Excuse Me Odisha

ଯାହା କହିବୁ ସତ କହିବୁ

ଗାଈର ଲାଞ୍ଜରେ ଥିବା ଚୁଟିକୁ ପିନ୍ଧିଲେ କଣ ହୁଏ ? ସବୁ ଦୁଃଖ ହେବ ଦୂର ଏବଂ ଏକ ମାସରେ ହୋଇଯିବେ କୋଟିପତି ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଗୋମାତାଙ୍କ ପୁଚ୍ଛ ପିନ୍ଧିଲେ କଣ ଲାଭ ହୋଇଥାଏ ସେହି ବିଷୟରେ କହିବୁ । ଗୋମାତାଙ୍କ ପୁଚ୍ଛକୁ ଛୁଇଁବା ଦ୍ୱାରା ସମସ୍ତ ପାପର ନାଶ ହୋଇଥାଏ । ଗୋମତାଙ୍କ ଦେହରେ ସବୁ ଦେବଦେବୀଙ୍କ ବାସ ହୋଇଥାଏ ଏବଂ ଗୋମାତାଙ୍କ କ୍ଷୀରକୁ ଅମୃତ ମାନା ଯାଇଥାଏ । ବେଦ ପୁରାଣ ଅନୁଯାୟୀ ଗୋମାତାଙ୍କ ପୁଚ୍ଛରେ ହନୁମାନଙ୍କ ବାସ ହୋଇଥାଏ । ନଜର ଦୋଷ ଥିଲେ ଗୋମାତାଙ୍କ ପୁଚ୍ଛକୁ ଆଣି ଝାଡ଼ିଲେ ତାହା ଠିକ ହୋଇଯାଏ । ଜୀବନରେ ଦୁଃଖ ଦୁର୍ଦଶା ଚାଲିଥିଲେ ଗୋମାତାଙ୍କ ପୁଚ୍ଛକୁ ଧାରଣ କରିବା ଉଚିତ । ଏହାଦ୍ବାରା ଜୀବନରୁ ଦୁଃଖ ଏବଂ ଦୁର୍ଭାଗ୍ୟ ଦୂର ହୋଇଥାଏ । ଅକାଳ ମୃତ୍ୟୁ ଦୋଷ ଥିଲେ ଗୋମାତାଙ୍କ ପୁଚ୍ଛର କିଛି ଚୁଟି ନେଇ ଧାରଣ କରନ୍ତୁ ।

ଯଦି ଆପଣ ପ୍ରତ୍ୟେକ ଗୋମାତାଙ୍କୁ ଘାସ ଖୁଆଇଲେ କୋଟି ପୁଣ୍ୟ ପ୍ରାପ୍ତ ହୋଇଥାଏ ଏବଂ ଜୀବନର ସବୁ ସମସ୍ୟା ଦୂର ହୋଇଥାଏ । ମଙ୍ଗଳ ଦୋଷ ସହିତ ବିବାହରେ ବିଳମ୍ବ ହେଉଥିଲେ ଗୋମାତାଙ୍କ ପୁଚ୍ଛର କିଛି ଚୁଟି ନେଇ ଧାରଣ କରନ୍ତୁ । ଏହାବ୍ୟତୀତ ରକ୍ତ ସମ୍ବନ୍ଧୀୟ କିଛି ରୋଗ ଥିଲେ ମଧ୍ୟ ଏହି ଉପାୟ କରି ପାରିବେ । ଆପଣ ଧଳା ରଙ୍ଗର ଗାଈର ପୁଚ୍ଛକୁ ଧାରଣ କରିପାରିବେ । ଏହାକୁ ମଙ୍ଗଳବାର ଦିନ ଏକ ତମ୍ବା ତାବିଜରେ କିଛି ପୁଚ୍ଛ ସହିତ ପାଞ୍ଚଟି ତୁଳସୀ ପତ୍ର ଏବଂ ସିନ୍ଦୁର ସହିତ ଧାରଣ କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନର କୌଣସିବି ସମସ୍ୟା ଦୂର ହୋଇଯିବ । ଗୋମାତାଙ୍କ ସେବା କରିବାର ମଧ୍ୟ ନିର୍ଦିଷ୍ଟ ନିୟମ ରହିଛି । ଗୋମାତାଙ୍କ ଠାରୁ ମିଳୁଥିବା ପଞ୍ଚଗବ୍ୟ ଅତ୍ୟନ୍ତ ମୂଲ୍ୟବାନ ଅଟେ ଏବଂ ଗୋବରରୁ ବେଲ ଗଛର ଉତ୍ପତ୍ତି ହୋଇଥିଲା ।

ଏହାକୁ ଶ୍ରୀ ଗଛ ମଧ୍ୟ କୁହାଯାଏ ଏବଂ ସେଥିରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଗାଈର ଦର୍ଶନ ମାତ୍ରେ ହଜାରେ ପାପ ନଷ୍ଟ ହୋଇଯାଏ । ତେଣୁ ଏହି ନିଷ୍ପାପ ଗୋମାତାଙ୍କ ଉପରେ କେବେ ପ୍ରହାର କରିବା ଉଚିତ ନୁହେଁ । ଯେଉଁ ସ୍ତ୍ରୀ ରୋଷେଇ ଘରେ ତିଆରି ହୋଇଥିବା ପ୍ରଥମ ରୋଟିକୁ ଗୋମାତାଙ୍କୁ ଦେଇଥାଏ ସେହି ସ୍ତ୍ରୀ ଉପରେ ସବୁ ଦେବଦେବୀଙ୍କ କୃପା ବର୍ଷା ହୋଇଥାଏ ଏବଂ ସେ ସର୍ବଦା ସୁହାଗିନୀ ରହିଥାଏ । ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ଗୋମାତାଙ୍କ ସେବା କରିଥାଏ ସେହି ଘରକୁ କେବେ ଦୁଃଖ ସଙ୍କଟ ଆସି ନଥାଏ । କଳା ରଙ୍ଗର ଗାଈ ଘରେ ଥିଲେ ଶନିବାର ଦିନ ରୋଟି ଖୁଆନ୍ତୁ ଏହାଦ୍ବାରା ଶନି ଦୋଷା ଥିଲେ ତାହା ଦୂର ହୋଇଯିବ । ଗୋମୂତ୍ର ଅତ୍ୟନ୍ତ ଉପଯୋଗୀ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ ।

ଗୋମୂତ୍ରକୁ ଘରେ କିମ୍ବା ବାହାରେ ସିଞ୍ଚନ କଲେ ବାତାବରଣ ଶୁଦ୍ଧ ହୋଇଥାଏ । ସେଥିପାଇଁ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଦିନ ଗୋମୂତ୍ରକୁ ସିଞ୍ଚନ କରାଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସକାଳର ପ୍ରଥମ ରୋଟିକୁ ଧଳା ଗାଈକୁ ଖୁଆଇବା ଅତ୍ୟନ୍ତ ଭଲ ହୋଇଥାଏ । ଏହାଦ୍ବାରା ଶୁକ୍ର ଗ୍ରହ ମଜବୂତ ହୋଇଥାଏ । ବୁଧ ଗ୍ରହ ଦୁର୍ବଳ ଥିଲେ ବୁଧବାର ଦିନ ଗୋମାତାଙ୍କୁ ସବୁଜ ଚାରା ଖୁଆଇ ଦିଅନ୍ତୁ । ବୃହସ୍ପତି ଦୁର୍ବଳ ଥିଲେ ଗୁରୁବାର ଦିନ ରୋଟି ଉପରେ ଗୁଡ଼ ରଖି ଗୋମାତାଙ୍କୁ ଖୁଆଇ ଦିଅନ୍ତୁ । ଗୋମାତାଙ୍କ ଠାରୁ ମିଳୁଥିବା ପଞ୍ଚଗବ୍ୟ ଅତ୍ୟନ୍ତ ଭଲ ହୋଇଥାଏ ଏବଂ ତାହା ଶରୀର ପାଇଁ ଭଲ ହେବା ସହିତ ପାପ ନାଶକ ହୋଇଥାଏ । ପ୍ରତ୍ୟେକ ସ୍ତ୍ରୀ ଘରେ ଗାଈ ପାଇଁ ଗୋଟିଏ ରୋଟି ନିଶ୍ଚୟ ବନାଇବା ଉଚିତ ଏତେ । ଏହାଦ୍ବାରା ସବୁ ଦେବଦେବୀଙ୍କ ଆଶୀର୍ବାଦ ଘର ଉପରେ ରହିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *