Excuse Me Odisha

ଯାହା କହିବୁ ସତ କହିବୁ

୧୯ ବର୍ଷ ପରେ ଭୟଙ୍କର ଜାଗର । ଏହିଦିନ କରନ୍ତୁ ନାହିଁ କିଛି ଭୁଲ । ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ବର ସୃଷ୍ଟିର ପାଳନ କର୍ତ୍ତା ଏବଂ ତାରଣ କର୍ତ୍ତା ଅଟନ୍ତି । କୁହାଯାଏ ଯେ ବ୍ରହ୍ମା ଏବଂ ବିଷ୍ଣୁଙ୍କ ପରେ ହିଁ ମହାଦେବଙ୍କର ଜନ୍ମ । ତାହା ପୁଣି ଶିବଲିଙ୍ଗ ଆକାରରେ । ତାହା କେଉଁ ସମୟରୁ ସୃଷ୍ଟି ହୋଇଥିଲା ସେକଥା କେହିବି ଜାଣନ୍ତି ନାହିଁ । କେବଳ ଶାସ୍ତ୍ରରୁ ଏହି ବିଷୟରେ ବର୍ଣ୍ଣନା ମିଳିଥାଏ । ଚଳିତ ବର୍ଷ ମହାଶିବରାତ୍ରୀ ମାର୍ଚ୍ଚ ୮ ତାରିଖରେ ପଡ଼ୁଛି । ଏହିଦିନ ମହାଦେବ ଏବଂ ପାର୍ବତୀଙ୍କ ପୂଜା କରାଯାଏ । କିନ୍ତୁ ଏହିଦିନ ଯଦି ଆପଣ ସତ ମନରେ ନିଷ୍ଠାର ସହିତ ପୂଜା ଅର୍ଚ୍ଚନା କରନ୍ତି ତେବେ ମହାଦେବ ନିଶ୍ଚିତ ପ୍ରସନ୍ନ ହେବେ । କିନ୍ତୁ ଏହାବ୍ୟତୀତ ଏହିଦିନ କିଛି ଏପରି କାମ ଅଛି ଯାହାକୁ ଯଦି ଆପଣ କରନ୍ତି ତେବେ ମହାଦେବଙ୍କ ଆଶୀର୍ବାଦ ବଦଳରେ ଅଭିଶାପ ମିଳିବ ।

ତେବେ ଚାଲନ୍ତୁ ସେହି କାମ ଗୁଡ଼ିକ ବିଷୟରେ ଜାଣିନେବା । ମହାଦେବଙ୍କର ଅର୍ଦ୍ଧନାରୀଶ୍ୱର ରୂପ ହେଉଛି ମହାଦେବ ଏବଂ ପାର୍ବତୀଙ୍କର ରୂପ । ଯାହାକୁ ଅନେକ ଲୋକ ଜାଣିବି ସୁଦ୍ଧା ବୁଝି ପାରନ୍ତି ନାହିଁ । ତେଣୁ ମହାଶିବରାତ୍ରୀ ଦିନ ମହିଳାଙ୍କ ଉପରକୁ ହାତ ଉଠାନ୍ତୁ ନାହିଁ । ତେବେ ଏହି ନିୟମ ସବୁଦିନ ପାଇଁ ଅଟେ । ମହାଶିବରାତ୍ରୀ ଦିନ ମହିଳାଙ୍କୁ ଅପମାନିତ କରନ୍ତୁ ନାହିଁ । ଶିବରାତ୍ରୀ ଦିନ କୌଣସି ପଶୁ ପକ୍ଷୀଙ୍କ ଉପରେ ଅତ୍ୟାଚାର କରନ୍ତୁ ନାହିଁ । ଏମିତିରେ ମହାଦେବଙ୍କର ଅନ୍ୟ ନାମ ହେଉଛି ପଶୁପତି ଯିଏକି ସବୁ ପଶୁଙ୍କ ପାଳନ କର୍ତ୍ତା ଅଟନ୍ତି । ଯଦି ଆପଣ ଏହିଦିନ କୌଣସି ପଶୁ ଉପରେ ଅତ୍ୟାଚାର କରନ୍ତି ତେବେ ମହାଦେବଙ୍କ କୋପ ଆପଣଙ୍କ ଉପରେ ପଡ଼ିବ ।

ମହାଶିବରାତ୍ରୀ ଦିନ ଉପବାସ ସହିତ ମହାଦେବ ଏବଂ ପାର୍ବତୀଙ୍କୁ ପୂଜା କରିବା ଏବଂ ଉପବାସ କରିବାର ବିଧାନ ରହିଛି । ଏହାବ୍ୟତୀତ ଏହିଦିନ ରାତି ସାରା ଜାଗର ଜାଳିବାର ନିୟମ ରହିଛି । କିନ୍ତୁ ଏହିଦିନ ସକାଳୁ ମଧ୍ୟ ଶୀଘ୍ର ଉଠି ସ୍ନାନ କରି ମହାଦେବଙ୍କ ଆରାଧନା କରିବା ଉଚିତ । ଯଦି ଆପଣ ଏହିଦିନ ବିଳମ୍ବରେ ଉଠନ୍ତି ତେବେ ସେହି ପୂଜାର କୌଣସି ମହତ୍ତ୍ୱ ରହିବ ନାହିଁ ଏବଂ ମହାଦେବ ମଧ୍ୟ କ୍ରୋଧିତ ହେବେ । ମହାଦେବ ବୈରାଗୀ ଅଟନ୍ତି । ତେଣୁ ଯଦି ଆପଣ ଭାବୁଛନ୍ତି ଯେ ଟଙ୍କା ଦେଇ ମହାଦେବଙ୍କୁ ପ୍ରସନ୍ନ କରିଦେବେ ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ ଭାବୁଛନ୍ତି । ପ୍ରଥମତଃ ଭଲ ଉପାୟରେ ଟଙ୍କା ରୋଜଗାର କରିବା ଉଚିତ ଏବଂ ଅର୍ଜିତ ଟଙ୍କାକୁ ଦରିଦ୍ର୍ୟଙ୍କ ନିମନ୍ତେ ଦାନ କଲେ ମହାଦେବ ଅଧିକ ପ୍ରସନ୍ନ ହେବେ ।

ମହାଶିବରାତ୍ରୀ ଦିନ ମହାଦେବ ଏବଂ ପାର୍ବତୀଙ୍କୁ ପୂଜା କରୁଥିବା କିମ୍ବା ବ୍ରତ ରଖୁଥିବା ପୁରୁଷ ଏବଂ ମହିଳା ଅପବିତ୍ର କାମ କରିବା ଉଚିତ ନୁହେଁ । ଏହିଦିନ ସ୍ୱାମୀ ସ୍ତ୍ରୀ ଉଭୟ ବ୍ରହ୍ମଚର୍ଯ୍ୟ ପାଳନ କରିବା ସହିତ ସାତ୍ଵିକ ଭୋଜନ ଗ୍ରହଣ କରିବା ଉଚିତ । ଯଦି ଆପଣ ମହାଦେବଙ୍କ ପାଖରେ ନିଜର କୌଣସି ମନସ୍କାମନା ରଖିବାକୁ ଚାହୁଁଛନ୍ତି ତେବେ ନନ୍ଦୀଙ୍କ କାନରେ କହିଦେଲେ ତାହା ନିଶ୍ଚୟ ପୂରଣ ହେବ । କାରଣ ଶାସ୍ତ୍ର ଅନୁଯାୟୀ ନନ୍ଦୀ ମହାଦେବଙ୍କର ସବୁଠାରୁ ବଡ଼ ଭକ୍ତ ଅଟନ୍ତି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *