Excuse Me Odisha

ଯାହା କହିବୁ ସତ କହିବୁ

ମହା ଶିବରାତ୍ରୀରେ ଭୁଲରେବି କରନ୍ତୁ ନାହିଁ ଏହି ପାଞ୍ଚଟି ଭୁଲ । ଲାଗିଥାଏ ଘୋର ପାପ ଏବଂ ମହାଦେବ ହୁଅନ୍ତି କ୍ରୋଧିତ ।

ସେୟାର୍ କରନ୍ତୁ

ମହା ଶିବରାତ୍ରୀ ବର୍ଷରେ ଥରେ ପଡ଼ିଥାଏ । ଏହିଦିନ କରାଯାଉଥିବା ଉପାୟ ଦ୍ୱାରା ସବୁବେଳେ ଲାଭ ହିଁ ଲାଭ ମିଳିଥାଏ । ଏହିଦିନ ଭଗବାନ ମହାଦେବଙ୍କର ବିଶେଷ କୃପା ମଧ୍ୟ ମିଳିଥାଏ । ଏହିଦିନ କିଛି ଏଣୁତେଣୁ ଖାଇଲେ ମହାଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ । ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶିବରାତ୍ରୀ ପର୍ବ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଚଳିତ ବର୍ଷ ମହା ଶିବରାତ୍ରୀ ମାର୍ଚ୍ଚ ୮ ରେ ପାଳିତ ହେବ । ଏହିଦିନ ଅନେକ ଲୋକ ମହାଦେବଙ୍କୁ ପ୍ରସନ୍ନ କରିବାକୁ ଉପବାସ ରଖନ୍ତି । ଉପବାସ ରଖିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ । କିନ୍ତୁ ଏହି ସମେୟରେ ଶରୀରର ବିଶେଷ ଧ୍ୟାନ ରଖିବା ଉଚିତ । ଆପଣ ଉପବାସ ରଖୁଥିଲେ ସେଓ , କଦଳୀ ଏବଂ କମଳା ଖାଇ ପାରିବେ ।

ଏହାକୁ ସେବନ କଲେ ମହାଦେବଙ୍କର ବିଶେଷ କୃପା ଆପଣଙ୍କ ଉପରେ ରହିବ । ଏହାବ୍ୟତୀତ ଫଳ ଜୁସ , ନଡ଼ିଆ ପାଣି , ଶାଗୁ ଅଟା ରୋଟି , ଆଳୁ ଏବଂ ବୋଇତାଳୁ ତରକାରୀ , ପାଞ୍ଚଟି ଡ୍ରାଏ ଫ୍ରୁଟ୍ସ ମଧ୍ୟ ଖାଇ ପାରିବେ । କିନ୍ତୁ ଧ୍ୟାନ ଦେବେ ଯେ ତରକାରୀ ତିଆରି କରୁଥିଲେ ସିନ୍ଧା ଲୁଣର ପ୍ରୟୋଗ କରାଯିବା ଉଚିତ । ଅଧିକ ଭଜା ଯାଇଥିବା କିମ୍ବା ଛଣା ଯାଇଥିବା ଜିନିଷ ଶିବରାତ୍ରୀ ଦିନ ଖାଆନ୍ତୁ ନାହିଁ । ଏହାଦ୍ବାରା ହଜମ ଜନିତ ସମସ୍ୟା ଦେଖା ଦେଇଥାଏ । କିଛି ଜିନିଷ ଶିବରାତ୍ରୀ ଦିନ ସେବନ କରିବା ଉଚିତ ନୁହେଁ । ଏହିଦିନ ପିଆଜ ରସୁଣରେ ତିଆରି ଜିନିଷର ସେବନ କରନ୍ତୁ ନାହିଁ । ଏହାଦ୍ବାରା ଆସିଡ଼ିଟି ଏବଂ ବଦହଜମି ଭଳି ସମସ୍ୟା ହୋଇପାରେ ।

ଏହିଦିନ ଧଳା ଲୁଣ ବଦଳରେ ସିନ୍ଧା ଲୁଣର ସେବନ କରନ୍ତୁ । ଏହିଦିନ ଅଧିକ ମାତ୍ରାରେ ଚା’ ଏବଂ କଫି ପିଅନ୍ତୁ ନାହିଁ । କିଛି ଏଭଳି ଜିନିଷ ଅଛି ଯାହାକୁ ମହା ଶିବାରାତ୍ରୀ ଦିନ ଶିବଲିଙ୍ଗ ଉପରେ ଚଢ଼ାଯିବା ଉଚିତ । ଯାହାଦ୍ୱାରା ଆପଣଙ୍କ ମନସ୍କାମନା ବହୁତ ଜଲଦି ପୂରଣ ହୋଇଯିବ । ମହାଦେବଙ୍କ ପୂଜାରେ ଭସ୍ମର ପ୍ରୟୋଗ କରିବା ଅତ୍ୟନ୍ତ ଉପକାରୀ ହୋଇଥାଏ । ମହାଦେବଙ୍କୁ ଭସ୍ମ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଯଦି ଆପଣ ଶିବରାତ୍ରୀ ଦିନ ଶିବଲିଙ୍ଗରେ ଭସ୍ମ ଚଢ଼ାଇ ଦିଅନ୍ତି ତେବେ ଆପଣଙ୍କର ସବୁ ମନସ୍କାମନା ପୂରଣ ହୋଇଯିବ । ଶିବରାତ୍ରୀ ଦିନ ମହାଦେବଙ୍କୁ ବେଲପତ୍ର ଚଢ଼ାଇବା ମଧ୍ୟ ଅତ୍ୟନ୍ତ ଭଲ ହୋଇଥାଏ । ମହାଦେବଙ୍କୁ ବେଲପତ୍ର ଅର୍ପିତ କଲେ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ ଏବଂ ଘରକୁ ସୁଖ ଶାନ୍ତି ଆସିଥାଏ ।

ପୌରାଣିକ କଥା ଅନୁଯାୟୀ ମହାଦେବଙ୍କ ଅଶ୍ରୁରୁ ରୁଦ୍ରାକ୍ଷର ଜନ୍ମ ହୋଇଥିଲା । ମହାଦେବଙ୍କୁ ଏହିଦିନ ଅପରାଜିତା ଫୁଲ ଏବଂ କ୍ଷୀର ଚଢ଼ାଇବାର ନିୟମ ରହିଛି । କାରଣ ଏହିସବୁ ଜିନିଷ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ଯଦି ଆପଣ ଶିବଲିଙ୍ଗରେ ଏକ ଲୋଟା କ୍ଷୀର ଅର୍ପଣ କରନ୍ତି ତେବେ ଆପଣଙ୍କ ଜୀବନରୁ ପ୍ରତ୍ୟେକ ସମସ୍ୟାର ନିବାରଣ ହୋଇଯିବ । ମହା ଶିବରାତ୍ରୀ ଦିନ ଏହି ଉପାୟ କରୁଥିବା ବ୍ୟକ୍ତିକୁ ଜୀବନରେ କେବେ କୌଣସି ଅଭାବ ହୋଇ ନଥାଏ । ଯେତେବେଳେ ଗଙ୍ଗା ପୃଥିବୀପୃଷ୍ଠକୁ ଆସିଥିଲେ ସେତେବେଳେ ମହାଦେବ ତାଙ୍କୁ ନିଜ ଜଟାରେ ଧାରଣ କରିଥିଲେ । ତେଣୁ ଗଙ୍ଗା ଜଳ ମହାଦେବଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ଶିବରାତ୍ରୀ ଦିନ ଶିବଲିଙ୍ଗରେ ଗଙ୍ଗା ଜଳ ନିଶ୍ଚିତ ଚଢ଼ାନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *