Excuse Me Odisha

ଯାହା କହିବୁ ସତ କହିବୁ

ସଫଳତା ପାଇବାକୁ ଚାହୁଁଥିଲେ, ଆରମ୍ଭରୁ କରନ୍ତୁ ଏହି କାର୍ଯ୍ୟ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ଏହି ପୋର୍ଟାଲକୁ ବହୁତ ସ୍ବାଗତ ଜଣାଉଛୁ। ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ଶାସ୍ତ୍ରରେ ଜୀବନ ସହିତ ଜଡିତ ଅନେକ ଉପଦେଶ ଓ ପ୍ରଶ୍ନର ସମାଧାନର ମାର୍ଗ ଦେଇଛନ୍ତି। ଏହାସହିତ ସଫଳତା ପ୍ରାପ୍ତ କରିବା ପାଇଁ ବହୁତ ମାର୍ଗ ସମ୍ପର୍କରେ ମଧ୍ୟ କହିଛନ୍ତି

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ, ଯଦି ଦିନର ଆରମ୍ଭ ଉତ୍ତମ ଓ ଶୁଭ ହୋଇଥାଏ, ତାହେଲେ ସାରା ଦିନ ସକରାତ୍ମକ ରୂପରେ ଅତିବାହିତ ହୋଇଥାଏ। ତେଣୁ ଏହି ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଜୀବନରେ ସଫଳତା ହାସଲ କରିବାକୁ ଚାହୁଁଥିଲେ, କେଉଁସବୁ ନିୟମ ଗୁଡିକ ପାଳନ କରିବା ଉଚିତ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ କୌଣସି କାର୍ଯ୍ୟର ଯୋଜନା ପ୍ରସ୍ତୁତ କରନ୍ତୁ :-

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ପ୍ରତ୍ୟେକ ଲୋକଙ୍କୁ ସକାଳେ ପ୍ରଥମେ ସାରାଦିନର କାର୍ଯ୍ୟର ଯୋଜାନା ପ୍ରସ୍ତୁତ କରିବା ଉଚିତ। କାରଣ ଯଦି ବ୍ୟକ୍ତିର ମସ୍ତିସ୍କରେ ପୁରା ଦିନର କାର୍ଯ୍ୟର ଯୋଜନା ରହିବ,ତାହେଲେ ନିଶ୍ଚିତ ଭାବରେ କାର୍ଯ୍ୟରେ ସଫଳତା ମିଳିବାର ସମ୍ଭାବନା ରହିଥାଏ। ଏଭଳି କରିବା ଦ୍ଵାରା ଆପଣ ଏକ ସ୍ବତନ୍ତ୍ର ମାର୍ଗ ଦେଇ ନିଜର ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବେ।

୨. ସମୟ ନିର୍ଦ୍ଧିଷ୍ଟ କରନ୍ତୁ:-

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ବ୍ୟକ୍ତି ସମୟର ମୂଲ୍ୟ ବୁଝେ ନାହିଁ, ତାଙ୍କୁ କେବେବି ଜୀବନରେ ସଫଳତା ମିଳେ ନାହିଁ । ତେଣୁ ଆପଣ ନିଜର ସବୁ କାର୍ଯ୍ୟକୁ ସଠିକ ସମୟରେ ପୂରଣ କରିବାକୁ ପ୍ରୟାସ କରନ୍ତୁ। ଏଭଳି କରିବା ଦ୍ୱାରା ଆପଣ ନିଜର କଠିନ ପରିଶ୍ରମର ଆଶାନୁରୂପ ସଫଳତା ପାଇବେ। ଏହାସହିତ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବା ସହିତ ଧନଲାଭ ମଧ୍ୟ ହୋଇଥାଏ। କାରଣ ବିତି ଯାଇଥିବା ସମୟ କେବେବି ଫେରି ନଥାଏ ଏବଂ ଆପଣ କେବଳ ପଶ୍ଚାତାପ ହିଁ କରିବେ।

୩/ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ :-

କୁହାଯାଏ କି ଜୀବନର ପ୍ରଥମ ସୁଖ ନୀରୋଗ ଶରୀର ହୋଇଥାଏ। ଯେଉଁ ବ୍ୟକ୍ତି ସର୍ବଦା ଦୁଃଖିତ ରହିଥାନ୍ତି ଓ ସେ ନିଜର କାର୍ଯ୍ୟ ସଠିକ ଢଙ୍ଗରେ ସମ୍ପନ୍ନ କରି ପାରନ୍ତି ନାହିଁ, ସେମାନେ ଜୀବନରେ କେବେବି ସଫଳତା ହାସଲ କରି ପାରନ୍ତି ନାହିଁ। କାରଣ ଆପଣ ଶାରୀରିକ ରୂପରେ ସୁସ୍ଥ ରହିଲେ ନିଜର ସବୁ କାର୍ଯ୍ୟ ସମ୍ପନ୍ନ କରି ପାରିବେ। ତେଣୁ ପ୍ରତ୍ୟେକଦିନ ସଠିକ ସମୟରେ ପୋଷଣ ଯୁକ୍ତ ଖାଦ୍ୟ ସେବନ କରନ୍ତୁ ଓ ନିଜ ଶରୀର ପ୍ରତି ଧ୍ୟାନ ଦିଅନ୍ତୁ।

୪/ ଲକ୍ଷ୍ୟକୁ ସୁଦୃଢ କରନ୍ତୁ :-

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ, ଜୀବନରେ ସଫଳତା ହାସଲ କରିବା ପାଇଁ ବ୍ୟକ୍ତିକୁ ସର୍ବଦା ନିଜର ଲକ୍ଷ୍ୟକୁ ସୁଦୃଢ କରିବା ଉଚିତ। କାରଣ ଯଦି ଆପଣ କୌଣସି କାର୍ଯ୍ୟ କରିବା ପୂର୍ବରୁ ନିଜର ଲକ୍ଷ୍ୟକୁ ସୁଦୃଢ କରିବେ, ତାହେଲେ ସବୁ କ୍ଷେତ୍ରରେ ଆପଣ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *