Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଚ୍ଚ ୨୪ ହୋଲିକା ଦହନ ଦିନ ନାଲି ଲଙ୍କାକୁ ନେଇ କରି ଦିଅନ୍ତୁ ଏହି ପ୍ରୟୋଗ । ସବୁ ସମସ୍ୟାରୁ ମିଳିବ ମୁକ୍ତି ।

ସେୟାର୍ କରନ୍ତୁ

ମାର୍ଚ୍ଚ ୨୪ ହୋଲିକା ଦହନ ଏବଂ ଏହିଦିନ ନାଲି ଲଙ୍କାର ଉପାୟ କରାଯାଇଥାଏ । ହୋଲି ଦିନ ଅନେକ ଉପାୟ କରାଯାଏ । ହୋଲିକା ଦହନ ଦିନ ଘରର ସବୁ ଲୋକଙ୍କ ନଜର ଉତାରି ଏହି ଉପାୟ କରାଯାଇଥାଏ ଯାହାଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇଯାଏ । ସେହି ଉପାୟ ଅନୁଯାୟୀ ଆଠଟି ନାଲି ଲଙ୍କା , ଗୋଟିଏ ତମ୍ବା ଲୋଟା ଏବଂ ୧୬ ଟି ଗୋଲମରିଚ ନିଅନ୍ତୁ । ଶନିବାର , ମଙ୍ଗଳବାର କିମ୍ବା ବୁଧବାର ଦିନ କୌଣସି ସମୟରେ ଏହି ଉପାୟ କରାଯାଇ ପାରିବ । ତମ୍ବା ଲୋଟାରେ ପାଣି ନେଇ ସେଥିରେ ଲଙ୍କା ଏବଂ ଗୋଲମରିଚ ବୁଡ଼ାଇ ରଖି ଦିଅନ୍ତୁ ଏବଂ ଶତ୍ରୁର ବ୍ୟବହାର ହୋଇଥିବା କୌଣସି ଜିନିଷ ଆଣନ୍ତୁ ।

କୌଣସି ଜିନିଷ ନଥିଲେ ମଧ୍ୟ ଗୋଟିଏ କଳା କାଗଜରେ ଶତ୍ରୁର ନାମକୁ ଲେଖି ଦିଅନ୍ତୁ ଏବଂ ଲୋଟାକୁ ଘରର ଦକ୍ଷିଣ ପଶ୍ଚିମ ଦିଗରେ ରଖି କୌଣସି କପଡ଼ା ଦ୍ୱାରା ଢାଙ୍କି ଦିଅନ୍ତୁ । ସେହି ଲୋଟା ସାମ୍ନାରେ ୧୧ ଦିନ ପର୍ଯ୍ୟନ୍ତ ବସି ମହା କାଳିଙ୍କ ମନ୍ତ୍ର ଜପ କରନ୍ତୁ । ପ୍ରତ୍ୟେକ ଦିନ ଗୋଟିଏ ମାଳା ନିହାତି ଜପ କରନ୍ତୁ । ୧୧ ଦିନ ପରେ ବୁଡ଼ାଇ ରଖିଥିବା ଲଙ୍କା ଏବଂ ଗୋଲମରିଚକୁ ବାହାର କରି ଖରାରେ ଶୁଖାଇ କର୍ପୂର ଦ୍ୱାରା ଜାଳି ଦିଅନ୍ତୁ । ବଳକା ପାଣିକୁ ବାଥରୁମରେ ଫ୍ଲସ କରି ଦିଅନ୍ତୁ । ଜଳିଯିବା ପରେ ପାଉଁଶକୁ ବାଥରୁମରେ ଫ୍ଲସ କରି ଦିଅନ୍ତୁ । ଏହାଦ୍ବାରା ଶତ୍ରୁ ସମସ୍ୟା ଦୂର ହୋଇଯିବ । ଜୀବନରେ ଅଧିକ ପରିଶ୍ରମ କରିବା ସତ୍ତ୍ୱେବି କିଛି ଲାଭ ହେଉନାହିଁ ଏବଂ ଶତ୍ରୁ ସମସ୍ୟା ଚିନ୍ତିତ କରୁଛି ତେବେ ପାଞ୍ଚଟି ଶୁଖିଲା ନାଲି ଲଙ୍କା ନିଅନ୍ତୁ ।

ଏହାପରେ ଶତ୍ରୁଙ୍କ ନାମ ନେଇ ମୁଣ୍ଡ ଉପର ଦେଇ ଘଣ୍ଟା କଣ୍ଟା ବୁଲୁଥିବାର ଓଲଟା ଦିଗରେ ପଦକ୍ଷେପ ପାଞ୍ଚ ଥର ବୁଲାଇ ବାହାରକୁ ଯାଇ ଏକ ନିର୍ଜନ ସ୍ଥାନରେ ଗାତ ଖୋଳି ସେହି ପାଞ୍ଚଟି ଲଙ୍କାକୁ ପୋତି ଦିଅନ୍ତୁ । ଏହି ଉପାୟ କରିବା ସମୟରେ ଆପଣଙ୍କୁ ଯେମିତି କେହି ନଦେଖନ୍ତି । ଯଦି ଆପଣଙ୍କର ଅନେକ ପରିଶ୍ରମ ସତ୍ତ୍ୱେବି ଚାକିରୀ ମିଳୁନାହିଁ ତେବେ ଲୁଣର ଏକ ସାଧାରଣ ପ୍ରୟୋଗ କରି ନିଅନ୍ତୁ । ପ୍ରଥମେ ବଜାରରୁ ସଧା ଲୁଣ ଆଣି ସୋମବାର ଦିନ ନିଜ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଘରର ଆଗ୍ନେୟ କୋଣରେ ରଖି ଦିଅନ୍ତୁ । ଏହାପରେ ” ଓଁ ହ୍ରୀଂ ଶ୍ରୀଙ୍ଗ ମହାଲକ୍ଷ୍ମୀ ନମଃ ” ଏହି ମନ୍ତ୍ରର ଜପ କରନ୍ତୁ । ଗୋଟିଏ ଦିନ ଲୁଣକୁ ସେମିତି ରଖି ଆଗାମୀ ଦିନ ନେଇ କୌଣସି ନଦୀରେ ଢାଳି ଦିଅନ୍ତୁ ।

ଆଜି ସାଧାରଣ ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନରେ ସବୁ ପ୍ରକାରର ଉନ୍ନତି ଦେଖିବାକୁ ମିଳିବ । ଯଦି ଆପଣ କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବାହାରକୁ ଯାଉଛନ୍ତି ତେବେ ଘରର ମୁଖ୍ୟଦ୍ୱାର ବନ୍ଧ ନିକଟରେ ପାଞ୍ଚଟି ନାଲି ଲଙ୍କା ରଖି ଦିଅନ୍ତୁ । ଘରୁ ବାହାରକୁ ଯିବା ସମୟରେ ତାହା ଉପର ଦେଇ ଡେଇଁ ବାହାରକୁ ଯାଆନ୍ତୁ । ଦେଖିବେ ସବୁ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କ ଉପରେ କୌଣସି ନକରାତ୍ମକତା ଥିବାର ପ୍ରତୀତ ହେଲେ ରାତିରେ ଶୋଇବା ସମୟରେ ଏକ ପାତ୍ରରେ ପାଣି ନେଇ ସେଥିରେ ନାଲି ଶୁଖିଲା ଲଙ୍କାର ମଞ୍ଜି ପକାଇ ରଖି ଦିଅନ୍ତୁ ଏବଂ ଆଗାମୀ ଦିନ ସକାଳୁ ତାହାକୁ ନେଇ ଘର ଠାରୁ ଦୂରରେ ଯାଇ ଫିଙ୍ଗି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଉପରେ ଥିବା କୌଣସି ପ୍ରକାରର ନକରାତ୍ମକତା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *