Excuse Me Odisha

ଯାହା କହିବୁ ସତ କହିବୁ

ମାର୍ଚ୍ଚ ୮ ମହାଶିବରାତ୍ରୀ ରେ ବନୁଛି ରାଜଯୋଗ । ୬ ଟି ରାଶି ହେବେ କୋଟିପତି ।

ସେୟାର୍ କରନ୍ତୁ

ମାର୍ଚ୍ଚ ୮ ରେ ଶିବ ରାତ୍ରି ପାଳିତ ହେବାକୁ ଯାଉଛି । ଯେଉଁ କାରଣରୁ ଛଅଟି ରାଶି କୋଟିପତି ହେବାକୁ ଯାଉଛନ୍ତି । ମହାଦେବଙ୍କ ଆଶୀର୍ବାଦ ଅନେକ ଦିବ୍ୟ ଦୁର୍ଲଭ ସଂଯୋଗ ବନୁଛି । ୧୨ ଟି ରାଶି ମଧ୍ୟରୁ ଛଅଟି ରାଶିର ବ୍ୟକ୍ତି କୋଟିପତି ହେବାକୁ ଯାଉଛନ୍ତି । ଆଜି ଆମେ ସେହି ଛଅଟି ଭାଗ୍ୟଶାଳୀ ରାଶି ବିଷୟରେ କହିବାକୁ ଯାଉଛୁ । ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଦେବ ଏବଂ ଦେବୀ ପାର୍ବତୀଙ୍କ ବିବାହ ହୋଇଥିଲା । ଏହିଦିନକୁ ମହା ଶିବରାତ୍ରୀ ଭାବରେ ପାଳନ କରାଯାଏ । ଚଳିତ ବର୍ଷ ମହା ଶିବରାତ୍ରୀ ମାର୍ଚ୍ଚ ୮ ରେ ପାଳିତ ହେବ । ଏହିଦିନ ଯିଏ ପୂର୍ଣ୍ଣ ଶ୍ରଦ୍ଧାରେ ବ୍ରତ ପୂଜା କରିଥାଏ ତା ଉପରେ ଭଗବାନ ଶିବଙ୍କ ଅପାର କୃପା ବର୍ଷା ହୋଇଥାଏ ।

ଏଥର ଶିବରାତ୍ରୀରେ ଅନେକ ଦୁର୍ଲଭ ସଂଯୋଗ ବନୁଛି । ଏହିଦିନ ଏହି ଛଅଟି ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବ ଏବଂ ଏମାନଙ୍କୁ ଭୌତିକ ସୁଖ ପ୍ରାପ୍ତି ହେବ । ଏହିଦିନ ଶନି କୁମ୍ଭ ରାଶିରେ ବିରାଜମାନ ହେବେ । ଏହିଦିନ ମହାଲକ୍ଷ୍ମୀ ଏବଂ ଶିବ ଯୋଗ ବନୁଛି । ଏହିଦିନ ମହାଦେବଙ୍କର ପଞ୍ଚକ୍ଷର ମନ୍ତ୍ର ୧୦୮ ଥର ଜପ କରନ୍ତୁ । ଏହାଦ୍ବାରା ସବୁ ମନସ୍କାମନା ପୂରଣ ହୋଇଯିବ । ବିଧିବିଧାନର ସହିତ ପୂଜା କରି ଶିବ ପୁରାଣ କିମ୍ବା ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ । ତେବେ ଚାଲନ୍ତୁ ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଜାଣିନେବା ।

୧ . ମେଷ ରାଶି:- ଏହି ରାଶିର ବ୍ୟକ୍ତିଙ୍କ ଉପରେ ଏଥର ଶିବରାତ୍ରୀରେ ଅପାର କୃପା ବର୍ଷିବ । କାମରେ ଉନ୍ନତି ହେବ ଏବଂ ଅଟକି ରହିଥିବା ଧନ ପ୍ରାପ୍ତ ହେବ । ଅଟକି ରହିଥିବା କାର୍ଯ୍ୟକୁ ପୁରା କରିବାକୁ ଚେଷ୍ଟା କରିବେ । ମହାଦେବଙ୍କ କୃପାରୁ ଏଥର ବ୍ୟବସାୟରେ ଆମଦାନୀ ବଢ଼ିବ । ସରକାରୀ କ୍ଷେତ୍ରରେ କାମ କରିବାକୁ ସୁଯୋଗ ମିଳିବ । ନୂଆ ଚାକିରୀ ଖୋଜୁଥିବା ଲୋକଙ୍କୁ ନୂଆ ଚାକିରୀ ମିଳିବ । ବ୍ୟାପାରରେ ଦୁଇଗୁଣା ଲାଭ ହେବ । ପରିବାରରେ ସାମଞ୍ଜସ୍ୟ ରହିବ ।

୨ . ସିଂହ ରାଶି:- ଏଥର ଶିବରାତ୍ରୀରେ ଶୁଭ ସଂଯୋଗ କାରଣରୁ ଅନେକ ଲାଭ ହେବ ଏବଂ ଅଟକି ରହିଥିବା ଧନ ମଧ୍ୟ ପ୍ରାପ୍ତ ହେବ । ସମାଜରେ ମାନ ସମ୍ମାନ ପ୍ରାପ୍ତ ହେବ । ମିତ୍ରଙ୍କ ସହଯୋଗ ପ୍ରାପ୍ତ ହେବ । କାର୍ଯ୍ୟ କ୍ଷେତ୍ରରେ ଧନର ପ୍ରାପ୍ତି ହେବ । ଜୀବନସାଥୀଙ୍କ ମାଧ୍ୟମରେ ଧନର ପ୍ରାପ୍ତି ହେବ । କୌଣସି ଗୁପ୍ତ ମାର୍ଗରୁ ଧନ ଆସିପାରେ । ବିଦେଶକୁ ଯିବାର ସୁଯୋଗ ମିଳିବ ।

୩ . କନ୍ୟା ରାଶି:- ମହାଦେବଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କର ଆମଦାନୀରେ ବୃଦ୍ଧି ହେବ । ଅଟକି ରହିଥିବା କାର୍ଯ୍ୟ ସମାପ୍ତ ହେବ । କିଛି ଏଭଳି ନିର୍ଣ୍ଣୟ ନେବେ ଯାହାଦ୍ୱାରା ଆପଣଙ୍କୁ ଫାଇଦା ହେବ । ଧନ ପ୍ରାପ୍ତିର ଅନେକ ଅବସର ଆପଣଙ୍କୁ ପ୍ରାପ୍ତ ହେବ ।

୪ . ମକର ରାଶି:- ଏଥର ଶିବରାତ୍ରୀ ମହା ଶୁଭ ସଂଯୋଗ ବନୁଥିବା କାରଣରୁ କିଛି ନୂଆ କାମ ଆରମ୍ଭ କରି ପାରନ୍ତି । ବ୍ୟାଙ୍କରୁ ଲୋନ ମିଳିପାରେ । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ହେବ ଏବଂ କାମ କ୍ଷେତ୍ରରେ ମଧ୍ୟ ଉନ୍ନତି ଦେଖା ଦେବ । ଅଧୁରା ରହିଥିବା କାମ ସମ୍ପୂର୍ଣ୍ଣ ହେବ ।

୫ . ମୀନ ରାଶି:- ଭଗବାନ ଶିବଙ୍କ କୃପାରୁ ମହା ଶିବରାତ୍ରୀରେ ଏହି ରାଶିର ବ୍ୟକ୍ତିଙ୍କର ଇନକମ ବଢ଼ିବ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ହେବ । ମହାଦେବଙ୍କ ଆଶୀର୍ବାଦରେ ଆପଣ କୌଣସି ନୂଆ ଯୋଜନା ଆରମ୍ଭ କରି ପାରନ୍ତି । ଆପଣ କୌଣସି ନୂଆ ଯାନ ବାହନ କିଣି ପାରନ୍ତି । ଘରେ କୌଣସି ଶୁଭ ମାଙ୍ଗଳିକ କାର୍ଯ୍ୟ ହୋଇପାରେ । ବିଜନେସରେ ଏକ ବଡ଼ ଡିଲ ମଧ୍ୟ ହୋଇପାରେ ।

୬ . ତୁଳା ରାଶି:- କାର୍ଯ୍ୟ କ୍ଷେତ୍ରରେ ସଫଳ ହେବେ ଏବଂ ମିତ୍ର ମାନଙ୍କର ସହଯୋଗ ପ୍ରାପ୍ତ ହେବ । କାର୍ଯ୍ୟ କ୍ଷେତ୍ରରେ ଯାହା ବାଧା ଆସୁଥିବ ତାହା ଦୂର ହୋଇଯିବ । ମାତା ପାର୍ବତୀ ଏବଂ ଭୋଳାନାଥଙ୍କ କୃପାରୁ ଆମଦାନୀରେ ବୃଦ୍ଧି ହେବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *