Excuse Me Odisha

ଯାହା କହିବୁ ସତ କହିବୁ

ଜୀବନକୁ ବଦଳାଇବାକ ଚାହୁଁଛନ୍ତି କି । ତେବେ ନିଶ୍ଚିତ ଭାବରେ ଜାଣି ନିଅନ୍ତୁ ଏହିକିଛି କଥା ।

ସେୟାର୍ କରନ୍ତୁ

ଶାସ୍ତ୍ର ଅନୁଯାୟୀ ଯଦି ଆପଣ କାହାକୁ ନିଜ ଜୀବନ ଠାରୁ ଅଧିକ ପ୍ରେମ କରିବେ ତେବେ ଜୀବନରେ ଅଗଣିତ ସମସ୍ୟା ଭରି ଯିବ । କାରଣ କୁହାଯାଏ ଯେ ଯେଉଁ ମନୁଷ୍ୟ କାହାକୁବି ଭଲ ପାଏନି ସେହି ବ୍ୟକ୍ତି ପାଖରେ ସମସ୍ୟା ମଧ୍ୟ ନଥାଏ । ଏହାବ୍ୟତୀତ ଜୀବନର ସବୁଠାରୁ ସହଜ ଉପାୟ ହେଉଛି ଠିକ ଲାଗିଲେ କ୍ଷମା ମାଗି ନିଅନ୍ତୁ ଏବଂ ଠିକ ଲାଗିଲେ କ୍ଷମା କରି ଦିଅନ୍ତୁ । ମନୁଷ୍ୟକୁ ସବୁବେଳେ ହସ ହସ ମୁଖରେ ରହିବା ଉଚିତ । ନଚେତ କ୍ରୋଧରେ ଦେଇଥିବା ଆଶୀର୍ବାଦ ମଧ୍ୟ ଅଭିଶାପ ପାଲଟି ଯାଏ । ଏକା ଭଳି ଦେଖା ଯାଉଥିବା ଏକାଧିକ ଦିଆସିଲି କାଠି ମଧ୍ୟରୁ କିଛି ଦିଆସିଲି କାଠି ଧୂପ ଜଳିବାରେ ସାହାଯ୍ୟ କରୁଥିବା ବେଳେ ଆଉ କିଛି ସିଗାରେଟ ଜାଳିବାରେ ସାହାଯ୍ୟ କରିଥାଏ ।

ଏହାବ୍ୟତୀତ ଆଜିକା ଜୀବନରେ ମନୁଷ୍ୟର ପୁରା ଜୀବନଶୈଳୀ ବଦଳି ଯାଇଛି । ଆଜିକା ଦୁନିଆରେ କେହି କାହାରି ନୁହେଁ । ସାମାନ୍ୟ କଳି ଝଗଡ଼ା ମଧ୍ୟ ସମ୍ପର୍କକୁ ବହୁତ ଜଲଦି ଭାଙ୍ଗି ଦେଇଥାଏ । ଆଜିକାଲି ଧୋକା ସେଇ ବ୍ୟକ୍ତି ଦେଇଥାଏ ଯାହା ଉପରେ ଅଧିକ ଭରସା ଥାଏ । ଯେଉଁ ବ୍ୟକ୍ତି ଅନ୍ୟକୁ ଈର୍ଷା କରିଥାଏ ତାକୁ କେବେବି ଶାନ୍ତି ମିଳି ନଥାଏ । କାହା ଉପରେ ଏଭଳି କ୍ରୋଧ କରିବା ମଧ୍ୟ ଉଚିତ ନୁହେଁ ଯେମିତି ସେହି ସମସ୍ୟାର ସମାଧାନ କେବେ ଭବିଷ୍ୟତରେ ହୋଇପାରିବ ନାହିଁ । ଜଣେ ମଣିଷ ଅନ୍ୟକୁ ବାରମ୍ବାର କ୍ଷମା କରିପାରେ । କିନ୍ତୁ ଜଣକ ଉପରେ କେବଳ ଥରେ ଭରସା କରାଯାଇ ପାରିବ ।

କଠିନ ସମୟରେ ଯଦି ଧୌର୍ଯ୍ୟର ସହିତ କାମ କରାଯାଏ ତେବେ ସମସ୍ୟାର ସମାଧାନ ହୋଇଯାଏ । ଧୌର୍ଯ୍ୟ ଦ୍ବାରା ମନୁଷ୍ୟ ସବୁ ସମସ୍ୟାର ସମାଧାନ କରିପାରେ । ଯାହାକୁ ଜଣେ ଶକ୍ତି ଏବଂ ଶିଘ୍ରତାର ସହିତ କେବେବି କରି ପାରିବ ନାହିଁ । ଆଜିକା ସମୟରେ ମନୁଷ୍ୟ ମାନଙ୍କ ସମ୍ପର୍କରେ ସବୁବେଳେ ସମସ୍ୟା ଦେଖା ଦେଇଥାଏ କାରଣ ଯେଉଁ ବୁଝାମଣା ସମ୍ପର୍କରେ ଉଭୟଙ୍କ ମନରେ ରହିବା କଥା ତାହା ମୁଣ୍ଡରେ ରହୁଛି । କାରଣ ମନୁଷ୍ୟ ଭଲ କଥା କେବଳ ମୁହଁରେ କହିପାରେ କିନ୍ତୁ କାମରେ କରି ଦେଖାଇ ପାରେ ନାହିଁ । ପୁଣି ଆଜିକାଲିକା ସମୟରେ ଯେଉଁ ମଣିଷ ଉପରେ ଆପଣ ଆଶା ରଖିଥିବେ ସେ ହିଁ ଖରାପ ସମୟରେ ବିଶ୍ୱାସ ଭାଙ୍ଗିଥାଏ କିନ୍ତୁ ଯିଏ କି ନିଜର ନୁହେଁ ସେ ଖୁବ ଖରାପ ସମୟରେ ମଧ୍ୟ ସାଥ ଛାଡ଼ି ନଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *