Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଚ୍ଚ ୨୫ ସୋମବାର । ହୋଲି ଦିନ ଚନ୍ଦ୍ର ଗ୍ରହଣରେ ଚାରୋଟି ରାଶି ହେବେ କୋଟିପତି ।

ସେୟାର୍ କରନ୍ତୁ

ସୋମବାର ହୋଲିରେ ଚାରୋଟି ରାଶି ହେବେ କୋଟିପତି । ଆଉ କିଛି ରାଶି ଉପରେ ପଡ଼ିବ ଖରାପ ସମୟ । ଚଳିତ ବର୍ଷ ମାର୍ଚ୍ଚ ୨୪ ରେ ହୋଲିକା ଦହନ ପାଳନ ହେବ ଏବଂ ଆଗାମୀ ଦିନ ଅର୍ଥାତ ମାର୍ଚ୍ଚ ୨୫ ତାରିଖରେ ହୋଲିର ରଙ୍ଗ ପର୍ବ ପାଳିତ ହେବ । ଯାହାକୁ ବର୍ଷର ପ୍ରଥମ ଏବଂ ବଡ଼ ଚନ୍ଦ୍ର ଗ୍ରହଣ ବୋଲି କୁହାଯାଉଛି । ଏହି ଚନ୍ଦ୍ର ଗ୍ରହଣର ପ୍ରଭାବ ସମସ୍ତ ୧୨ ଟି ରାଶି ଉପରେ ପଡ଼ିବାକୁ ଯାଉଛି । ତଭିତରୁ କିଛି ରାଶିକୁ ଜବରଦସ୍ତ ଲାଭ ମିଳିବାକୁ ଯାଉଛି । କହିରଖିବୁ ଯେ ଏଥରର ଚନ୍ଦ୍ର ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ ତେଣୁ ସୂତକ କାଳ ମାନ୍ୟ ନହେବା ସହିତ ଏହାର କୌଣସି ଖରାପ ପ୍ରଭାବ ମଧ୍ୟ ପଡ଼ିବ ନାହିଁ । ଏଥର ହୋଲି ଦିନ ଚନ୍ଦ୍ର ଗ୍ରହଣ ପୂର୍ବରୁ ଯେଉଁ ଶୁଭ ଯୋଗ ପଡ଼ିବାକୁ ଯାଉଛି ତାହା ଦୀର୍ଘ ବର୍ଷ ପରେ ପଡ଼ିବାକୁ ଯାଉଛି ତେଣୁ ଏହାର ଶୁଭ ପ୍ରଭାବ ମିଥୁନ ସମେତ ଚାରୋଟି ରାଶି ପାଇଁ ଅତ୍ୟନ୍ତ ଭଲ ହେବ ।

ସେହି ସବୁ ରାଶି ମାନେ ହେଉଛନ୍ତି ମେଷ , ତୁଳା , ମିଥୁନ , ମକର ଏବଂ କୁମ୍ଭ ରାଶି ସାମିଲ ଅଛି । ଚନ୍ଦ୍ର ଗ୍ରହଣ ସମୟରେ ଗର୍ଭବତୀ ମହିଳାଙ୍କୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡ଼ିଥାଏ । ଗର୍ଭବତୀ ମହିଳା ମାନେ ଗ୍ରହଣ ଦିନ ବାହାରକୁ ଯିବା ଉଚିତ ନୁହେଁ , ଶୋଇବା ଉଚିତ ନୁହେଁ ଏବଂ ଜାଗ୍ରତ ରହି ଭଗବାନଙ୍କ ଧ୍ୟାନ ଏବଂ ନାମ ଜପ କରିବା ଉଚିତ । ଗ୍ରହଣ ଶେଷ ହେବା ପରେ ସ୍ନାନ କରିବା ଉଚିତ । ଗ୍ରହଣ ସମୟରେ ଭୋଜନ ବର୍ଜିତ ଅଟେ କିନ୍ତୁ ଗ୍ରହଣ ସମୟରେ ଭୋଜନ କରିବାକୁ ଚାହିଁଲେ ପୂର୍ବରୁ ହିଁ ଖାଦ୍ୟରେ ତୁଳସୀ ପତ୍ର ପକାଇ ଦିଅନ୍ତୁ । ଭାଗ୍ୟଶାଳୀ ରାଶି ମାନେ ହେଲେ ।

୧ . ମେଷ ରାଶି:- ଏହି ସମୟରେ ଆପଣଙ୍କ ପାଇଁ ଟିକିଏ କଠିନ ସମୟ ହୋଇପାରେ କିନ୍ତୁ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ । ଏହି ସମୟରେ ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ତେଣୁ ଶରୀରର ଯତ୍ନ ନିଅନ୍ତୁ । ପରିବାରରେ ଖୁସିର ବାତାବରଣ ରହିବ ତେଣୁ ଗ୍ରହଣ ସମୟରେ ଭଗବାନଙ୍କ ନାମ ଜପ କଲେ ଶୁଭ ଫଳ ପ୍ରାପ୍ତ ହେବ । ଖର୍ଚ୍ଚ ସାଧାରଣ ଅଧିକ ହୋଇପାରେ ତେଣୁ ନିୟନ୍ତ୍ରଣରେ ଖର୍ଚ୍ଚ କରନ୍ତୁ ।

୨ . ମିଥୁନ ରାଶି:- ଏଥରର ଗ୍ରହଣ ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଭଲ ସମୟ ନେଇ ଆସୁଛି ତେଣୁ ଏହି ସମୟରେ ଖର୍ଚ୍ଚ କମିବ । ଶତ୍ରୁ ଉପରେ ବିଜୟ ଲାଭ କରିବେ । ଚାକିରୀରେ ପଦୋନ୍ନତି ହେବାର ସମ୍ଭାବନା ରହିଛି । ଯଥାସମ୍ଭବ ତର୍କ ବିତର୍କରୁ ବଞ୍ଚନ୍ତୁ । ଆର୍ଥିକ ରୋଜଗାର ଅଧିକ ହେବ । ଆପଣ ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ ।

୩ . କର୍କଟ ରାଶି:- ଚାକିରୀ ଏବଂ ବ୍ୟାପାରରେ ଆପଣଙ୍କୁ ଭଲ ପରିଣାମ ମିଳିବ । ଓଁ ଶବ୍ଦର ଉଚ୍ଚାରଣ କଲେ ଭଲ ଫଳାଫଳ ମିଳିବ । ଗରିବ ପିଲାଙ୍କୁ ଆପଣ କିଛି ଖାଦ୍ୟ ଖୁଆଇ ପାରିବେ ।

୪ . ସିଂହ ରାଶି:- ଏମାନଙ୍କ ପାଇଁ ସମୟ ଅତ୍ୟନ୍ତ ଭଲ ଅଟେ ଏବଂ ବ୍ୟାପରରେ ଅଧିକ ଲାଭ ହେବ । ପରିବାର ଲୋକଙ୍କ ସହଯୋଗ ମିଳିବା ସହିତ ଆର୍ଥିକ ରୂପରେ ସଫଳତା ମିଳିବ । ବ୍ୟାପାରରେ ଲାଭ ହେବ

୫ . କନ୍ୟା ରାଶି:- ଚାକିରୀରେ ଉନ୍ନତି ଏବଂ ଏବଂ ଦୃଢ଼ତା ମିଳିବ । ଏହାସହିତ ଆପଣଙ୍କର ଆର୍ଥିକ ଲାଭ ମଜବୁତ ହେବ । ଆମଦାନୀ କମ ରହିବ । ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରୁହନ୍ତୁ । ଚାକିରୀରେ ଉନ୍ନତର ଯୋଗ ବନୁଛି ।

୬ . ତୁଳା ରାଶି:- ଚନ୍ଦ୍ର ଗ୍ରହଣ କାରଣରୁ ଆପଣଙ୍କୁ ଧନ ପ୍ରାପ୍ତିର ଯୋଗ ହେଉଛି । ତେଣୁ ବେକାର ଖର୍ଚ୍ଚକୁ ଦୂରେଇ ରୁହନ୍ତୁ । କାମରେ ଉନ୍ନତି ଅବନତି ହୋଇପାରେ କିନ୍ତୁ ଭୟ କରନ୍ତୁ ନାହିଁ । ନିଜ ଉପରେ ଭରସା ରଖନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *