Excuse Me Odisha

ଯାହା କହିବୁ ସତ କହିବୁ

ହୋଲିକା ଅଗ୍ନିରେ ଚୁପଚାପ ଅର୍ପିତ କରି ଦିଅନ୍ତୁ ଏହି ଗୋଟିଏ ଜିନିଷ । ରୋଡ଼ପତି ବି ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଚଳିତ ବର୍ଷ ମାର୍ଚ୍ଚ ୨୫ ତାରିଖ ଦିନ ହୋଲି ସହିତ ବହୁତ ବଡ଼ ଚନ୍ଦ୍ର ଗ୍ରହଣ ରହିଛି । ଏହାର ପୂର୍ବ ଦିନ ହୋଲିକା ଦହନ ପାଳିତ ହୋଇଥାଏ । ଏଥର ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ଶୁଭ ରହିବାକୁ ଯାଉଛି । ଏହି ସମୟରେ କୌଣସି ବିଧି କିମ୍ବା ଉପାୟ କଲେ ତାହାର ଭଲ ଫଳ ମିଳିଥାଏ ଏବଂ ତାହା ସିଦ୍ଧ ମଧ୍ୟ ହୋଇଥାଏ । ଏଥର ହୋଲିକା ଦହନ ପାଇଁ ଶୁଭ ସମୟ ବିଳମ୍ବିତ ରାତି ୧୧.୦୦ ରୁ ୧୨.୨୭ ପର୍ଯ୍ୟନ୍ତ ରହିଛି । ହୋଲି ପର୍ବ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ହୋଲିକା ଦହନ ରାତିରେ ଦୈବୀ ଶକ୍ତି ପ୍ରବଳ ଥାଏ । ଯାହାଦ୍ୱାରା ଖରାପ ଶକ୍ତିର ନାଶ ହୋଇଥାଏ । ଏହିଦିନ କିଛି ଉପାୟ ଦ୍ୱାରା ଜୀବନରୁ ସବୁ ପ୍ରକାରର ସମସ୍ୟା ଦୂର ହୋଇଯାଏ ।

ପୌରାଣିକ ମାନ୍ୟତା ଅନୁଯାୟୀ ରାକ୍ଷସ ହିରଣ୍ୟକଶ୍ୟପ ନିଜ ପୁତ୍ର ପ୍ରହ୍ଲାଦକୁ ହରିଙ୍କୁ ପୂଜା କରିବାକୁ ବାରଣ କରୁଥିଲା । ପ୍ରହ୍ଲାଦ କିନ୍ତୁ ହରି ପୂଜାରୁ ନିବୃତ ହୋଇ ନଥିଲା । ଯେଉଁ କାରଣରୁ ହିରଣ୍ୟକଶ୍ୟପ ପ୍ରହ୍ଲାଦକୁ ମାରିବା ପାଇଁ ଅନେକ ଉପାୟ କରି ସବୁଥିଲେ ବିଫଳ ହେଲା । ଶେଷରେ ହିରଣ୍ୟକଶ୍ୟପ ନିଜ ଭଉଣୀ ହୋଲିକାକୁ ପ୍ରହ୍ଲାଦକୁ ମାରିବାକୁ ନିର୍ଦେଶ ଦେଇଥିଲେ । ହୋଲିକାଙ୍କୁ ବ୍ରହ୍ମାଙ୍କ ଠାରୁ ବରଦାନ ମିଳିଥିଲା ଯେ ଅଗ୍ନିରେ ସେ ଭସ୍ମ ହେବନାହିଁ । ତେଣୁ ସେ ପ୍ରହ୍ଲାଦକୁ ଧରି ଅଗ୍ନିରେ ବସିଗଲା । ସେହି ଅଗ୍ନିରେ ହୋଲିକା ଜଳି ପାଉଁଶ ହୋଇଗଲା ମାତ୍ର ଭକ୍ତ ପ୍ରହ୍ଲାଦର କିଛିବି ହୋଇ ନଥିଲା । ସେହିଦିନ ଠାରୁ ହୋଲି ପର୍ବ ପାଳିତ ହୋଇ ଆସୁଛି । ଯେଉଁଦିନ ଖରାପ ଶକ୍ତି ଉପରେ ଭଲ ଶକ୍ତିର ବିଜୟ ହୋଇଥାଏ ।

ଏହିଦିନ ଅନେକ ଆଧ୍ୟାତ୍ମିକ ଉପାୟ ମଧ୍ୟ କରାଯାଇ ଥାଏ । ଏହିଦିନ କିଛି ଏପରି କାମ ଅଛି ଯାହା କରିବା ଉଚିତ ନୁହେଁ । ଯଦି ଆପଣଙ୍କ ଜୀବନରେ କିଛି ସମସ୍ୟା ରହିଛି ତେବେ ହୋଲିକା ଦହନ ସମୟରେ ଅଗ୍ନିରେ କିଛି ଜିନିଷ ଅର୍ପିତ କରି କିଛି ମନ୍ତ୍ର କହି ପାରିବେ । ଯାହାଦ୍ୱାରା ଆପଣଙ୍କର ସବୁ ସାମସ୍ୟା ଦୂରେଇ ଯିବ । ଚଳିତ ବର୍ଷ ମାର୍ଚ୍ଚ ୨୫ ରେ ପୂର୍ଣିମା ତିଥି ଲାଗୁଛି । ହୋଲିକା ଦହନ ଦିନ ଗର୍ଭବତୀ ମହିଳା ଅଧିକ ସତର୍କ ରହିବା ଉଚିତ । ଗର୍ଭବତୀ ମହିଳା ହୋଲିକା ଦହନ ଅଗ୍ନି ପାଖକୁ ଯିବା ଉଚିତ ନୁହେଁ କାରଣ ଏହିଦିନ ନକରାତ୍ମକ ଶକ୍ତିର ଅଧିକ ପ୍ରଭାବ ରହିଥାଏ । ଏହି ଦିନ କୌଣସି ଶୁନଶାନ ସ୍ଥାନକୁ ଯିବା ଉଚିତ ନୁହେଁ । କାରଣ କିଛି ବସ୍ତୁରେ ତନ୍ତ୍ର ମନ୍ତ୍ର ହୋଇ ଥାଇପାରେ । ଯାହାଦ୍ୱାରା ଆପଣଙ୍କର ମାନସିକ ସମସ୍ୟା ଦେଖାଦେଇ ପାରେ ।

ଏହିଦିନ ସ୍ୱାମୀ ସ୍ତ୍ରୀ ଅଲଗା ଶୋଇବା ଉଚିତ ଏବଂ ସମ୍ବନ୍ଧ ବନାଇବା ଉଚିତ ନୁହେଁ । ଏହାଦ୍ବାରା ସମ୍ପର୍କରେ ତିକ୍ତତା ଆସିଥାଏ । ଗୋଟିଏ ପୁତ୍ର ଥିବା ମହିଳା ହୋଲିକା ଦହନ ଅଗ୍ନିକୁ ପୂଜା କରିବା ଉଚିତ ନୁହେଁ । ହୋଲିକା ଦହନ ରାତିରେ ମହିଳା ମାନେ କେଶକୁ ଖୋଲା ରଖିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ସ୍ୱାମୀଙ୍କ ଜୀବନ ଉପରେ ବିପଦ ଆସିଥାଏ । ହୋଲିକା ଦହନ ଦିନ ପୁରୁଷ ମାନେ କୌଣସି ମହିଳାଙ୍କୁ ଅପମାନ କରିବା ଉଚିତ ନୁହେଁ । ଏହାଦ୍ବାରା ହୋଲିକା ମାତା କ୍ରୋଧିତ ହୁଅନ୍ତି । ଏହିଦିନ ସ୍ତ୍ରୀଙ୍କ ସହିତ ଖରାପ ବ୍ୟବହାର କରିଥିବା ପୁରୁଷକୁ ନର୍କକୁ ଯିବାକୁ ପଡ଼ିଥାଏ । ଏହିଦିନ ଟଙ୍କା ପଇସାର ନେଣଦେଣ କରିବା ଆଦୋୖ ଉଚିତ ନୁହେଁ । ହୋଲିକା ଦହନ ଅଗ୍ନିର ପରିକ୍ରମା କରିବା ସମୟରେ ଏବଂ ପୂଜା କରିବା ସମୟରେ ” ଓଁ ନରସିଂହାୟ ନମଃ ” ଏହି ମନ୍ତ୍ରର ଜପ କରନ୍ତୁ । ଏହା ଅତ୍ୟନ୍ତ ଶକ୍ତିଶାଳୀ ମନ୍ତ୍ର ଅଟେ । ଏହାଦ୍ବାରା ଆପଣଙ୍କ ମନ ପବିତ୍ର ହୋଇଯିବ ଏବଂ ଭଗବାନ ନୃସିଂହଙ୍କ କୃପାରୁ ଆପଣଙ୍କର ସବୁ ପାପ ନଷ୍ଟ ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *