Excuse Me Odisha

ଯାହା କହିବୁ ସତ କହିବୁ

ପୂଜା ଘରେ ଘଣ୍ଟି ବଜାଉଥିବା ଲୋକ ନିଶ୍ଚୟ ଜାଣି ନିଅନ୍ତୁ କିଛି ଖାସ କଥା । ନଚେତ ପୁରା ଘର ହୋଇଯିବ ବର୍ବାଦ ।

ସେୟାର୍ କରନ୍ତୁ

ପ୍ରତ୍ୟେକ ବ୍ୟକ୍ତି ନିଜ ଘରେ ଏକ ପୂଜା ଘର ନିଶ୍ଚିତ ରଖିଥାନ୍ତି । ସେହି ଘରେ ନିଜର ଦେବଦେବୀଙ୍କ ଫୋଟ ରଖି ନିଜ ପରିବାରର ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରି ପୂଜା କରନ୍ତି । କିନ୍ତୁ ସମସ୍ତେ ଜାଣି ରଖିବା ଉଚିତ ଯେ କିଛି ଏପରି ଜିନିଷ ଅଛି ଯାହାକୁ ଘରର ପୂଜାଘରେ ରଖିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । କିନ୍ତୁ ଆଉ କିଛି ଜିନିଷକୁ ପୂଜା ଘର ଠାରୁ ସମ୍ପୂର୍ଣ୍ଣ ଦୂରେଇ ରଖିବା ଉଚିତ । କହିରଖିବୁ ଯେ ଭାରତୀୟ ପରମ୍ପରା ମାଟି ସହିତ ଜଡ଼ିତ । ତେଣୁ ପୂଜାଘରେ ପାରମ୍ପରିକ ମାଟିର ଦୀପ ନିଶ୍ଚିତ ରହିବା ଆବଶ୍ୟକ । ଯଦି ସେପରି ନମିଳେ ତେବେ ଧାତୁର ଦୀପ ମଧ୍ୟ ରଖି ପାରିବେ । ପୂଜାଘରେ ମନ୍ଦିରରେ ସ୍ୱସ୍ତିକ ରହିବା ଆବଶ୍ୟକ । ଏହା ଘରର ଶାନ୍ତି ଏବଂ ସମୃଦ୍ଧିର ପ୍ରତୀକ ଅଟେ । ତେଣୁ ଘର ମନ୍ଦିରରେ ରୋଲିରେ ସ୍ୱସ୍ତିକ ଚିହ୍ନ ତିଆରି କରନ୍ତୁ ।

କୌଣସି ଶୁଭ କାମ କରିବା ପୂର୍ବରୁ ସ୍ୱସ୍ତିକ ଚିହ୍ନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ କଳସ ହେଉଛି ସୁଖ ଏବଂ ସମୃଦ୍ଧିର ପ୍ରତୀକ । ତେଣୁ ଘରର ମନ୍ଦିରରେ ସ୍ୱସ୍ତିକ ଚିହ୍ନ ବନାଇ ତାହା ଉପରେ କଳସ ରଖିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ଏବଂ ଶାନ୍ତି ବଜାୟ ରହିଥାଏ । ଘରେ ଶଙ୍ଖ ରହିବା ଅତ୍ୟନ୍ତ ଶୁଭ ଅଟେ । ୧୪ ରତ୍ନ ମଧ୍ୟରେ ଶଙ୍ଖ ମଧ୍ୟ ରହିଛି ଯାହାକି ସମୁଦ୍ର ମନ୍ଥନ ସମୟରେ ବାହାରିଥିଲା । ଘର ମନ୍ଦିରରେ ଶଙ୍ଖ ରହିଲେ ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଶଙ୍ଖ ଧ୍ୱନି ଦ୍ୱାରା ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ଏବଂ ବାତାବରଣ ଶୁଦ୍ଧ ହୋଇଥାଏ ।

ଘର ମନ୍ଦିରରେ ଘଣ୍ଟି ରହିବା ଆବଶ୍ୟକ । କାରଣ ଏହା ଅତ୍ୟନ୍ତ ପବିତ୍ର ଅଟେ । ଯେଉଁ ଘରେ ପୂଜା ସମୟରେ ଘଣ୍ଟି ବାଜି ଥାଏ ସେହି ଘରେ ସୁଖ ସମୃଦ୍ଧି ବଜାୟ ରହିଥାଏ ଏବଂ ସେହି ଘରର ଆଖପାଖରେ ଥିବା ନକରାତ୍ମକ ଶକ୍ତି ମଧ୍ୟ ନଷ୍ଟ ହୋଇଯାଏ । କିନ୍ତୁ ମନେ ରଖନ୍ତୁ ଯେ ଘରର ମନ୍ଦିରରେ ବିଷମ ସଂଖ୍ୟାରେ ଗଣେଶ ମୂର୍ତ୍ତି ରଖିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ସର୍ବଦା ଘରର ମନ୍ଦିରରେ ଦୁଇଟି ଗଣେଶ ମୂର୍ତ୍ତି ରଖିବା ଶୁଭ ହୋଇଥାଏ । ଆପଣ ଚାହିଁଲେ ଘରର ମୁଖ୍ୟ ଦ୍ୱାରର ଉପରେ ଗଣେଶ ମୂର୍ତ୍ତି ଲଗାଇ ପାରିବେ । ମାତ୍ର ଧ୍ୟାନ ଦେବେ ଯେପରି ଗଣେଶଙ୍କ ପିଠି ବାହାର ଦିଗକୁ ରହେ । ନଚେତ ଏହା ଘର ବର୍ବାଦିର କାରଣ ସାଜିଥାଏ ।

ନଚେତ ଆପଣ ବାହାରେ ଏବଂ ଭିତରେ ମଧ୍ୟ ଗଣେଷ ମୂର୍ତ୍ତି ଲଗାଇ ଦିଅନ୍ତୁ । ଘରର ମନ୍ଦିରରେ ଭଙ୍ଗା ଚାଉଳ କିମ୍ବା ବ୍ୟବହାର ହୋଇଥିବା ଅଧିକ ପୁରୁଣା ଚାଉଳ ରଖନ୍ତୁ ନାହିଁ । କାରଣ ଏହା ନକରାତ୍ମକତା ଆଣିଥାଏ । ଘରର ପୂଜାଘରେ ଦେବଦେବୀଙ୍କ ମୂର୍ତ୍ତି ବ୍ୟତୀତ ଅନ୍ୟ ଫୋଟ ରଖିବା ଉଚିତ ନୁହେଁ । ଯେମିତିକି ମୃତ ପରିଜନ କିମ୍ବା ଅନ୍ୟ ସାଧୁ ସନ୍ଥଙ୍କ ଫୋଟ ମଧ୍ୟ ଅଶୁଭ ହୋଇଥାଏ । କାରଣ ମନ୍ଦିରର ସ୍ଥାନ କେବଳ ଦେବଦେବୀଙ୍କ ପାଇଁ ହୋଇଥାଏ । ପୂଜା ଘରେ ଭୈରବ , ଶନିଦେବ କିମ୍ବା ମାତା କାଳିଙ୍କ ମୂର୍ତ୍ତି ରଖିବା ଉଚିତ ନୁହେଁ । ଏହାବ୍ୟତୀତ ଛିଡ଼ା ହୋଇଥିବା ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ମଧ୍ୟ ପୂଜା କରିବା ଉଚିତ ନୁହେଁ । ପୂଜାଘରେ ଗଙ୍ଗା ଜଳ ଏବଂ କଳସ ରହିଲେ ଘରକୁ ଧନ ସମ୍ପତ୍ତିର ଆଗମନ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *