Excuse Me Odisha

ଯାହା କହିବୁ ସତ କହିବୁ

ହୋଲି ଦିନ ଘରକୁ ଆଣିବାକୁ ଭୁଲନ୍ତୁ ନାହିଁ ଏହି ଜିନିଷ । ଜନ୍ମ ଜନ୍ମାନ୍ତରର ଦାରିଦ୍ର୍ୟତା ହୋଇଯିବ ଦୂର ।

ସେୟାର୍ କରନ୍ତୁ

ଚଳିତ ବର୍ଷର ମାର୍ଚ୍ଚ ୨୪ ରେ ହୋଲିକା ଦହନ ଏବଂ ମାର୍ଚ୍ଚ ୨୫ ରେ ହୋଲି ପାଳନ କରାଯିବ । ଆଉ ଏଥରର ହୋଲି ଅତ୍ୟନ୍ତ ଖାସ ହେବାକୁ ଯାଉଛି । ଏହିଦିନ ଚନ୍ଦ୍ରଗ୍ରହଣ ଥିବାରୁ ହୋଲିର ପ୍ରଭାବ ମଧ୍ୟ ଅଧିକ ବଢ଼ିବାକୁ ଯାଉଛି । ଏହିଦିନ ଯଦି ଆପଣ କୌଣସି ତନ୍ତ୍ର ମନ୍ତ୍ର କିମ୍ବା କୌଣସିବି ଉପାୟ କରନ୍ତି ତେବେ ତାହା ନିଶ୍ଚୟ ସିଦ୍ଧ ହୋଇଯିବ । ମାର୍ଚ୍ଚ ୨୪ ହୋଲିକା ଦହନର ଶୁଭ ମୁହୂର୍ତ୍ତ ବିଳମ୍ବିତ ରାତି ୧୧.୦୧ ରୁ ନେଇ ୧୨.୨୭ ପର୍ଯ୍ୟନ୍ତ ରହିବ । ଚଳିତ ବର୍ଷ ହୋଲି ଦିନ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି ଯାହାକି ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଅଟେ । ତେବେ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୨୫ ସକାଳ ୧୦.୦୨ ରୁ ଆରମ୍ଭ ହୋଇ ଦ୍ୱିପ୍ରହର ୩.୨୭ ରେ ଶେଷ ହେବ । କିନ୍ତୁ ଯେହେତୁ ଏହା ଭାରତରେ ଦୃଶ୍ୟମାନ ହେବନାହିଁ ତେଣୁ ଭାରତରେ ଏହାର ସୂତକ କାଳ ମାନ୍ୟ ହେବନାହିଁ ।

ତେଣୁ ଆପଣ ଧୂମଧାମରେ ହୋଲି ମନେଇ ପାରିବେ । ହୋଲିକା ଦହନ ରାତିକୁ ନକରାତ୍ମକ ଉପରେ ସକାରାତ୍ମକତାର ବିଜୟ ବୋଲି କୁହାଯାଏ ଏବଂ ଏହିଦିନ ହୋଲିକା ଦହନ ଅଗ୍ନିକୁ କିଛି ଜିନିଷ ଅର୍ପିତ କରିବା ଆଦୋୖ ଉଚିତ ନୁହେଁ । ଏହି ଦିନକୁ ଜୀବନର ସବୁ ସମସ୍ୟା ଦୂର କରିବାର ଭଲ ଦିନ ବୋଲି ମାନାଯାଏ । ଶାସ୍ତ୍ରରେ ହୋଲିକା ଦହନର ରାତିକୁ ସିଦ୍ଧିର ରାତି କୁହାଯାଏ । ତେଣୁ ଏହିଦିନ ଅନେକ ଲୋକ ସିଦ୍ଧି ପ୍ରାପ୍ତ କରିବାରେ ଲାଗି ପଡ଼ନ୍ତି । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏହି ହୋଲିକା ଦହନ ଦିନ ନିଜ ଜୀବନରେ ଖୁସି ଆଣିବାକୁ କରାଯାଉଥିବା କିଛି ଖାସ ଉପାୟ ବିଷୟରେ କହିବୁ । କିନ୍ତୁ ହୋଲି ଦିନ କିଛି ଜିନିଷ ଅଛି ଯାହାକୁ ଚଢ଼ାଇବା ଉଚିତ ନୁହେଁ ।

ହୋଲିକା ଦହନ ଅଗ୍ନିରେ ଭଙ୍ଗା କିମ୍ବା ପତ୍ର ନଥିବା ଆଖୁ ଅର୍ପିତ କରନ୍ତୁ ନାହିଁ । ସର୍ବଦା ପତ୍ର ଥିବା ଏବଂ ଗୋଟା ଆଖୁ ଅର୍ପିତ କରନ୍ତୁ ନଚେତ ପୂଜାର ପୂର୍ଣ୍ଣ ଫଳ ପ୍ରାପ୍ତ ହେବ ନାହିଁ । ଆଖି ସର୍ବଦା ଦୁଇ ପାଞ୍ଚ କିମ୍ବା ସାତ ଅର୍ଥାତ ବିଷମ ସଂଖ୍ୟାରେ ହେବା ଆବଶ୍ୟକ । ହୋଲିକା ଦହନ ଅଗ୍ନିରେ ପାଣି ଥିବା ନଡ଼ିଆ ମଧ୍ୟ ଅର୍ପିତ କରନ୍ତୁ ନାହିଁ । ଶୁଖିଲା ନଡ଼ିଆକୁ ପରିବାରର ସବୁ ସଦସ୍ୟଙ୍କ ଦ୍ୱାରା ସ୍ପର୍ଶ କରାଇ ହୋଲିକା ଦହନ ଅଗ୍ନିରେ ଅର୍ପିତ କରି ଦିଅନ୍ତୁ । ଏହାଦ୍ବାରା ହୋଲିକା ମାତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ଏବଂ ସବୁ ସମସ୍ୟା ଦୂରେଇ ଯିବ । ଯଦି ଆପଣ କୌଣସି କାରଣରୁ ମନରେ ଭୟଭୀତ ହେଉଛନ୍ତି ତେବେ ଶୁଖିଲା ନଡ଼ିଆ ସହିତ କଳା ତିଳ ଏବଂ ସୋରିଷ ନେଇ ନିଜ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଅଗ୍ନିରେ ଅର୍ପିତ କରି ଦିଅନ୍ତୁ ।

ହୋଲିକା ଦହନରେ ଘରେ ପ୍ରସ୍ତୁତ ହେଉଥିବା ଭୋଜନ ଅର୍ପିତ କରନ୍ତୁ । ଭୁଜିୟା ଅର୍ପିତ କରିବା ସମୟରେ ଧ୍ୟାନ ଦେବେ ଯେପରି ତାହା ତିନୋଟି ନହୁଏ । ସର୍ବଦା ଦୁଇ ପାଞ୍ଚ ଏବଂ ସାତ ହେଲେ ଭଲ । ଏହାବ୍ୟତୀତ ଗୋବର ଟେଳା ଅର୍ପିତ କରନ୍ତୁ । ମାସିକ ଧର୍ମ ସମୟରେ ମହିଳା ମାନେ ହୋଲିକା ଦହନ ଅଗ୍ନି ନିକଟକୁ ଯିବା ଉଚିତ ନୁହେଁ । ସେମାନେ ଚାହିଁଲେ ଦୂରରୁ ଦେଖି ପାରିବେ ଏବଂ ଅନ୍ୟ କେହି ବ୍ୟକ୍ତି ଦ୍ୱାରା ପୂଜାପାଠ କରାଇ ପାରିବେ । ଏହାଦ୍ବାରା ମଧ୍ୟ ପୂଜାର ଫଳ ପ୍ରାପ୍ତ ହେବ । ହୋଲିକା ଦହନ ଅଗ୍ନିରେ କଞ୍ଚା ଚାଉଳ ସହିତ ଚାଉଳ ପାମ୍ପଡ଼ ମଧ୍ୟ ଅର୍ପିତ କରିବା ଉଚିତ ଏବଂ ସବୁଜ ଶସ୍ୟ କେରା ମଧ୍ୟ ଅର୍ପିତ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କିନ୍ତୁ ଭୋଜନକୁ ଆଗରୁ ଅଇଁଠା କରିବା ଉଚିତ ନୁହେଁ ।

ପୂଜା ପରେ ଘରର ସଦସ୍ୟ ତାହାକୁ ସେବନ କରି ପାରିବେ । କୌଣସି ନୂଆ ଶସ୍ୟ ହୋଲିକା ଦହନ ଅଗ୍ନିରେ ଅର୍ପିତ କଲେ ଜୀବନ ସାରା ଘରେ କେବେବି ଧନ ଏବଂ ଅନ୍ନରେ ଅଭାବ ହେବ ନାହିଁ । ଭୁଜିୟାକୁ ଭୋଗ ଲଗାଇବା ପୂର୍ବରୁ ସେବନ କରିବା ଉଚିତ ନୁହେଁ । ପୂଜା ପରେ ପରିବାର ସଦସ୍ୟ ତାହାକୁ ମିଶି ଖାଇ ପାରିବେ । ଏହାଦ୍ବାରା ପରସ୍ପର ମଧ୍ୟରେ ସ୍ନେହ ପ୍ରେମ ସୁଦୃଢ଼ ହୋଇଥାଏ । ମାତାଙ୍କୁ ଭୁଜିୟା ଅର୍ପିତ କରିବା ପରେ କନ୍ୟାଙ୍କୁ ଭୁଜିୟା ଖାଇବାକୁ ଦେବା ସହିଟ ଦକ୍ଷିଣା ଦେବା ଉଚିତ । ଏହାଦ୍ବାରା ମାତା ପ୍ରସନ୍ନ ହୁଅନ୍ତି । ଏହିଦିନ ଗୋମତାଙ୍କୁ ଭୁଜିୟା ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ସବୁ ଦେବଦେବୀଙ୍କୁ ଭୋଗ ଲାଗିଥାଏ । ହୋଲିକା ଦହନ ପରେ ସେହି ପାଉଁଶକୁ ଘରକୁ ଆଣି ଘରର ସଦସ୍ୟଙ୍କ ମସ୍ତକରେ ତିଳକ କରନ୍ତୁ । ଏହା ଛୋଟ ପିଲାଙ୍କୁ ନଜର ଦୋଷରୁ ରକ୍ଷା କରିଥାଏ । ତେଣୁ ଏହାକୁ ଆଣି ଘରର ସାଇତି ରଖନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *