Excuse Me Odisha

ଯାହା କହିବୁ ସତ କହିବୁ

ବାସ୍ତବ ପତିବ୍ରତା ନାରୀ କିଏ ? ଜାଣି ନିଅନ୍ତୁ ମାତା ଅନୁସୂୟାଙ୍କର ପତିବ୍ରତା ଧର୍ମର ମହାନ କଥା ।

ସେୟାର୍ କରନ୍ତୁ

ଯେତେବେଳେ ଭଗବାନ ନିଜେ ନିଜେ ଭକ୍ତଙ୍କ ଯଶ ବଢ଼ାଇବାକୁ ଚାହାଁନ୍ତି ସେତେବେଳେ ସେ ବିଭିନ୍ନ ଉପାୟରେ ନିଜ ଭକ୍ତର ପରୀକ୍ଷା ନିଅନ୍ତି । ପୁଣି ଭଗବାନଙ୍କ ଲୀଳାକୁ ବୁଝିବା ମଧ୍ୟ ସମ୍ଭବପର ନୁହେଁ । ଥରେ ଦେବୀ ପାର୍ବତୀ , ଲକ୍ଷ୍ମୀ ଏବଂ ସରସ୍ୱତୀଙ୍କୁ ନିଜର ପତିବ୍ରତା ଧର୍ମକୁ ନେଇ ଅତ୍ୟନ୍ତ ଗର୍ବ ହେଲା । ଯାହା ସ୍ବୟଂ ଭଗବାନଙ୍କୁ ସହ୍ୟ ହେଲା ନାହିଁ । ତେଣୁ ସେ ସେହି ତିନି ଦେବୀଙ୍କ ଅହଂକାରକୁ ଅବଗତ କରାଇବା ପାଇଁ ନାରଦଙ୍କୁ କହି ଏକ ଲୀଳା ରଚିଲେ । ଭଗବାନ ବିଷ୍ଣୁଙ୍କ ଆଜ୍ଞା ନେଇ ନାରଦ ପ୍ରଥମେ ଯାଇ ମାତା ଲକ୍ଷ୍ମୀଙ୍କ ପାଖରେ ପହଞ୍ଚିଲେ । ମାତା ଲକ୍ଷ୍ମୀ ତାଙ୍କୁ ଆସିବାର କାରଣ ପଚାରିଲେ । ନାରଦ କହିଲେ ଯେ ସେ ଚିତ୍ରକୁଟରେ ଥିବା ମହର୍ଷି ଅତ୍ରୀଙ୍କ ଆଶ୍ରମକୁ ଯାଇଥିଲେ ।

ସେଠାରେ ସବୁଠାରୁ ଅଧିକ ପତିବ୍ରତା ତାଙ୍କ ପତ୍ନୀ ଅନସୂୟାଙ୍କୁ ଦେଖି ସେ ବହୁତ ଖୁସି ହୋଇଗଲେ । ସଂସାରରେ ତାଙ୍କ ଭଳି ପତିବ୍ରତା ଆଉ କେହି ନାହାଁନ୍ତି ବୋଲି ସେ କହିଲେ । ଏହା ଶୁଣି ଲକ୍ଷ୍ମୀ କ୍ରୋଧିତ ହୋଇ ଅନସୂୟାଙ୍କ ଉପରେ ଈର୍ଷା କଲେ ଏବଂ ଭଗବାନ ବିଷ୍ଣୁ ଯେତେବେଳେ ଆସି ତାଙ୍କୁ ତାଙ୍କ ମନ ଦୁଃଖର କାରଣ ପଚାରନ୍ତେ ତାଙ୍କୁ କହିଲେ ଅନସୂୟାଙ୍କ ପତିବ୍ରତା ଧର୍ମ ନଷ୍ଟ କଲେ ହିଁ ସେ ଶାନ୍ତି ପାଇବେ । ସେତେବେଳକୁ ଭଗବାନ ବିଷ୍ଣୁ ଜାଣି ସାରିଥିଲେ ଯେ ତାହା ନାରଦଙ୍କ କାମ ଅଟେ । କିନ୍ତୁ ଦେବୀ ଲକ୍ଷ୍ମୀଙ୍କ ଆଜ୍ଞା ପାଳନ ନିମନ୍ତେ ସେ ଚାଲିଗଲେ । ଏପଟେ ନାରଦ କୈଳାଶରେ ମାତା ପାର୍ବତୀଙ୍କ ନିକଟରେ ପହଞ୍ଚିବା ପରେ ମାତା ପାର୍ବତୀ ଖୁସି ହେଲେ ଏବଂ ଅମୃତରେ ତିଆରି ହୋଇଥିବା ମୋଦକ ଦେଲେ । ଖାଇବା ପରେ ନାରଦ କହିଲେ ଯେ ସବୁ ଭୋଜନ ଠାରୁ ଦେବୀ ଅନସୂୟାଙ୍କ ହାତ ରନ୍ଧାକୁ କେହିବି ଟପି ପାରିବେ ନାହିଁ ।

ଏହାପାରେ ପାର୍ବତୀ ପଚାରିବା ପରେ ନାରଦ ଅନସୂୟା କିଭଳି ସାରା ସଂସାରର ସବୁଠାରୁ ପତିବ୍ରତା ନାରୀ ତାହା କହିଲେ । ମାତା ପାର୍ବତୀ ତାଙ୍କ ପାଦ ଧରି କହିଲେ ଯେଉଁ ଦିନ ସେ ଅନସୂୟାଙ୍କ ପତିବ୍ରତା ଧର୍ମ ଭଙ୍ଗ କରିବେ ସେହିଦିନ ତାଙ୍କ ପାଦ ଛାଡ଼ିବେ । ଏହାପରେ ମହାଦେବ ଅତ୍ରୀଙ୍କ କୁଟୀର ଅଭିମୁଖେ ଚାଲିଗଲେ । ଏହାପରେ ନାରଦ ଯାଇ ମାତା ସରସ୍ୱତୀଙ୍କୁ ମଧ୍ୟ ଅନସୂୟାଙ୍କ ବିଷୟରେ କହିଲେ । ଏହା ଶୁଣି ମାତା ସରସ୍ୱତୀ ବ୍ରହ୍ମାଙ୍କୁ ପଚାରିଲେ । ମାତା ସରସ୍ୱତୀ ପଚାରିବାରୁ ବ୍ରହ୍ମା ମଧ୍ୟ ତାହା ସତ୍ୟ ବୋଲି କହିଲେ । ଏହାପରେ ତିନି ଦେବତା ଯାଇ ଋଷି ରୂପ ଧାରଣ କରି ଅନସୂୟାଙ୍କ ଘରେ ପହଞ୍ଚିଲେ । ସେତେବେଳେ ମୁନି ଅତ୍ରି ନଥିଲେ ।

ଅନସୂୟା ତିନି ସାଧୁଙ୍କୁ ଭୋଜନ ଦେବାରୁ ସେମାନେ ଗ୍ରହଣ କଲେ ନାହିଁ ଏବଂ ଯଦି ସେ ନିର୍ବସ୍ତ୍ର ହୋଇ ଭୋଜନ ଦେବେ ତେବେ ଗ୍ରହଣ କରିବେ । ଅନସୂୟା ସନ୍ଦେହ କରି ନିଜ ଦିବ୍ୟ ଦୃଷ୍ଟିରେ ଦେଖି ସବୁ କଥା ଜାଣିଗଲେ ଏବଂ ଏହା କହିଲେ ଯେ ଯଦି ସେ ବାସ୍ତବରେ ପତିବ୍ରତା ହୋଇଥିବେ ତେବେ ତିନି ଜଣ ଋଷି ଛୋଟ ବାଳକ ହୋଇଯିବେ । ବାସ୍ତବରେ ହିଁ ଏହା କହିବା ମାତ୍ରେ ତିନି ଭଗବାନ ଛୋଟ ବାଳକ ହୋଇଗଲେ । ଅନସୂୟା ସେମାନଙ୍କୁ କ୍ଷୀର ପାନ କରାଇଲେ ଏବଂ ନିଜ ସନ୍ତାନ ଭଳି ଭଳି ପାଇବା ଦେଲେ । ଏପଟେ ଅତ୍ରି ଆସି ପଚାରିବା ପରେ ଅନସୂୟା ତାଙ୍କ ପୁତ୍ର ବୋଲି କହିଥିଲେ । ଅତ୍ରି ମଧ୍ୟ ସବୁ ଘଟଣା ବିଷୟରେ ଜାଣି ପାରିଲେ ।

ଅନେକ ଦିନ ନିଜ ସ୍ୱାମୀ ନାଆସିବାରୁ ତିନି ଦେବୀ ବ୍ୟସ୍ତ ହୋଇଗଲେ । ସେମାନେ ଯାଇ ଚିତ୍ରକୁଟରେ ଏକାଠି ହୋଇ ନାରଦଙ୍କୁ ଦେଖିଲେ ଏବଂ ସବୁ ସତ କହିବାକୁ କହିଲେ । ନାରଦ ମଧ୍ୟ କହିଲେ ଯେ ତିନି ଭଗବାନ ସେଠାରେ ଛୋଟ ପିଲା ହୋଇ ଅନସୂୟା ମାତାଙ୍କ କୋଳରେ ଖେଳୁଛନ୍ତି । ଏହାଦେଖି ତିନି ଦେବୀ ବୁଝିଗଲେ ଯେ ଅନସୂୟା ହିଁ ବିଶ୍ୱର ସବୁଠାରୁ ପତିବ୍ରତା ନାରୀ । ଏହାପରେ ତିନି ଜଣ ଦେବୀ ଅନୁସୂୟାଙ୍କୁ କ୍ଷମା ମାଗିବା ପରେ ନିଜ ନିଜ ସ୍ୱାମୀଙ୍କୁ ଫେରି ପାଇଲେ । ଏହି କଥାରୁ ଜଣା ପଡ଼ିଥାଏ ଯେ ଦେବୀ ଅନୁସୂୟା ବାସ୍ତବରେ କିଭଳି ପତିବ୍ରତା ଅଟନ୍ତି । ତାହା ସବୁ ଦେବୀ ମଧ୍ୟ ଗ୍ରହଣ କରିନେଲେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *