଚିତ ନୁହେଁ। ସକାଳୁ ଉଠି ଝଗଡ଼ା ଆଦି ଦେଖିବା ଦ୍ୱାରା ଦିନଟି ସୁଖରେ ଅତିବାହିତ ହୋଇ ନଥାଏ।

୨/ ସକାଳୁ ଉଠିବା ପରେ କାହା ସହିତ ଝଗଡା କରିବା ଉଚିତ ନୁହେଁ। ନଚେତ ଘରେ ଅଶାନ୍ତି ବାତାବରଣ ସୃଷ୍ଟି ହେବା ସହିତ ଦାରିଦ୍ର୍ୟତା ଗ୍ରାସ କରିଥାଏ। ଅଧିକାଂଶ ଲୋକେ ସକାଳୁ ଶୋଇକି ଉଠିବା ପରେ ନିତ୍ୟକର୍ମ ସାରି ପ୍ରଥମେ ଭୋଜନ କରିଥାନ୍ତି। ଏହା ସଂପୂର୍ଣ୍ଣ ଭଲ ଅଟେ। ସକାଳୁ ଉଠିବା ପରେ ଭୋଗ ବିଳାସରେ ଲିପ୍ତ ରହିବା ଅନୁଚିତ।

୩/ ସକାଳୁ ଉଠିବା ପରେ ପ୍ରଥମେ ନିଜ ହାତ ପାପୁଲିର ଦର୍ଶନ କରି ଭଗବାନଙ୍କୁ ସ୍ମରଣ କରିବା ଉଚିତ। କରାଗ୍ରେ ବସତି ଲକ୍ଷ୍ମୀ, କରମଧ୍ୟେ ସରସ୍ଵତୀ, କରମୂଳେ ତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ। ଏହି ମନ୍ତ୍ର ଜପ କରିବା ଉଚିତ। ଏହି ମନ୍ତ୍ରର ଅର୍ଥ ହେଉଛି, ହାତର ଅଗ୍ର ଭାଗରେ ମା ଲକ୍ଷ୍ମୀ, ମଧ୍ୟଭାଗରେ ଦେବୀ ସରସ୍ଵତୀ, ମୂଳରେ ଗୋବିନ୍ଦ ବାସ କରିଥାନ୍ତି। ଏହି ମନ୍ତ୍ର ଜପ କରିବା ଦ୍ୱାରା ଦିନଟି ଭଲରେ ଅତିବାହିତ ହୋଇଥାଏ।

୪/ ବିଛଣାରୁ ଉଠିବା ପରେ ପ୍ରଥମେ ଭୂମିକୁ ପ୍ରଣାମ କରିବା ଉଚିତ। ଯେଉଁ ଭୂମିରେ ଆମେ ପାଦ ରଖିଥାଉ, ତାଙ୍କୁ ଦେବୀଙ୍କ ସ୍ୱରୂପ ବୋଲି ମାନା ଯାଇଥାଏ।ତେଣୁ ମାଆ ଧରିତ୍ରୀଙ୍କୁ ପ୍ରଥମେ ପ୍ରଣାମ କରିବା ସହିତ ତାଙ୍କୁ କ୍ଷମା ଯାଚନ କରିବା ଉଚିତ। ଏଭଳି କରିବା ଅତ୍ୟନ୍ତ ଶୁଭ ହୋଇଥାଏ।

୫/ ସକାଳୁ ଉଠିବା ପରେ ଘରର ଗୁରୁଜନ ମାନଙ୍କ ପାଦ ସ୍ପର୍ଶ କରି ପ୍ରଣାମ କରିବା ଉଚିତ। ଏଭଳି କରିବା ଦ୍ଵାରା ଦିନଟି ସୁଖରେ ଅତିବାହିତ ହୋଇଥାଏ। ପ୍ରଥମେ ପିତାମାତାଙ୍କର ଆଶୀର୍ବାଦ ନେବା ଉଚିତ। ଯାହାଦ୍ଵାରା ଜୀବନରେ ଉନ୍ନତି ଆସିବା ସହିତ ସବୁ ମନସ୍କାମନା ମଧ୍ୟ ପୂରଣ ହୋଇଥାଏ।

୬/ ସକାଳୁ ଉଠିବା ପରେ ନିତ୍ୟକର୍ମ ସାରି ଭଗବାନ ସୂର୍ଯ୍ୟନାରାୟଣଙ୍କୁ ଜଳ ଅର୍ପଣ କରିବା ଉଚିତ।ଏହାସହିତ ସୂର୍ଯ୍ୟ ଦେବତାଙ୍କୁ ଜଳ, ଅର୍ଘ୍ୟ ଅର୍ପଣ କରିବା ଉଚିତ। ଏଭଳି କରିବା ଦ୍ଵାରା ତାଙ୍କର କୃପା ଲାଭ ହୋଇଥାଏ। ଏହି କଥା ଉପରେ ଧ୍ୟାନ ରଖିବା ଉଚିତ ଯେ, ଜଳ ଅର୍ପଣ କରିବା ସମୟରେ ତମ୍ବା ପାତ୍ର ବ୍ୟବହାର କରିବା ଉଚିତ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀଟି କିପରି ଲାଗିଲା ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ତେବେ ଏହାକୁ ନିଶ୍ଚିତ ଭାବରେ ସମସ୍ତଙ୍କ ସହିତ ସେୟାର କରନ୍ତୁ। ଏଭଳି ଅଧିକ ପୋଷ୍ଟ ପଢ଼ିବା ପାଇଁ ଆମ ପେଜକୁ ଲାଇକ ଏବଂ ଫଲୋ କରନ୍ତୁ। ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *