Excuse Me Odisha

ଯାହା କହିବୁ ସତ କହିବୁ

ହୋଲି ଦିନ ଏହାକୁ ଆଣିବାକୁ ଆଦୋୖ ଭୁଲନ୍ତୁ ନାହିଁ । ଦୂର ହୋଇଯିବ ଜନ୍ମ ଜନ୍ମାନ୍ତରର ଦାରିଦ୍ର୍ୟତା ।

ସେୟାର୍ କରନ୍ତୁ

ଚଳିତ ବର୍ଷର ହୋଲି ଅତ୍ୟନ୍ତ ଖାସ ଏବଂ ମହତ୍ୱପୂର୍ଣ୍ଣ ହେବାକୁ ଯାଉଛି । କାରଣ ମାର୍ଚ୍ଚ ୨୪ ରେ ହୋଲିକା ଦହନ ଏବଂ ମାର୍ଚ୍ଚ ୨୫ ରେ ରଙ୍ଗ ଉତ୍ସବ ପାଳିତ ହେବ । ଏହିଦିନ ଏକ ବଡ଼ ଚନ୍ଦ୍ର ଗ୍ରହଣ ରହିଛି । ଯେଉଁମାନେ ତନ୍ତ୍ର ମନ୍ତ୍ର କରନ୍ତି ତାଙ୍କ ପାଇଁ ଏହି ଗ୍ରହଣ ଅତ୍ୟନ୍ତ ଲାଭଦାୟକ ହେବ । ହିନ୍ଦୁ ପାଞ୍ଜି ଅନୁଯାୟୀ ଫାଲ୍ଗୁନ ପୂର୍ଣ୍ଣିମାକୁ ହୋଲିକା ଦହନ ଏବଂ ଆଗାମୀ ଦିନକୁ ହୋଲି ପାଳନ କରାଯାଏ । ଏଥର ହୋଲିକା ଦହନ ମାର୍ଚ୍ଚ ୨୪ ରେ ଏବଂ ହୋଲି ମାର୍ଚ୍ଚ ୨୫ ରେ ହେବ । ଏଥର ହୋଲିକା ଦହନ ପାଇଁ ଶୁଭ ମୁହୂର୍ତ୍ତ ବିଳମ୍ବିତ ରାତି ୧୧.୦୦ ରୁ ୧୨.୧୭ ପର୍ଯ୍ୟନ୍ତ ରହିବ । ଏଥର ହୋଲି ଦିନ ଅର୍ଥାତ ୨୫ ତାରିଖ ଦିନ ଗ୍ରହଣ ଦିନ ଦ୍ୱିପ୍ରହର ୨.୦୦ ରୁ ୩.୦୨ ରେ ସମାପ୍ତ ହେବ । କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେବନାହିଁ ତେଣୁ ଏହାର ସୂତକ କାଳ ମଧ୍ୟ ମାନ୍ୟ ହେବନାହିଁ ।

ହୋଲିକା ଅଗ୍ନିରେ କିଛି ଜିନିଷ ଭୁଲରେବି ପକାଇବା ଉଚିତ ନୁହେଁ । ନଚେତ ଆପଣଙ୍କୁ ଦାରିଦ୍ର୍ୟତା ଗ୍ରାସ କରିବ । ସନାତନ ଧର୍ମର ହୋଲିକା ପର୍ବ ଖରାପ ଉପରେ ଭଲର ବିଜୟ ବୋଲି ମାନା ଯାଇଥାଏ । ଏହି ରାତିକୁ ଦୈବୀ ଶକ୍ତିର ରାତି ମାନାଯାଏ । ହୋଲି ରାତିକୁ ସିଦ୍ଧି ରାତି କୁହାଯାଏ ଯେଉଁଦିନ ଆପଣ ନିଜର ସମସ୍ତ ସମସ୍ୟା ଦୂର କରି ପାରିବେ । ଏହିଦିନ ଉଭୟ ନକାରାତ୍ମକ ଏବଂ ସକାରାତ୍ମକ ଶକ୍ତି ଖୁବ ଆକ୍ଟିଭ ରହନ୍ତି । ଲୋକେ ଏହିଦିନ ସିଦ୍ଧି ପ୍ରାପ୍ତ ପାଇଁ ଅନେକ ଉପାୟ କରନ୍ତି । ଆଜିକାର ଲେଖାରେ ଆମେ ଆପଣଙ୍କୁ କିଛି ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ । ତିନୋଟି ଜିନିଷ ଯଥା ଭଙ୍ଗା ଆଖୁ , ପାଣି ଥିବା ନଡ଼ିଆ ଅର୍ପିତ କରନ୍ତୁ ନାହିଁ । କହିରଖିବୁ ଯେ ହୋଲିକା ଦହନରେ ପୂର୍ଣ୍ଣ ଜିନିଷ ଏବଂ ପବିତ୍ର ଜିନିଷ ଅର୍ପିତ କରିବାର ନିୟମ ରହିଛି ।

ଏହାଦ୍ବାରା ପୂର୍ଣ୍ଣ ସିଦ୍ଧି ପ୍ରାପ୍ତ ହେବ । ତେଣୁ ଆଖୁ ଆଣିବା ବେଳେ ଧ୍ୟାନ ଦେବେ ଯେପରି ତାହା ଭଙ୍ଗା ହୋଇନଥିବ ଏବଂ ସେଥିରେ ସବୁଜ ପତ୍ର ମଧ୍ୟ ଥିବ । ହୋଲିକା ଅଗ୍ନିରେ ସର୍ବଦା ଶୁଖିଲା ନଡ଼ିଆ ଅର୍ପିତ କରିବା ଉଚିତ । ଏହାଦ୍ବାରା ହୋଲିକା ମାତା ପ୍ରସନ୍ନ ହୁଅନ୍ତି । କିନ୍ତୁ ଅର୍ପିତ କରିବା ଆଗରୁ ସେହି ଶୁଖିଲା ନଡ଼ିଆରେ ପୁରା ପରିବାର ଲୋକଙ୍କ ସ୍ପର୍ଶ କରାଇ ନିଅନ୍ତୁ । ଯଦି ଆପଣଙ୍କ ଜୀବନରେ ଚିନ୍ତା ସମସ୍ୟା ରହିଛି ତେବେ ଶୁଖିଲା ନଡ଼ିଆ ସହିତ ସୋରିଷ ତେଲ ଲଗାଇ ଅଳ୍ପ କଳା ତିଳ ସହିତ ହୋଲିକା ଅଗ୍ନିରେ ଅର୍ପିତ କରନ୍ତୁ । ଏହାଦ୍ବାରା ହୋଲିକା ମାତା ଆପଣଙ୍କର ସବୁ ଚିନ୍ତା ହରଣ କରିନେବେ । ହୋଲିକା ଅଗ୍ନିରେ ନିଶ୍ଚିତ ଭାବରେ କୌଣସି ଶସ୍ୟ ଅର୍ପିତ କରନ୍ତୁ । ଏହାଦ୍ବାରା ଆପଣଙ୍କ ଘରେ କେବେ ଅନ୍ନର ଅଭାବ ହେବନାହିଁ ।

ମାସିକ ଧର୍ମ ଥିବା ମହିଳା ନିଜେ ହୋଲିକା ପୂଜା କରିବା ଉଚିତ ନୁହେଁ । ବରଂ ସେ ଅନ୍ୟ କୌଣସି ବ୍ୟକ୍ତି ଜରିଆରେ ପୂଜା କରାଇ ପାରିବେ କିନ୍ତୁ ମାନ୍ୟ ହେଉଥିବା ସବୁ ନିୟମକୁ ମାନି ପାରିବେ । ହୋଲିକା ଅଗ୍ନିରେ ଚାଉଳରେ ତିଆରି ପାମ୍ପଡ଼ ଏବଂ କଞ୍ଚା ଚାଉଳ ମଧ୍ୟ ଅର୍ପିତ କରିବା ଉଚିତ । ଏହାଦ୍ବାରା ଧନ ପ୍ରାପ୍ତି ହୋଇଥାଏ ଏବଂ କେବେବି ଧନର ଅଭାବ ହୁଏନାହିଁ । ହୋଲିକା ମାତାଙ୍କୁ ଭୁଜିଆ ଅର୍ପଣ କରିବା ପୂର୍ବରୁ ତାହାକୁ ଅଇଁଠା କରନ୍ତୁ ନାହିଁ ବରଂ ପୂଜାରେ ଲାଗି ସାରିବା ପରେ ନିଜ ପରିବାର ଲୋକଙ୍କ ସହିତ ପ୍ରସାଦ ଆକାରରେ ଗ୍ରହଣ କରିପାରିବେ । ମନେ ରଖିବେ ଯେ ମାତାଙ୍କୁ ଭୁଜିଆ ଲଗାଇବା ପରେ କନ୍ୟାଙ୍କୁ ଭୁଜିଆ ଖାଇବାକୁ ଦିଅନ୍ତୁ ଏବଂ ଦକ୍ଷିଣା ମଧ୍ୟ ଦିଅନ୍ତୁ । ଏହାଦ୍ବାରା ନବଦୁର୍ଗା ତଥା ମାତା ରାଣୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *