Excuse Me Odisha

ଯାହା କହିବୁ ସତ କହିବୁ

ଜାଣି ରଖନ୍ତୁ ମହାଭାରତର ନଅଟି ଭୟଙ୍କର ରହସ୍ୟ । ଯାହା ଆପଣ କେବେବି ଜାଣି ନଥିବେ ।

ସେୟାର୍ କରନ୍ତୁ

ମହାଭାରତକୁ ହିନ୍ଦୁ ଧର୍ମର ପଞ୍ଚମ ବେଦ କୁହାଯାଏ ଏବଂ ମହାଭାରତ ଯୁଦ୍ଧ ସହିତ ମହାଭାରତ ଆରମ୍ଭ ହୋଇଥାଏ ବୋଲି ମଧ୍ୟ ମାନ୍ୟତା ରହିଛି । କୁହାଯାଏ ଯେ ଏହି କଳିଯୁଗ ମହାଭାରତ ଯୁଦ୍ଧ ପରଠାରୁ ହିଁ ଆରମ୍ଭ ହୋଇଛି । ଆଜିକାର ଲେଖାରେ ଆମେ ମହାଭାରତର ନଅଟି ରହସ୍ୟ ବିଷୟରେ କହିବୁ ।

୧ . ଯେତେବେଳେ ମହାଭାରତ ଯୁଦ୍ଧ ଶେଷ ହେଲା ସେତେବେଳେ ପାଣ୍ଡବ ମାନେ ଯୁଦ୍ଧରେ ବିଜୟୀ ହେଲେ । ଯୁଧିଷ୍ଠିରଙ୍କର ରାଜତିଳକ ହେଲା ଏବଂ ସେ ହସ୍ତୀନାପୁରର ରାଜା ହେଲେ । କିନ୍ତୁ ସେପଟେ ନିଜର ଶହେ ପୁଅକୁ ହରାଇଥିବା ଗାନ୍ଧାରୀ ଦୁଃଖରେ ପୁତ୍ର ଶୋକରେ ବିଳାପ କରୁଥିଲେ । ଯେତେବେଳେ ଶ୍ରୀକୃଷ୍ଣଙ୍କର ହସ୍ତୀନାପୁର ଛାଡ଼ିବାର ସମୟ ଆସିଲା ସେତେବେଳେ ସେ ଗାନ୍ଧାରୀଙ୍କୁ ଭେଟିବାକୁ ଗଲେ ସେତେବେଳେ ଗାନ୍ଧାରୀ ତାଙ୍କ ବଂଶ ନିପାତ ହେବାର ଅଭିଶାପ ଦେଲେ ।

୨ . ହସ୍ତୀନାପୁରରେ ପାଣ୍ଡବ ମାନେ ରାଜତ୍ୱ କଲେ କିନ୍ତୁ ଦ୍ଵାରିକାରେ କୌଣସି କାରଣରୁ ଯଦୁ ବଂଶରେ ପରସ୍ପର ଭିତରେ ଯୁଦ୍ଧ କରିବା କାରଣରୁ ବଂଶ ସମ୍ପୂର୍ଣ୍ଣ ନିପାତ ହୋଇଗଲା । ତାହା ପ୍ରଭାକ୍ଷେତ୍ରରେ ଘଟିଥିଲା ।

୩ . ଶ୍ରୀକୃଷ୍ଣ ପୃଥିବୀରୁ ଚାଲିଗଲେ ଏବଂ ସେପଟେ ପ୍ରଭାକ୍ଷେତ୍ରରେ ଯଦୁ ବଂଶରେ ପରସ୍ପର ପରସ୍ପରକୁ ମାରିବା ପରେ ବଳରାମ ଛାଡ଼ି ଚାଲିଗଲେ ଏବଂ ଶ୍ରୀକୃଷ୍ଣ ଏକାକୀ ପ୍ରଭାକ୍ଷେତ୍ରରେ ରହିବାକୁ ଲାଗିଲେ । ଥରେ ସେ ବସିଥିବା ସମୟରେ ଜରା ନାମକ ଶିକାରୀ ଭୁଲରେ ତାଙ୍କୁ ତୀର ମାରିଦେଲେ ।

୪ . କୌରବ ଶହେ ଭାଇ ନୁହେଁ ବରଂ ୯୯ ଭାଇ ଏବଂ ଜଣେ ଭଉଣୀ ଦୁଃଶିଳା ଥିଲା । ପୁଣି ଜଣେ ଦାସୀଙ୍କ ପୁତ୍ର ୟୁୟୁତ୍ସୁ ଯାହାକି କୌରବଙ୍କର ୧୦୧ଭାଇ ଥିଲେ । ୟୁୟୁତ୍ସୁ ମହାଭାରତ ଯୁଦ୍ଧ ପାଣ୍ଡବଙ୍କ ତରଫରୁ ଲଢ଼ିଥିଲେ ଏବଂ ସେ ଦ୍ରୌପଦୀଙ୍କର ଅପମାନ ହେବାରେ ମଧ୍ୟ ରୋକିଥିଲେ ।

୫ . ଯେଉଁମାନେ ଶ୍ରୀକୃଷ୍ଣ ବୈକୁଣ୍ଠକୁ ଫେରିଲେ ସେହିଦିନ ରାତି ୧୨ ରେ କଳିଯୁଗର ଆରମ୍ଭ ହୋଇଗଲା । ସେହିଠାରୁ ପାଣ୍ଡବ ମାନେ ହିମାଲୟରୁ ସ୍ୱର୍ଗ ଚାଲିଯାଆନ୍ତି ଏବଂ ସେହି ସମୟରେ ଏକ କୁକୁର ରୂପରେ ଯମରାଜ ସେମାନଙ୍କର ମାର୍ଗ ଦର୍ଶନ କରାଇଥିଲେ । ଜଣେ ଜଣେ ହିମାଳୟରେ ଚଢ଼ିବା ମାତ୍ରେ ତଳକୁ ଖସି ପ୍ରାଣ ହାରିଲେ କିନ୍ତୁ ଯୁଧିଷ୍ଠିରଙ୍କୁ ଛାଡ଼ି କାରଣ ସେ କେବେ ଗର୍ବ କରି ନଥିଲେ ।

୬ . ସ୍ୱର୍ଗ ଦ୍ୱାରରେ ଯମରାଜ କୁକୁର ରୂପରୁ ନିଜସ୍ୱ ରୂପରେ ଆସି ଯୁଧିଷ୍ଠିରଙ୍କୁ ସ୍ୱର୍ଗକୁ ନେବା ପୂର୍ବରୁ ନର୍କକୁ ନେଇ ଯାଆନ୍ତି । ସେଠାରେ ସେ ନିଜ ଭାଇ ଏବଂ ଦ୍ରୌପଦୀଙ୍କୁ ନିଜର ଦୋଷ ସ୍ୱୀକାର କରିବାର ଦେଖିବା ସହିତ ଯମରାଜ ତାଙ୍କୁ କହନ୍ତି ଯେ ସେମାନେ ମଧ୍ୟ ବହୁତ ଶୀଘ୍ର ନିଜର ଦଣ୍ଡ ଗ୍ରହଣ କରି ସ୍ୱର୍ଗକୁ ଆସିବେ ।

୭ . କହିରଖିବୁ ଯେ ମହାଭାରତ ମାତା ପାର୍ବତୀ ଏବଂ ତାଙ୍କ ପୁତ୍ର ଗଣେଶ ଲେଖିଥିଲେ ଏବଂ ବେଦବ୍ୟାସ କେବଳ ତାହାକୁ କହିଥିଲେ । ବେଦବ୍ୟାସ କୌଣସି ଲୋକର ନାମ ନୁହେଁ ବରଂ ତାହା ଏକ ଉପାଧି ଯାହାକି ଜ୍ଞାନୀ ଗୁଣି ବିଦ୍ୱାନଙ୍କୁ ଦିଆ ଯାଇଥାଏ ।

୯ . ଗୁରୁ ଦ୍ରୋଣ ମହର୍ଷି ଭରଦ୍ବାଜ୍ ଙ୍କ ପୁତ୍ର ଏବଂ କୌଣସି ପାଣ୍ଡବଙ୍କ ଗୁରୁ ମଧ୍ୟ ଥିଲେ । ଥରେ ଋଷି ଭରଦ୍ବାଜ୍ ନିଜର ଦିନ ଚର୍ଯ୍ୟା ପାଇଁ ଗଙ୍ଗା ନଦୀରେ ସ୍ନାନ କରିବାକୁ ଯାଉଥିଲେ ସେହି ସମୟରେ ଧିଆତାଚି ନାମକ ଅପ୍ସରା କେବଳ ଏକ ପାରଦର୍ଶୀ ବସ୍ତ୍ର ପିନ୍ଧି ଗଙ୍ଗାରେ ସ୍ନାନ କରୁଥିଲେ । ସେ ଉତ୍ତେଜିତ ହେବାରୁ ଯେଉଁ ବିର୍ଜ ଆସିଲା ତାହାକୁ ସେ ଏକ ପତ୍ର ଉପରେ ରଖିଲେ ଯେଉଁଥିରୁ ଦ୍ରୋଣ ଜନ୍ମ ନେଲେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *