Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଚ୍ଚ ୨୫ ହୋଲି ଚନ୍ଦ୍ର ଗ୍ରହଣ । ଘରକୁ ନେଇ ଆସନ୍ତୁ କେବଳ ମାତ୍ର ଏହି ଗୋଟିଏ ଗଛର ଚେର ।

ସେୟାର୍ କରନ୍ତୁ

ମାର୍ଚ୍ଚ ୨୫ ତାରିଖରେ ପାଳିତ ହେବାକୁ ଯାଉଥିବା ଦୋଳ ପୂର୍ଣ୍ଣିମାର ହିନ୍ଦୁ ଧର୍ମରେ ଅନେକ ମହତ୍ତ୍ୱ ରହିଛି । ଏହି ଦିନ କରା ଯାଉଥିବା କୌଣସିବି ଶୁଭ କାର୍ଯ୍ୟ ତତ୍କାଳ ଶୁଭ ଫଳ ପ୍ରଦାନ କରିବ । ଏହାଦ୍ବାରା ଆପଣଙ୍କ ଜୀବନର ସମସ୍ତ ଦୁଃଖ କଷ୍ଟକୁ ଦୂର କରିଦେବ । ଏହିଦିନ ଗୋଟିଏ ଗଛର ଚେର ଯଦି ଆଣି ଆପଣ ଧାରଣ କରନ୍ତି ତେବେ ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ତତ୍କାଳ ଦୂର ହୋଇଯିବ । ଏହାବ୍ୟତୀତ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହେବ । ଏହି ଗଛର ଚେର ଅତ୍ୟନ୍ତ ଚମତ୍କାରୀ ଅଟେ । କାରଣ ଏହି ଗଛରେ ଦୋଳ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ଉପସ୍ଥିତ ରହନ୍ତି ।

କହିରଖିବୁ ଯେ ଏହି ଗଛର ଅନେକ ଆୟୁର୍ବେଦିକ ଗୁଣ ସହିତ ତାନ୍ତ୍ରିକ ଗୁଣ ମଧ୍ୟ ରହିଛି । ଏହି ଗଛ ଓଡ଼ିଶାରେ ଅଧିକ ପରିମାଣରେ ଦେଖିବାକୁ ମିଳେ । ତେବେ ସେହି ଗଛର ନାମ ହେଉଛି ଅପାମାର୍ଗ ଗଛ । ଏହି ଗଛର ଉପଯୋଗ କଲେ କାଳବି ଆପଣଙ୍କର କୌଣସି କ୍ଷତି କରି ପାରିବ ନାହିଁ ଏବଂ ମହାକାଳ ଏହି ଗଛରେ ଆଶୀର୍ବାଦ କରିଥାନ୍ତି । ଏହି ଗଛକୁ ଅପାମାର୍ଗ ଗଛ କୁହାଯିବାର କାରଣ ହେଉଛି ଏହାର ବିଜେ ଓଲଟା ରହିଥାଏ । ଆୟୁର୍ବେଦିକ ଭାଷାରେ ଏହାକୁ ଅପାମାର୍ଗ କୁହାଯାଉଥିବା ବେଳେ ଭିନ୍ନ ଭିନ୍ନ ସ୍ଥାନରେ ଏହାର ନାମ ଅଲଗା ଅଲଗା ରହିଛି । ଏହି ଗଛକୁ ବାସ୍ତୁ ଅନୁଯାୟୀ ମଧ୍ୟ ଶୁଭ ଗଛ ମାନା ଯାଏ ।

ଏହାକୁ ସେବନ କଲେ ଶରୀରରେ ପୋଷକ ତତ୍ତ୍ୱ ବଢ଼ି ପାରିବ । ପୂର୍ବରୁ ଯେଉଁ ସନ୍ଥ ମହାତ୍ମା ମାନେ ମାସ ମାସ ଧରି ଧ୍ୟାନରେ ମଗ୍ନ ରହୁଥିଲେ ସେମାନେ ଅଧିକ ଭୋକିଲା ଅନୁଭବ ନକରିବା ପାଇଁ ଏହି ଅପାମାର୍ଗ ଗଛର ମଞ୍ଜିକୁ ରାନ୍ଧି ଖାଉଥିଲେ । ସମୁଦ୍ର ମନ୍ଥନ ସମୟରେ ଏହି ଗଛ ଉପରେ ଅମୃତର କିଛି ବୁନ୍ଦା ପଡ଼ିଥିଲା ବୋଲି ମାନ୍ୟତା ରହିଛି । ଏହି ଗଛ ମୂଳରେ ମାତା ଗଙ୍ଗାଙ୍କର ବାସ ହୋଇଥାଏ ବୋଲି କୁହାଯାଏ । ଯଦି ଆପଣଙ୍କର ଦାନ୍ତ ଜନିତ କୌଣସି ସମସ୍ୟା ରହିଛି ଏବଂ ପୋକ ଲାଗିବା କାରଣରୁ ଯନ୍ତ୍ରଣା ହେଉଛି ତେବେ ଏହି ଗଛର ମୂଳରେ ୧୫ ଦିନ ଦାନ୍ତ ଘଷିଲେ ସେହି ସବୁ ସମସ୍ୟା ଦୂର ହୋଇଯିବ ।

ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଥିବା ଲୋକଙ୍କୁ ମଧ୍ୟ ଏହି ଗଛ ଦ୍ୱାରା ଉପଶମ ମିଳିଯିବ । ଯେଉଁ ବ୍ୟକ୍ତିଙ୍କର ଏହି ସମସ୍ୟା ରହିଛି ସେମାନେ ଏହି ଗଛର ମୂଳକୁ ଆଣି ଖରାରେ ଶୁଖାଇ ଗୁଣ୍ଡ କରି ନିଅନ୍ତୁ । ଏହାପରେ ଅଳ୍ପ ଗୁଣ୍ଡକୁ ନେଇ ସେଥିରେ ଅଳ୍ପ ସୋରିଷ ତେଲ ମିଶାଇ ତାହାକୁ ଆଣ୍ଠୁ ଗଣ୍ଠି ଦରଜ ହେଉଥିବା ସ୍ଥାନରେ ମାଲିସ କଲେ ଯନ୍ତ୍ରଣା ଜନିତ ସମସ୍ୟା ଦୂର ହୋଇଯାଏ । ଯଦି ଆପଣଙ୍କର ଶତ୍ରୁ ଅଛନ୍ତି ଏବଂ ଆପଣଙ୍କର ବିନାଶ କରିବାକୁ ଚାହୁଁଛନ୍ତି ତେବେ କେବଳ ଶନିବାର ଦିନ ଏହି ଗଛର ବିଜକୁ ଆଣି ଏକ ନାଲି କପଡ଼ାରେ ବାନ୍ଧି ଶନି ଦେବଙ୍କ ମୂର୍ତ୍ତି ସାମ୍ନାରେ ବସି ଶନି ମନ୍ତ୍ର ପାଠ କରନ୍ତୁ । ଏହାକୁ ୫୧ ଥର ପାଠ କରନ୍ତୁ । ସେହି ନାଲି କପଡ଼ାରେ ବାନ୍ଧିଥିବା ବିଜକୁ ନିସଙ୍ଗ ସ୍ଥାନରେ ରଖି ଦିଅନ୍ତୁ । ଦେଖିବେ ଶତ୍ରୁ ଯେତେ ଶକ୍ତିଶାଳୀ ହେଲେବି ଶାନ୍ତ ହୋଇଯିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *