Excuse Me Odisha

ଯାହା କହିବୁ ସତ କହିବୁ

ଚଳିତ ବର୍ଷ ମାର୍ଚ୍ଚ ୨୫ ରେ ହୋଲି । ଜାଣି ନିଅନ୍ତୁ ହୋଲିକା ଦହନ ପାଉଁଶର ୧୦ଟି ଲାଭ ।

ସେୟାର୍ କରନ୍ତୁ

ଚଳିତ ବର୍ଷ ମାର୍ଚ୍ଚ ୨୪ ତାରିଖରେ ହୋଲିକା ଦହନ ଏବଂ ମାର୍ଚ୍ଚ ୨୫ ତାରିଖରେ ରଙ୍ଗ ଉତ୍ସବ ପାଳିତ ହେବ । କିନ୍ତୁ ଏଥର ଚନ୍ଦ୍ରଗ୍ରହଣ ଲାଗୁଥିବାରୁ ହୋଲିକା ଦହନର ପ୍ରଭାବ ମଧ୍ୟ ଆହୁରି ବଢ଼ିଯିବ । ହିନ୍ଦୁ ପାଞ୍ଜି ଅନୁଯାୟୀ ଫାଲ୍ଗୁନ ପୂର୍ଣ୍ଣିମାକୁ ହୋଲିକା ଦହନ ଏବଂ ଆଗାମୀ ଦିନକୁ ହୋଲି ପାଳନ କରାଯାଏ । ଏଥର ହୋଲିକା ଦହନ ମାର୍ଚ୍ଚ ୨୪ ରେ ଏବଂ ହୋଲି ମାର୍ଚ୍ଚ ୨୫ ରେ ହେବ । ଏଥର ହୋଲିକା ଦହନ ପାଇଁ ଶୁଭ ମୁହୂର୍ତ୍ତ ବିଳମ୍ବିତ ରାତି ୧୧.୦୦ ରୁ ୧୨.୧୭ ପର୍ଯ୍ୟନ୍ତ ରହିବ । ଏଥର ହୋଲି ଦିନ ଅର୍ଥାତ ୨୫ ତାରିଖ ଦିନ ଗ୍ରହଣ ଦିନ ଦ୍ୱିପ୍ରହର ୨.୦୦ ରୁ ୩.୦୨ ରେ ସମାପ୍ତ ହେବ । କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେବନାହିଁ ତେଣୁ ଏହାର ସୂତକ କାଳ ମଧ୍ୟ ମାନ୍ୟ ହେବନାହିଁ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ହୋଲି ଦିନ କରାଯାଇଥିବା କିଛି ଉପାୟ ଶୁଭ ଫଳ ପ୍ରଦାନ କରିଥାଏ । ପ୍ରାଚୀନ କଥା ଅନୁଯାୟୀ ପିତା ଏବଂ ପୁତ୍ରର ସମ୍ପର୍କ ଅତ୍ୟନ୍ତ ପବିତ୍ର ହୋଇଥାଏ । କିନ୍ତୁ ପୁରାଣରେ ହୀରଣ୍ୟକଶ୍ୟପ ନିଜ ପୁଅ ପ୍ରହ୍ଲାଦକୁ ନିଆଁରେ ବସାଇବା ସତ୍ତ୍ୱେବି ଭଗବତ ଭକ୍ତି ଯୋଗୁଁ ତାଙ୍କର କୌଣସି କ୍ଷତି ହୋଇ ନଥିଲା । ତେଣୁ ଏହାର ଅର୍ଥ ଏହା ଯେ ଯଦି ଆପଣଙ୍କ ପ୍ରାର୍ଥନା ଏବଂ ଭକ୍ତି ଦୃଢ଼ ତେବେ କେହିବି ଆପଣଙ୍କର କୌଣସି କ୍ଷତି କରି ପାରିବେ ନାହିଁ । ପୌରାଣିକ ମାନ୍ୟତା ଅନୁଯାୟୀ ରାକ୍ଷସ ହିରଣ୍ୟକଶ୍ୟପ ନିଜ ପୁତ୍ର ପ୍ରହ୍ଲାଦକୁ ହରିଙ୍କୁ ପୂଜା କରିବାକୁ ବାରଣ କରୁଥିଲା । ପ୍ରହ୍ଲାଦ କିନ୍ତୁ ହରି ପୂଜାରୁ ନିବୃତ ହୋଇ ନଥିଲା ।

ଯେଉଁ କାରଣରୁ ହିରଣ୍ୟକଶ୍ୟପ ପ୍ରହ୍ଲାଦକୁ ମାରିବା ପାଇଁ ଅନେକ ଉପାୟ କରି ସବୁଥିଲେ ବିଫଳ ହେଲା । ଶେଷରେ ହିରଣ୍ୟକଶ୍ୟପ ନିଜ ଭଉଣୀ ହୋଲିକାକୁ ପ୍ରହ୍ଲାଦକୁ ମାରିବାକୁ ନିର୍ଦେଶ ଦେଇଥିଲେ । ହୋଲିକାଙ୍କୁ ବ୍ରହ୍ମାଙ୍କ ଠାରୁ ବରଦାନ ମିଳିଥିଲା ଯେ ଅଗ୍ନିରେ ସେ ଭସ୍ମ ହେବନାହିଁ । ତେଣୁ ସେ ପ୍ରହ୍ଲାଦକୁ ଧରି ଅଗ୍ନିରେ ବସିଗଲା । ସେହି ଅଗ୍ନିରେ ହୋଲିକା ଜଳି ପାଉଁଶ ହୋଇଗଲା ମାତ୍ର ଭକ୍ତ ପ୍ରହ୍ଲାଦର କିଛିବି ହୋଇ ନଥିଲା । ସେହିଦିନ ଠାରୁ ହୋଲି ପର୍ବ ପାଳିତ ହୋଇ ଆସୁଛି । ଯେଉଁଦିନ ଖରାପ ଶକ୍ତି ଉପରେ ଭଲ ଶକ୍ତିର ବିଜୟ ହୋଇଥାଏ । ଏହିଦିନ ଅନେକ ତନ୍ତ୍ର ମନ୍ତ୍ର ଏବଂ ଆଧ୍ୟାତ୍ମିକ ଉପାୟ ମଧ୍ୟ କରାଯାଇ ଥାଏ ।

ଏହିଦିନ ଯଦି ଆପଣଙ୍କ ଜୀବନରେ କିଛି ସମସ୍ୟା ରହିଛି ତେବେ ହୋଲିକା ଦହନ ଦିନ କିଛି ଖାସ ଉପାୟ କରିପାରିବେ । ଯାହାଦ୍ୱାରା ଆପଣଙ୍କର ସବୁ ସାମସ୍ୟା ଦୂରେଇ ଯିବ । କିନ୍ତୁ ଏହି ଉପାୟକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିଲେ ହିଁ ଫଳପ୍ରଦ ହେବ । ଯଦି ଆପଣଙ୍କ ଉପରେ କୌଣସି ଗ୍ରହ ଦୋଷ ରହିଛି ଏବଂ ଆପଣ ଜାଣି ପାରୁ ନାହାଁନ୍ତି ଯେ କେଉଁ ଗ୍ରହ । ତେବେ ହୋଲିକା ଦହନ ପରେ ସେହି ପାଉଁଶକୁ ଆଣି ଆଗାମୀ ଦିନ ଜଳରେ ମିଶାଇ ମହାଦେବଙ୍କୁ ଅଭିଷେକ କରାଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ହୋଲିକା ଦହନ ଆଗାମୀ ଦିନ ହୋଲିକା ପାଉଁଶକୁ ଆଣି ପୁରା ଘରେ ସିଞ୍ଚି ଦିଅନ୍ତୁ । ଏହାଦ୍ବାରା ଘର ଉପରେ କେହି କିଛି ତନ୍ତ୍ର ମନ୍ତ୍ର ଖରାପ ନଜର କରିଥିଲେ ତାହା ଦୂର ହୋଇଯିବ ।

ବ୍ୟବସାୟ ଉପରେ କେହି କିଛି କରିଥିଲେ ହୋଲିକା ଦହନ ନିକଟରେ ଅନାର ପତ୍ରରେ ନିଜର ନାମ ଲେଖି ହୋଲିକା ଡାହାଣ ଅଗ୍ନିରେ ପକାଇ ଦେଲେ ସେହି ସମସ୍ୟା ଦୂର ହୋଇଯିବ । ହୋଲି ପାଉଁଶ ଖୁବ ପବିତ୍ର ହୋଇଥାଏ ତେଣୁ ଏହାକୁ ପୁରା ବର୍ଷ ପାଇଁ ସଞ୍ଚୟ କରି ରଖନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *