Excuse Me Odisha

ଯାହା କହିବୁ ସତ କହିବୁ

ମହା ଶିବରାତ୍ରୀ ଦିନ ଖାଇ ଦିଅନ୍ତୁ ଶିବଲିଙ୍ଗରେ ଚଢ଼ା ଯାଇଥିବା ବେଲପତ୍ର । ମିଳିଥାଏ ଏଭଳି ଫାଇଦା ।

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ବେଲପତ୍ର ବିଷୟରେ ଅନେକ ମହତ୍ତ୍ୱପୂର୍ଣ୍ଣ କଥା କହିବୁ । ଏହାବ୍ୟତୀତ ଶିବଲିଙ୍ଗ ଉପରେ ଯେଉଁ ବେଲପତ୍ର ଚଢ଼ା ଯାଇଥାଏ ତାହାକୁ ଖାଇଲେ କେଉଁ ଫାଇଦା ହୋଇଥାଏ । ଶାସ୍ତ୍ରରେ କୁହାଯାଇଛି ଯେ ବେଲପତ୍ର ଛଅ ମାସ ପର୍ଯ୍ୟନ୍ତ ବାସୀ ହୋଇ ନଥାଏ । ମହାଦେବଙ୍କୁ ବେଲପତ୍ର ଚଢ଼ାଇବା ପଛରେ ଏକ କଥା ରହିଛି । ସମୁଦ୍ର ମନ୍ଥନ ସମୟରେ ବାହାରିଥିବା ବିଷକୁ ଭଗବାନ ଶିବ ପାନ କରିଥିଲେ । ଯେଉଁ କାରଣରୁ ତାଙ୍କ ଶରୀରରେ ଉତ୍ତାପ ବଢ଼ିବାକୁ ଲାଗିଥିଲା । ତେଣୁ ଜଣେ ବୈଦ୍ୟଙ୍କ ପରାମର୍ଶ କ୍ରମେ ବେଲପତ୍ର ଖାଇବାକୁ ଦେବାରୁ ମହାଦେବଙ୍କ ଶରୀର ଶୀତଳ ହୋଇଥିଲା । ସେବେଠାରୁ ମହାଦେବଙ୍କୁ ଅର୍ଥାତ ଶିବଲିଙ୍ଗରେ ବେଲପତ୍ର ଚଢ଼ାଇ ଜଳ ଅର୍ପଣ କରାଯାଏ ।

ଏହାବ୍ୟତୀତ ଖଣ୍ଡିତ ବେଲପତ୍ର ମଧ୍ୟ ଅର୍ପଣ କରାଯିବା ଉଚିତ । ତାହା ପଛରେ ମଧ୍ୟ ଏକ କଥା ରହିଛି ଯେ ଯେତେବେଳେ ମହାଦେବ ଶ୍ରୀଗଣେଶଙ୍କ ଶିର ଛେଦ କରିଥିଲେ ସେବେଠାରୁ ହିଁ ତାଙ୍କୁ ଖଣ୍ଡିତ ଜିନିଷ ଅର୍ପଣ କରିବାକୁ ବାରଣ ହୋଇଥିଲା । ଯେଉଁ ବ୍ୟକ୍ତି ମହାଦେବଙ୍କୁ ବେଲପତ୍ର ଅର୍ପଣ କରିଥାଏ ତାର ଜୀବନରେ କେବେବି ଧନର ଅଭାବ ହୋଇ ନଥାଏ ଏବଂ କୌଣସି ସମସ୍ୟା ମଧ୍ୟ ହୋଇ ନଥାଏ । ବେଲପତ୍ରକୁ କେବେବି ଅମାବାସ୍ୟା , ପୂର୍ଣ୍ଣିମା , ଚତୁର୍ଥୀ , ଅଷ୍ଟମୀ ,ଏକାଦଶୀ ଆଦି ଦିନରେ ଏବଂ ସୋମବାର ଦିନରେ ଛିଡ଼ାନ୍ତୁ ନାହିଁ । କାରଣ ଏହିଦିନ ବେଲଗଛରେ ମହାଦେବଙ୍କ ବାସ ହୋଇଥାଏ । ଆପଣ ଚାହିଁଲେ ଏସବୁ ଦିନର ପୂର୍ବ ଦିନରେ ହିଁ ବେଲପତ୍ର ତୋଳି ରଖି ପାରିବେ କାରଣ ତାହା କେବେ ବାସୀ ହୋଇ ନଥାଏ ।

ସ୍କନ୍ଧ ପୁରାଣ ଅନୁଯାୟୀ ମଦ୍ରାଞ୍ଚଳ ପର୍ବତରେ ଥରେ ମାତା ପାର୍ବତୀଙ୍କ ଝାଳ ପଡ଼ିବା କାରଣରୁ ସେଠାରେ ବେଲଗଛର ଉତ୍ପତ୍ତି ହୋଇଥିଲା । ଯେତେବେଳେ ଆପଣ ବେଲପତ୍ରକୁ ଶିବଲିଙ୍ଗରେ ଅର୍ପଣ କରୁଛନ୍ତି ସେତେବେଳେ ତାହା ଆଉ ସାଧରଣ ବେଲପତ୍ର ନଥାଏ ବରଂ ତାହା ମହାଦେବଙ୍କର ପ୍ରସାଦ ହୋଇଯାଏ ଏବଂ ତାହା ଜୀବନର ନାନା ପ୍ରକାରର ସମସ୍ୟା , ଯନ୍ତ୍ରଣା , ରୋଗ ଏବଂ ବ୍ୟାଧିକୁ ଦୂର କରିଥାଏ । ଶିବଲିଙ୍ଗରେ ଚଢ଼ା ଯାଇଥିବା ବେଲପତ୍ର ଖାଇଲେ ପିତ୍ତ , ବାତ ଏବଂ କଫ ଦୋଷ ଦୂର ହୋଇଥାଏ । ଯାହାଦ୍ୱାରା ଶରୀରରୁ ପାପ ମଧ୍ୟ କ୍ଷୟ ହୋଇଥାଏ । ଗୋହତ୍ୟା ଭଳି ପାପ ଲାଗିଥାଏ ଦୁଇ ମାସ ପର୍ଯ୍ୟନ୍ତ ଏହି ବେଲପତ୍ର ଖାଇଲେ ସେହି ଦୋଷ ଦୂର ହୋଇଯିବ ।

ପ୍ରତ୍ୟେକ ଦିନ ପାଞ୍ଚଟି ବେଲପତ୍ର ଖାଇଲେ ତାହା ଶରୀରର ତାମସିକ ଗୁଣକୁ ନଷ୍ଟ କରିଥାଏ । ଏହାଦ୍ବାରା ଶରୀର ମଧ୍ୟ ଶୁଦ୍ଧ ହୋଇଯାଏ । ବେଲପତ୍ର ଖାଇବା ଦ୍ୱାରା ଭାଗ୍ୟ ଶକ୍ତିଶାଳୀ ହୋଇଥାଏ । ଆୟୁର୍ବେଦ ଅନୁଯାୟୀ ବେଲପତ୍ର ଖାଇବା ଦ୍ୱାରା ରକ୍ତ ଶୁଦ୍ଧ ସ୍ନାନ ହୋଇଥାଏ । ରକ୍ତ ସମ୍ବନ୍ଧୀୟ କୌଣସି ରୋଗ ଥିଲେ ପ୍ରତ୍ୟେକ ଦିନ ପାଞ୍ଚଟି ବେଲପତ୍ର ଖାଆନ୍ତୁ । ସେହି ବେଲପତ୍ରକୁ ଏକମାସ ଖାଇବା ଦ୍ୱାରା ମନସ୍କାମନା ପୂରଣ ହେବା ସହିତ ଇଚ୍ଛା ମୃତ୍ୟୁ ମଧ୍ୟ ପ୍ରାପ୍ତ ହୋଇଥାଏ । ମନରେ ଶାନ୍ତି ଆସିବା ସହିତ ମନ ଭକ୍ତି ଆଡ଼କୁ ଅଗ୍ରସର ହୋଇଥାଏ । ଏହାକୁ ସେବନ କରିବା ଦ୍ୱାରା କୌଣସି ପ୍ରକାରର ସାଂସାରିକ ଭୋଗ ନଷ୍ଟ ହୋଇଯାଏ ଏବଂ ଜୀବନରେ ସବୁବେଳେ ଖୁସି ଭରିଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *