Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତିଦିନ ସକାଳୁ ଶୀଘ୍ର ରୋଷେଇ କରୁଥିବା ମହିଳା ନିଶ୍ଚୟ ଜାଣି ନିଅନ୍ତୁ କିଛି ଖାସ ନିୟମ ।

ସେୟାର୍ କରନ୍ତୁ

ମନୁଷ୍ୟ ଯେଉଁ ଖାଦ୍ୟ ଖାଇଥାଏ , ସେହି ଅନୁଯାୟୀ ହିଁ ମନୁଷ୍ୟର ଆଚରଣ ତିଆରି ହୋଇଥାଏ । ଏହାବ୍ୟତୀତ ଶାସ୍ତ୍ରରେ ଖାଦ୍ୟ ଗ୍ରହଣ କରିବା ସମୟରେ କିଛି ନିୟମ ବିଷୟରେ ମଧ୍ୟ କୁହାଯାଇଛି । ତାସହିତ ଖାଦ୍ୟ ବନାଉଥିବା ଲୋକ ମଧ୍ୟ କିଛି ନିୟମ ମାନିବା ଉଚିତ ବୋଲି ମଧ୍ୟ କୁହାଯାଇଛି । ଯାହାଦ୍ୱାରା ପୁରା ପରିବାର ସଦସ୍ୟଙ୍କୁ ସେହି ଖାଦ୍ୟର ଫାଇଦା ମିଳିପାରିବ । ବିଶେଷ କରି ମହିଳା ମାନେ ଏହି ସବୁ ନିୟମ ଜାଣି ରଖିବା ଉଚିତ କାରଣ ଅଧିକାଂଶ ମହିଳା ଘରେ ରୋଷେଇ କରିଥାନ୍ତି । ସବୁଠାରୁ ବଡ଼ ନିୟମ ହେଉଛି ଯେ ମହିଳା ମାନେ ସକାଳୁ ଜଲଦି ଉଠି ରୋଷେଇ କରିବା ଉଚିତ । ତେବେ ଏହା କିପରି ଗୁରୁତ୍ୱପୂର୍ଣ୍ଣ ସେ ବିଷୟରେ ଆଜି ଆମେ ଏହି କାହାଣୀ ମାଧ୍ୟମରେ ଜାଣିବୁ ।

ଅନେକ ଦିନ ତଳେ ଗୋଟିଏ ଗାଁରେ ରମେଶ ନାମକ ଜଣେ ବ୍ୟକ୍ତି ରହୁଥିଲେ ଯିଏକି ମାଟିରେ ଜିନିଷ ଗଢ଼ିପାରୁଥିଲା । ସେଥିରେ ଭଲ ରୋଜଗାର ମଧ୍ୟ ହେଉଥିଲା । ସେ ନିଜ ପରିବାର ପାଇଁ ଏକ ଘର ମଧ୍ୟ ବନାଇ ଦେଇଥିଲା । ବାପା ମା’ଙ୍କ ମୃତ୍ୟୁ ପରେ ଘରେ ସେ ଏକୁଟିଆ ରହୁଥିଲା । ତେଣୁ ତାର ପିଉସୀ ଏସବୁ ଦେଖି ଦୁଃଖୀ ହୋଇ ନିଜ ବନ୍ଧୁ ଭିତରେ ଜଣେ ଶାନ୍ତି ନାମକ ଝିଅ ସହିତ ରମେଶର ବିବାହ କରାଇ ଦେଲେ । କିନ୍ତୁ ଶାନ୍ତି ଖୁବ ଅଳସୁଆ ଥିଲା ଏବଂ ସକାଳୁ ବିଳମ୍ବରେ ଉଠି ବିନା ଇଚ୍ଛାରେ ରୋଷେଇ କରି ପୁଣି ସନ୍ଧ୍ୟା ପର୍ଯ୍ୟନ୍ତ ଶୋଇ ରହୁଥିଲା । ଯାହା ରମେଶକୁ ପସନ୍ଦ ନଥିଲା । ଘର ଅପରିଷ୍କାର ରହିବାରୁ ଯେଉଁ ରମେଶ ମଧ୍ୟ ବିରକ୍ତ ହୋଇ ଯାଉଥିଲା ।

ରମେଶର ବୁଝାଇବା ସତ୍ତ୍ୱେବି ଶାନ୍ତି ବୁଝୁନଥିଲା । ଏହି ସମସ୍ୟା କାରଣରୁ ଧୀରେ ଧୀରେ ଆମଦାନୀ କମିବାରୁ ଅଭାବ ମଧ୍ୟ ଲାଗିଲା । ଟଙ୍କା ଅଭାବ କାରଣରୁ ପ୍ରତ୍ୟେକ ଦିନ ଶାନ୍ତି ଏବାଂ ରମେଶର ଝଗଡ଼ା ହେଲା । କୌଣସି ସୂତ୍ରରୁ ଖବର ପାଇ ପିଉସୀ ଦେଖିବାକୁ ଆସିଲେ ଏବଂ ସେତେବେଳେ ରମେଶ ଏବଂ ଶାନ୍ତି ଅଭାବ କାରଣରୁ ତାଙ୍କର ଉଚିତ ସତ୍କାର କରି ନପାରି ଖୁବ ଲଜ୍ଜିତ ହେଲେ । ଏପଟେ ଶାନ୍ତି ରମେଶ ନାମରେ ମିଛ ସତ ପିଉସୀଙ୍କୁ କହିଲା । କିନ୍ତୁ ପିଉସୀ ଠିକ ଭାବରେ ଜାଣିଥିଲେ ଯେ ଭୁଲ ବାସ୍ତବରେ କାହାର ? ଆଗାମୀ ଦିନ ଠାରୁ ପିଉସୀ ଶାନ୍ତିକୁ ସବକ ଶିଖାଇବାକୁ ଚିନ୍ତା କଲେ ଏବଂ ସକାଳୁ ଜଲଦି ଉଠାଇ ଘର ସଫା , ଠାକୁର ପୂଜା ଏବଂ ରୋଷେଇ କରିବାକୁ କହିଲେ ।

ଶାନ୍ତି ମଧ୍ୟ ମନା କରି ପାରିଲା ନାହିଁ । ଠାକୁର ପୂଜା କରିବା ପରେ ଶାନ୍ତିର ଆଳସ୍ୟ ମଧ୍ୟ ଯେମିତି ଦୂରେଇ ଗଲା । ରମେଶ ନିଦରୁ ଉଠି ଏସବୁ ଦେଖି ଖୁବ ଖୁସି ହୋଇଗଲା । ସେ ନିଜ ନିତ୍ୟକର୍ମ ସାରିବା ପରେ ଯେତେବେଳେ ଶାନ୍ତି ଖାଦ୍ୟ ପାତ୍ର ଧରି ରମେଶ ଆଡ଼କୁ ଆସିଲା ରମେଶ ତାର ପରିବର୍ତ୍ତନ ସ୍ଵଭାବ ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ବିବାହ ପରେ ପ୍ରଥମ ଥର ପାଇଁ ସେମାନେ ଖୁସିରେ ଥିଲେ । ଯେଉଁ କାରଣରୁ ଶାନ୍ତି ମଧ୍ୟ ନିଜର ସବୁ ଭୁଲ ବୁଝି ପାରିଲା । ବିବାହ ପରେ ପରେ ପ୍ରଥମ ଥର ପାଇଁ ରମେଶ ଭଲ ଭାବରେ ଭୋଜନ କରି ଘରୁ ବାହାରି ଯାଇଥିଲା । ଖାଦ୍ୟ ମଧ୍ୟ ଭଲ ଥିବାରୁ ଦିନ ସାରା ତାର କାମ ମଧ୍ୟ ଭଲରେ ଗଲା । ସେଦିନ ରୋଜଗାର ଭଲ ହେଲା ଏବଂ ସେ ଖୁସିରେ ଘରକୁ ଫେରି ଆସିଲା ।

ଶାନ୍ତି ନିଜର ଭୁଲ ବୁଝି ପାରି ନିଜ ପିଉସୀ କହିଥିବା ରାସ୍ତାରେ ଚାଲିବାକୁ ଲାଗିଲା । ତାଙ୍କର ପୂର୍ବ ସୁଖ ସମୃଦ୍ଧି ମଧ୍ୟ ଫେରି ଆସିଲା । ତେଣୁ ଆପଣ ମଧ୍ୟ ମନେ ରଖନ୍ତୁ ଯେ ରୋଷେଇ ଘରୁ ହିଁ ଘରର ଭାଗ୍ୟ ଉଦୟ ହୋଇଥାଏ । ସ୍ତ୍ରୀ ଘରକୁ ଯେମିତି ରଖିଥାଏ ସେହି ଅନୁଯାୟୀ ପୁରା ଘରର ଭାଗ୍ୟ ବଜାୟ ରହିଥାଏ । ତେଣୁ ଶାସ୍ତ୍ରରେ ବର୍ଣ୍ଣିତ କିଛି ବିଶେଷ ନିୟମ ସବୁ ଲୋକଙ୍କୁ ଅର୍ଥାତ ରୋଷେଇ କରୁଥିବା ଏବଂ ଖଦୁଆ6ସେବନ କରୁଥିବା ଉଭୟ ଲୋକଙ୍କୁ ନିହାତି ମାନିବା ଉଚିତ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *