Excuse Me Odisha

ଯାହା କହିବୁ ସତ କହିବୁ

ବହୁତ ଅଶୁଭ ହୋଇଥାଏ ଏହି ଧଳା ରଙ୍ଗର ବସ୍ତୁ ହାତରୁ ଖସି ପଡିବା, ଆର୍ଥିକ ସଙ୍କଟ ଦେଖା ଦେଇଥାଏ।

ସେୟାର୍ କରନ୍ତୁ

ଜ୍ୟୋତିଷ ଶାସ୍ତ୍ର ଆମ ଜୀବନକୁ ବହୁତ ପ୍ରଭାବିତ କରିଥାଏ। ଏହାଦ୍ବାରା ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣା ବିଷୟରେ ଆମକୁ ସୂଚନା ମଧ୍ୟ ମିଳିଥାଏ। ବେଳେବେଳେ କିଛି କାର୍ଯ୍ୟ କରୁଥିବା ସମୟରେ ଆମ ହାତରୁ କୌଣସି ଜିନିଷ ସବୁ ଖସି ପଡ଼ିଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ହାତରୁ କୌଣସି ଧଳା ରଙ୍ଗର ବସ୍ତୁ ଖସିଲେ ଅଶୁଭ ମାନା ଯାଇଥାଏ। ଏହାର ଖରାପ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡ଼ିଥାଏ।

ଧଳା ତିଳ :-

ସାଧାରଣତଃ ବ୍ୟଞ୍ଜନ ବନେଇବା ସମୟରେ ତିଳର ବ୍ୟବହାର ହୋଇଥାଏ। ଧାର୍ମିକ କାର୍ଯ୍ୟରେ ଭଗବାନଙ୍କୁ ଭୋଗ ଲଗାଇବା ସମୟରେ ତିଳକୁ ବ୍ୟବହାର କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ତିଳକୁ ହାତରୁ ଖସାଇବା ଅଶୁଭ ମାନା ଯାଇଥାଏ। ଏହାଦ୍ବାରା ଜୀବନରେ ଅନେକ ସଙ୍କଟ ଆସିବାର ସଂକେତ ମିଳିଥାଏ। କୁହାଯାଏ କି ତିଳ ମଧ୍ୟରେ କିଛି ଏଭଳି ତତ୍ତ୍ଵ ରହିଛି, ଯାହାଦ୍ଵାରା ଆମ ଜୀବନରେ ରହିଥିବା ନକାରାତ୍ମକ ଶକ୍ତି ସବୁ ଦୂର ହୋଇ ଯାଇଥାଏ। ଏହା ହାତରୁ ଖସିବା ଦ୍ୱାରା ଜୀବନରେ ସଙ୍କଟ ଲାଗି ରହିଥାଏ।

କ୍ଷୀର :-

କ୍ଷୀର ଏକ ଏପରି ପଦାର୍ଥ ଯାହା ପ୍ରତ୍ୟେକ ଭାରତୀୟଙ୍କ ଘରେ ରହିଥାଏ।କ୍ଷୀର ଗ୍ଲାସ ହାତରୁ ଖସିବା ବା କ୍ଷୀର ଫୁଟୁଥିବା ସମୟରେ ଉତୁରି ପଡ଼ିବା ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅଶୁଭ ମାନା ଯାଇଥାଏ। ଏହାଦ୍ବାରା ଘରର ଆର୍ଥିକ ପରିସ୍ଥିତି ଶୋଚନୀୟ ହୋଇଯାଏ। କ୍ଷୀର ତଳେ ପଡ଼ିବା ଆପଣଙ୍କ ସଫଳତାରେ ବାଧା ସୃଷ୍ଟି କରିଥାଏ। ଏହାସହିତ ଧନହାନୀ ହେବାର ସମ୍ଭାବନା ମଧ୍ୟ ରହିଥାଏ। ପ୍ରତ୍ୟେକଦିନ କିଛି କ୍ଷୀର ବିଲେଇ, କୁକୁର ଆଦିକୁ ଦିଅନ୍ତୁ, ଏହାଦ୍ଵାରା କିଛି ପରିମାଣରେ ସଙ୍କଟ ଟଳି ଯିବ।

ନଡ଼ିଆ :-

ନଡ଼ିଆକୁ ଶ୍ରୀଫଳ ମଧ୍ୟ କୁହାଯାଏ। ଏହା ପୁଜାପାଠରେ ଓ ଆହୁତି ସମୟରେ ବ୍ୟବହାର ହୋଇଥାଏ। ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ନଡ଼ିଆର ବ୍ୟବହାର ହୋଇଥାଏ। ଦେବୀ ଓ ଦେବତା ମନେ ଏହି ଫଳର ଭୋଗ ଖାଇ ପ୍ରସନ୍ନ ହୋଇଥାନ୍ତି। ତନ୍ତ୍ର ମନ୍ତ୍ରରେ ନଡ଼ିଆ ବ୍ୟବହାର କରାଯାଇଥାଏ। କିନ୍ତୁ ନଡ଼ିଆ ହାତରୁ ଖସିବା ଅଶୁଭ ମାନା ଯାଇଥାଏ। ଏହାଦ୍ବାରା ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥାଏ। ଜୀବନରେ ଅନେକ ସମସ୍ୟା ଦେଖା ଦେଇଥାଏ। ଖରାପ ପରିସ୍ଥିତି ସୃଷ୍ଟି ହେଲେ ୭ ଗୋଟି ନଡ଼ିଆ ଭଗବାନଙ୍କୁ ଅର୍ପଣ କରନ୍ତୁ। ଦେଖିବେ ଆପଣଙ୍କର ଦୁଃଖକଷ୍ଟ ଦୂର ହୋଇଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *