Excuse Me Odisha

ଯାହା କହିବୁ ସତ କହିବୁ

ମାତା ଲକ୍ଷ୍ମୀଙ୍କ ଅନୁଯାୟୀ ଝାଡୁ ତଳେ ଏହି ଜିନିଷ ରଖିଲେ ହୋଇଯିବେ କୋଟିପତି । ନିଶ୍ଚିତ ଜାଣି ରଖନ୍ତୁ ।

ସେୟାର୍ କରନ୍ତୁ

ଝାଡ଼ୁର ପ୍ରୟୋଗ କରି ଆମେ ନକରାତ୍ମକ ଜିନିଷ ଅର୍ଥାତ ଅଳିଆ ଆବର୍ଜନାକୁ ବାହାର କରିଥାଉ । ଝାଡ଼ୁର ଅତି ସହଜ ଉପାୟ ମନୁଷ୍ୟର ଜୀବନକୁ ଅତ୍ୟନ୍ତ ସହଜ କରିଥାଏ । ଯେଉଁ ଘରର ପ୍ରତ୍ୟେକ କୋଣ ପରିଷ୍କାର ରହିଥାଏ ସେଠାକାର ବାସ୍ତୁଦୋଷ ଅତ୍ୟନ୍ତ ଭଲ ରହିଥାଏ । ଆଜି ଆମେ ଆପଣଙ୍କୁ କହିବୁ ଯେ ରାତିରେ ଝାଡୁ ତଳେ କେଉଁ ଜିନିଷ ରଖିବା ଭଲ ହୋଇଥାଏ । ଯାହାକୁ କଲେ ଅନ୍ୟ କୌଣସି ଉପାୟ କରିବାକୁ ପଡ଼ିବ ନାହିଁ । ଝାଡ଼ୁକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ମାନା ଯାଇଥାଏ । କୌଣସି ଏକାଦଶୀ ଦିନ ପାଖ ମନ୍ଦିରରେ ଗୁପ୍ତଦାନରେ ଝାଡୁ ଦେଲେ ତାହା ଜୀବନରେ ଅନେକ ସୁଫଳ ଆଣିଥାଏ । ଯଦି ଆପଣ ଘରେ ଅନେକ ଦିନ ହେବ ପୁରୁଣା ଝାଡୁ ବ୍ୟବହାର କରୁଛନ୍ତି ତେବେ ତାହାକୁ ବାହାର କରି ଦିଅନ୍ତୁ ।

କାରଣ ପୁରୁଣା ଝାଡୁରୁ ଅଧିକ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ଯଦି ସ୍ୱତଃ ଝାଡୁ ଖରାପ ହୋଇ ଛିଡ଼ି ଯାଇଥାଏ ତେବେ ତାହାଦ୍ୱାରା ମଧ୍ୟ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ପୁରୁଣା ସମୟରେ ଲୋକେ ସବୁବେଳେ ମନ୍ଦିରରେ ଝାଡୁ ଦାନ କରୁଥିଲେ । ଏବେବି ରଖୁଛନ୍ତି । କିନ୍ତୁ ଧ୍ୟାନ ଦେବେ ଯେମିତି ଝାଡୁ ରଖିବା ମୁହୂର୍ତ୍ତ କେବଳ ବ୍ରହ୍ମ ମୁହୂର୍ତ୍ତ ହୁଏ । ଏହାକୁ ଆପଣ ଯଦି କୌଣସି ବିଶେଷ ଦିନରେ କରନ୍ତି ତେବେ ତାହା ଆହୁରି ଭଲ ହୋଇଥାଏ । କିନ୍ତୁ ଘରେ ବ୍ୟବହାର କରୁଥିବା ଝାଡୁକୁ ଅନ୍ୟ କାହାକୁ ଦାନରେ ଦିଅନ୍ତୁ ନାହିଁ । ନଚେତ ମାତା ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ଚାଲିଯିବେ । ଚଟାଣରେ ଅଇଁଠା ପଡ଼ିଥିଲେ ସର୍ବପ୍ରଥମେ ତାହା ଉପରେ ପାଣି ପକାଇ ତାପରେ ଝାଡୁ ଲଗାନ୍ତୁ । ଘରେ ପୋଛା ଲଗାଇବା ସମୟରେ ପୋଛା ପାଣିରେ ସ୍ଫଟିକ କିମ୍ବା ଲୁଣ ପକାଇ ପୋଛା ଲଗାନ୍ତୁ ।

ଏହାଦ୍ବାରା ଘରର ବାତାବରଣ ଭଲ ରହିବ । କିନ୍ତୁ ମାନ୍ୟତା ଅନୁଯାୟୀ ଗୁରୁବାର ଦିନ ଘରେ ପୋଛା ଲଗାଇବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ଦୂରେଇ ଯାଆନ୍ତି । ଯଦି ଅତି ଜରୁରୀ ତେବେ ଗୁରୁବାର ଦିନ ପାଣିରେ ହଳଦୀ ମିଶାଇ ପୋଛା ଲଗାନ୍ତୁ । ଝାଡୁକୁ ଭୁଲରେବି ଖୋଲା ସ୍ଥାନରେ ରଖନ୍ତୁ ନାହିଁ । ତାହାକୁ ଘରର କୌଣସି କୋଣାରେ କିମ୍ବା ଅନ୍ୟ ସ୍ଥାନରେ ଯେଉଁଠି କାହାର ନଜର ପଡ଼ୁନଥିବ , ସେହି ସ୍ଥାନରେ ରଖି ପାରିବେ । ଖାଦ୍ୟ ଖାଉଥିବା ସ୍ଥାନରେ ଝାଡୁ ରଖନ୍ତୁ ନାହିଁ । ନଚେତ ଘରର ଅନ୍ନ ବହୁତ ଜଲଦି ଶେଷ ହେବାକୁ ଲାଗିବ ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ । ନୂଆ ଝାଡୁ ଘରକୁ ଆଣି ତାହାକୁ ତୁରନ୍ତ ବ୍ୟବହାର ନକରି ପ୍ରଥମେ ଝାଡୁ ମୁଠିରେ ଧଳା ସୂତା ବାନ୍ଧି ବ୍ୟବହାର କରନ୍ତୁ ।

ଏହାଦ୍ବାରା ମାତା ଲକ୍ଷ୍ମୀ ପ୍ରସନ୍ନ ରହନ୍ତି । ରାତିରେ ଶୋଇବା ପୂର୍ବରୁ ଝାଡୁକୁ କବାଟ କୋଣରେ ଛିଡ଼ା କରିବା ପରିବର୍ତ୍ତେ ଶୁଆଇ ରଖନ୍ତୁ । ରାତିରେ ଝାଡୁ ତଳେ ଅଳ୍ପ ଜିରା ଦବାଇ ଦିଅନ୍ତୁ ଏବଂ ଆଗାମୀ ଦିନ ସକାଳୁ ଉଠି ସେହି ଜିରାକୁ ଝାଡୁ ମାରି ବାହାରକୁ ଫିଙ୍ଗି ଦିଅନ୍ତୁ । ଏହାଦ୍ବାରା ଘରକୁ ଆସିଥିବା ନକରାତ୍ମକ ଶକ୍ତି ସବୁ ଦୂର ହୋଇଯିବ । ଯଦି ଘରେ ହାଥର କେହି ଛୋଟ ପିଲା ଝାଡୁ କରିବା ଆରମ୍ଭ କରନ୍ତି ତେବେ ତାହାର ଅର୍ଥ ଘରକୁ କେହି ଅତିଥି ଆସିବାକୁ ଯାଉଛନ୍ତି । ଭୁଲରେ ଝାଡ଼ୁରେ ପାଦ ଲାଗିଗଲେ ତାହାକୁ ଛୁଇଁ ପ୍ରଣାମ କରି ନିଅନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *