Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଚ୍ଚ ୧୦ ଫାଲ୍ଗୁନ ଅମାବାସ୍ୟାରେ ଲୁଣକୁ ଚୁପଚାପ ରଖି ଦିଅନ୍ତୁ ଏହି ସ୍ଥାନରେ । ମାଡ଼ି ଆସିବ ଧନ ।

ସେୟାର୍ କରନ୍ତୁ

ଫାଲ୍ଗୁନ ମାସ କୃଷ୍ଣପକ୍ଷ ଅମାବାସ୍ୟାକୁ ଫାଲ୍ଗୁନ ଅମାବାସ୍ୟା କୁହାଯାଏ । ଏହିଦିନ ପିତୃ ପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ ଏବଂ ତର୍ପଣ କରାଯାଏ । ଏହିଦିନ ପବିତ୍ର ନଦୀରେ ସ୍ନାନ କରି ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି । ଏହିଦିନ ପୂଜା ଏବଂ ବ୍ରତ କଲେ ଦୁଇଗୁଣା ଫଳ ମିଳିଥାଏ । ଚଳିତ ବର୍ଷ ଫାଲ୍ଗୁନ ଅମାବାସ୍ୟାରେ ଏକ ଦୁର୍ଲଭ ସଂଯୋଗ ପଡ଼ୁଛି । ଫାଲ୍ଗୁନ ଅମାବାସ୍ୟା ସହିତ ପଞ୍ଚକ ଆରମ୍ଭ ହେଉଛି । ଯେହେତୁ ଏହା ସୋମବାରରେ ଆରମ୍ଭ ହେଉଛି ତେଣୁ ଏହାକୁ ରାଜ ପଞ୍ଚକ କୁହାଯାଏ । ଏଥର ଫାଲ୍ଗୁନ ଅମାବାସ୍ୟା ୨୦୨୪ ମାର୍ଚ୍ଚ ୧୦ ରେ ପଡ଼ୁଛି ଏବଂ ଏହିଦିନ ଅନେକ ଦୁର୍ଲଭ ସଂଯୋଗ ସୃଷ୍ଟି ହେଉଛି । ଏହିଦିନ କିଛି ସ୍ଥାନରେ ଲୁଣ ରଖିଲେ ସବୁ ସମସ୍ୟା ଆପଣଙ୍କ ଜୀବନରୁ ଦୂର ହୋଇଯିବ ।

ଲୁଣର ପ୍ରୟୋଗ ଅନେକ ପୁରା କାଳରୁ ହୋଇ ଆସୁଛି । ତାହା ବ୍ୟତୀତ ଲୁଣ ମନୁଷ୍ୟ ଜୀବନରେ ଅନେକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଲୁଣ ମନୁଷ୍ୟ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ ଏବଂ ଏଥିରେ ନକରାତ୍ମକ ଶକ୍ତିକୁ ଅବଶୋଷିତ କରିବାର କ୍ଷମତା ମଧ୍ୟ ରହିଥାଏ । ଯଦି ଆପଣ ଏହି ଫାଲ୍ଗୁନ ଅମାବାସ୍ୟା ଦିନ କିଛି ଖାସ ଉପାୟ କରି ଦିଅନ୍ତି ତେବେ ଜୀବନର ସବୁ ସମସ୍ୟା ଦୂର ହେବା ସହିତ ଧନ ପ୍ରାପ୍ତି ମଧ୍ୟ ହେବ । ୧୦୦ ଗ୍ରାମ ମୁଗ ଡାଲି , ୫୦ ଗ୍ରାମ ନାଲି ଲଙ୍କା , ୫୦ ଗ୍ରାମ ଚାଉଳ , ଏକ ପ୍ୟାକେଟ ଲୁଣ , ୧୦୦ ଗ୍ରାମ ସୋରିଷ ତେଲ ଏବଂ ଗୋଟିଏ ପାଣି ବୋତଲ ଏହି ସବୁ ସାମଗ୍ରୀକୁ ଏକତ୍ରିତ କରି କୌଣସି ମହିଳା କିମ୍ବା ପୁରୁଷଙ୍କୁ ଦାନରେ ଦେଇ ଦିଅନ୍ତୁ ଏବଂ ଚୁପଚାପ ଘରକୁ ଚାଲି ଆସନ୍ତୁ ।

ଏହି ଉପାୟ ଦ୍ୱାରା ଭାଗ୍ୟ ଉଦୟ ହେବା ସହିତ ଚାକିରୀରେ ମଧ୍ୟ ଉନ୍ନତି ହେବ । ଏହାଦ୍ବାରା ସବୁ ପ୍ରକାରର ଗ୍ରହ ଦୋଷ ମଧ୍ୟ ଦୂର ହୋଇଯିବ । କିନ୍ତୁ ମନେ ରଖନ୍ତୁ ଯେ ଏହି ଉପାୟ କାହାକୁ ନକହି କରନ୍ତୁ । ବିଦେଶୀ ଲୁହ ହାତରୁ ଲୁଣ ପଡ଼ିବାକୁ ଅଶୁଭ ମାନିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହାକୁ ଶୁକ୍ର ଏବଂ ଚନ୍ଦ୍ରର ପ୍ରତିନିଧି ମାନାଯାଏ । ତେଣୁ ଏହାକୁ କୌଣସି ଲୁହା କିମ୍ବା ଷ୍ଟିଲ ପାତ୍ରରେ ନରଖି କାଚ ପାତ୍ରରେ ରଖିବା ଉତ୍ତମ ହେବ । ଲୁଣକୁ ଭୁଲରେବି କୌଣସି ପ୍ଲାଷ୍ଟିକ ପାତ୍ରରେ ରଖନ୍ତୁ ନାହିଁ । କାରଣ ଏହାଦ୍ବାରା ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିଥାଏ । ଲୁଣକୁ କେବେ ତଳେ ପକାଇବା ଉଚିତ ନୁହେଁ କିମ୍ବା ନଷ୍ଟ ମଧ୍ୟ କରିବା ଉଚିତ ନୁହେଁ ।

ଅନେକ ଦେଶରେ ଏହାକୁ ଦୁର୍ଭାଗ୍ୟର କାରଣ ମାନାଯାଏ । ଏହାଦ୍ବାରା ଚନ୍ଦ୍ରମା ଏବଂ ଶୁକ୍ର ଗ୍ରହ ଦୁର୍ବଳ ହୋଇଥାନ୍ତି । କାହାଠାରୁ ଧାର ନେଇ ଲୁଣ ଆଣି ଖାଇବା ଅନୁଚିତ ହୋଇଥାଏ । ଏହାଦ୍ବାରା ଚନ୍ଦ୍ର ଏବଂ ଶନି ମଜବୁତ ହୋଇଥାନ୍ତି । ଯଦି ଆପଣ କାହାରି ପାଖରୁ ଲୁଣ ଖାଇ ଭୁଲି ଯାଇଛନ୍ତି ତେବେ ଶନିଦେବଙ୍କ କୋପର ସାମ୍ନା କରିବାକୁ ପଡ଼ିଥାଏ । ଶାସ୍ତ୍ର ଅନୁଯାୟୀ ମାନାଯାଏ ଯେ ସନ୍ଧ୍ୟା ସମୟରେ କାହାଠାରୁ ଲୁଣ ନେବା ଉଚିତ ନୁହେଁ ଏବଂ କାହାକୁ ଦେବା ମଧ୍ୟ ଉଚିତ ନୁହେଁ । ଏହାଦ୍ବାରା ଘରୁ ସୁଖ ସମୃଦ୍ଧି ଦୂର ହୋଇଯାଏ । ତେଣୁ ସନ୍ଧ୍ୟା ସମୟରେ କାହାଠାରୁ ଲୁଣ ନେବା ଉଚିତ ନୁହେଁ । ଲୁଣ ମିଶ୍ରିତ ପାଣିରେ ପୋଛା ଲଗାଇବା ଦ୍ୱାରା ଘରେ ଯେତେ ନକରାତ୍ମକତା ଥିବ ତାହା ଦୂର ହୋଇଯିବ । ତେଣୁ ସପ୍ତାହରେ ଥରେ ଲୁଣ ମିଶା ପାଣିରେ ପୋଛା ମାରିବା ଉଚିତ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *