Excuse Me Odisha

ଯାହା କହିବୁ ସତ କହିବୁ

ଭୂତ ପ୍ରେତ ପାଇଁ କାଳ ଅଟେ ଏହି ଗଛର ଚେର । ଧାରଣ କଲେ ମିଲବ ଚମତ୍କାରୀ ଫାଇଦା ।

ସେୟାର୍ କରନ୍ତୁ

ଏହି ପ୍ରକୃତିରେ ୮୪ ଲକ୍ଷ ୟୁନିରେ ଭୂତ ପ୍ରେତ ପିଶାଚ ଇତ୍ୟାଦିର ଗଣନା ଆସିଥାଏ । ମନୁଷ୍ୟର ଶରୀର ପଞ୍ଚତତ୍ତ୍ୱରେ ତିଆରି ହୋଇଥାଏ । କିନ୍ତୁ ଭୂତ ପ୍ରେତ ତିନୋଟି ତତ୍ତ୍ୱରେ ତିଆରି ହୋଇଥାଏ । ତେଣୁ ମନୁଷ୍ୟ କେବେବି ପିଶାଚକୁ ଡରିବା ଉଚିତ ନୁହେଁ । ଥରେ ଇନ୍ଦ୍ରଦେବ ବୃହସ୍ପତି ଦେବଙ୍କୁ ପଚାରିଲେ ଯେ ମନୁଷ୍ୟ କିଭଳି ଭୂତ ପ୍ରେତ ଠାରୁ ନିଜକୁ ଦୂରେଇ ରଖିବ । ଏହି ବିଷୟରେ ବୃହସ୍ପତି ଦେବ କହିଛନ୍ତି ଯେ ମନୁଷ୍ୟକୁ ଭୂତ ପ୍ରେତ ଲାଗିଥିଲେ ତାହା କିପରି ଜଣା ପଡ଼ିବ । ଭୂତ ପ୍ରେତ ଲାଗିଥିବା ବ୍ୟକ୍ତିର ଶରୀରର ଓଜନ ଅଧିକ ବଢ଼ିଯାଏ ଏବଂ ଆଖି ମଧ୍ୟ ନାଲି ପଡ଼ିଯାଏ । ଏହାବ୍ୟତୀତ ସେମାନେ ଅଧିକ ଖାଦ୍ୟ ଖାଇବା ବ୍ୟତୀତ ନଖାଇ ଏଣୁତେଣୁ କହିବାରେ ଲାଗନ୍ତି ।

ଭୂତ ପ୍ରେତ ଲାଗିଲେ ବ୍ୟକ୍ତି ନିଦରେ ଚାଲିବା ଆରମ୍ଭ କରେ । ସେମାନେ ଅତୃପ୍ତ ଆତ୍ମା ହୋଇଥିବାରୁ ସେମାନଙ୍କୁ ଶୋଷ ମଧ୍ୟ ଅଧିକ ଲାଗିଥାଏ । ତେବେ ବାସ୍ତବରେ ଭୂତ ପ୍ରେତ ଲାଗିଛି ବୋଲି ଜାଣିବା ପାଇଁ ମଧ୍ୟ ସଙ୍କେତ ରହିଛି । ଭୂତ ପ୍ରେତ ଲାଗିଥିଲେ ସେହି ବ୍ୟକ୍ତିର ନାଡ଼ି ଧୀର ହୋଇଯାଇ ଥାଏ ଏବଂ ଦେହରୁ ଅତ୍ୟନ୍ତ ଦୁର୍ଗନ୍ଧ ଝାଳ ବାହାରିଥାଏ ।

ଏଥିରୁ ବର୍ତ୍ତିବା ପାଇଁ ସ୍ୱୟଂ ଭଗବାନ ଶିବ ମାତା ପାର୍ବତୀଙ୍କୁ କିଛି ଉପାୟ କରିଛନ୍ତି । ଯେଉଁ ବ୍ୟକ୍ତି କୌଣସି ସାତ୍ଵିକ ମନ୍ତ୍ରର ଜପ କରିଥାଏ ତାକୁ ଭୂତ ପ୍ରେତ ବାଧା ସୃଷ୍ଟି କରିପାରେ ନାହିଁ । ଏହାବ୍ୟତୀତ ଭୂତ ପ୍ରେତ ଔଷଧୀ ଦ୍ୱାରା ମଧ୍ୟ ଆପଣ ଭୂତ ପ୍ରେତ ଠାରୁ ଦୂରେଇ ରହି ପାରିବେ । ତାହାକୁ ଜଳାଇ ଭୂତ ଲାଗିଥିବା ବ୍ୟକ୍ତିକୁ ଶୁଂଘାଇ ଦେଲେ ଭୂତ ଦୂରେଇ ଯାଏ ।

ଯେଉଁ ବ୍ୟକ୍ତି ତୁଳସୀ ମୂଳ ଧାରଣ କରିଥାଏ ସେହି ବ୍ୟକ୍ତିକୁ ଭୂତ ପ୍ରେତ ପ୍ରଭାବିତ କରେ ନାହିଁ । ଧଳା ମନ୍ଦାର ଗଛର ଚେର ରବିପୁଷ୍ୟ କିମ୍ବା ଗଣେଶ ଚତୁର୍ଥୀ ଦିନ ଧାରଣ କଲେ ସବୁ ପ୍ରକାରର ଭୂତ ପ୍ରେତ ବାଧାରୁ ମୁକ୍ତି ମିଳିଥାଏ । ଧଳା ମନ୍ଦାର ମୂଳକୁ ତାବିଜରେ ପୁରାଇ ହାତରେ କିମ୍ବା ବେକରେ ଧାରଣ କରି ପାରିବେ । ଏହାବ୍ୟତୀତ ନିର୍ଗୁଣ୍ଡି ଗଛର ଡାଳ ଏବଂ ମୂଳ ଭୂତ ପ୍ରେତ ପାଇଁ କାଳ ଅଟେ ।

ମଙ୍ଗଳବାର ଦିନ ଏହାକୁ ଶ୍ରୀହନୁମାନଙ୍କୁ ଭେଟ କରି ଧାରଣ କଲେ ଭୂତ ପ୍ରେତ ସମସ୍ୟା ଦୂର ହୋଇଯାଏ । ପାରଦ ଗୁଟିକାକୁ ବ୍ୟକ୍ତି ଧାରଣ କଲେ କିମ୍ବା ପାଖରେ ରଖିଲେ ବ୍ୟକ୍ତିକୁ କାହାକୁବି ଭୟ କରିବାର ଆବଶ୍ୟକତା ନାହିଁ । ଏହା ମହାଦେବଙ୍କ ଅଂଶ ଅଟେ । ତେଣୁ ଏହାକୁ ଧାରଣ କଲେ ଭୂତ ପ୍ରେତ ପାଖକୁ ସୁଦ୍ଧା ଆସି ପାରେ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *