Excuse Me Odisha

ଯାହା କହିବୁ ସତ କହିବୁ

ମହାଶିବରାତ୍ର ଦିନ ଘରକୁ ନେଇ ଆସନ୍ତୁ ବାସ ଏହି ଗୋଟିଏ ଜିନିଷ । ଘରେ କେବେବି ହେବନି ଧନର ଅଭାବ ।

ସେୟାର୍ କରନ୍ତୁ

ଚଳିତ ବର୍ଷ ମହା ଶିବରାତ୍ରି ମାର୍ଚ୍ଚ ୮ , ୨୦୨୪ ଶୁକ୍ରବାର ଦିନ ପାଳନ କରାଯିବ । ଏହିଦିନ ଅନେକ ଶୁଭ ଯୋଗ ପଡ଼ିବାକୁ ଯାଉଛି । ଏହିଦିନ ସିଦ୍ଧି ଯୋଗ ସୃଷ୍ଟି ହେଉଥିବାରୁ ଏହିଦିନ ଅତ୍ୟନ୍ତ ପବିତ୍ର ଅଟେ । ମହାଦେବଙ୍କର ଶିବରାତ୍ରି ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ଏହିଦିନ ଆପଣ ଯଦି ଗୋଟିଏ ବିଶେଷ ଜିନିଷ ଖାଇ ଦିଅନ୍ତି ତେବେ ଆପଣଙ୍କୁ ଆଉ କୌଣସି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଏହାଦ୍ବାରା ଧନ ସମୃଦ୍ଧି ମଧ୍ୟ ପ୍ରାପ୍ତ ହେବ । କହିରଖିବୁ ଯେ ହିନ୍ଦୁ ପରମ୍ପରା ଅନୁଯାୟୀ ମହା ଶିବରାତ୍ରିର ଅନେକ ମହତ୍ତ୍ୱ ରହିଛି । ଏହି ପର୍ବ ଫାଲ୍ଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ପାଳିତ ହୋଇଥାଏ ।

କୁହାଯାଏ ଯେ ଏହିଦିନ ଭଗବାନ ଶିବ ପ୍ରକଟ ହୋଇଥିଲେ ଏବଂ ଏହିଦିନ ମାତା ପାର୍ବତୀଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ଏହିଦିନ ପୂଜାପାଠ କଲେ ଏହାର ଦଶ ଗୁଣା ଲାଭ ପ୍ରାପ୍ତ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ଯେ ଭଗବାନ ଶିବଙ୍କ ପୂଜାରେ କେଉଁ ଭୁଲ କରିବା ଉଚିତ ନୁହେଁ ଏବଂ କେଉଁ ଜିନିଷ ଶିବରାତ୍ରିରେ ଖାଇବା ଉଚିତ । ଯାହାଦ୍ୱାରା ଆପଣଙ୍କର ପୂଜା ସମ୍ପୂର୍ଣ୍ଣ ଭାବରେ ସଫଳ ହେବ । ପ୍ରଥମତଃ ଆପଣ ମହାଦେବଙ୍କ ମନ୍ଦିରକୁ ପୂଜା ପାଇ ଯାଉଥିଲେ ଜଳ ଅର୍ପଣ କରାଯାଉଥିବା ଜଳ ଯେଉଁ ସ୍ଥାନ ଦେଇ ବୋହି ଯାଉଥିବ ତାହାକୁ କେବେବି ଡେଇଁବା ଉଚିତ ନୁହେଁ । ଏହାକୁ ଡାକିବା ଦ୍ୱାରା ଅନେକ ଦୋଷ ଲାଗିଥାଏ ।

ଶିବଙ୍କ ମନ୍ଦିରକୁ ଅଧା ପରିକ୍ରମା କରନ୍ତୁ ନାହିଁ ଏବଂ ଭୁଲରେବି ମହାଦେବଙ୍କୁ ତୁଳସୀ ପତ୍ର ଅର୍ପଣ କରନ୍ତୁ ନାହିଁ । ତାହା ବ୍ୟତୀତ ସିନ୍ଦୁର କିମ୍ବା ହଳଦୀ ମଧ୍ୟ ଅର୍ପଣ କରନ୍ତୁ ନାହିଁ । କାରଣ ଶିବ ବୌରଗୀ ଅଟନ୍ତି । ଏହିଦିନ ଧଳା କିମ୍ବା ନାଲି ରଙ୍ଗର ବସ୍ତ୍ର ଧାରଣ କରି ପୂଜା କରନ୍ତୁ ଏବଂ ସେଥିରେ ଦହି , କ୍ଷୀର , ଚିନି କିମ୍ବା ଗୁଡ଼ ମିଶାଇ ମଧ୍ୟ ଅର୍ପିତ କରି ପାରିବେ । କିନ୍ତୁ ପ୍ରସାଦ ଭୁଲରେବି ଅର୍ପଣ କରନ୍ତୁ ନାହିଁ । ମହାଦେବଙ୍କୁ ପୂଜା କରିବା ସମୟରେ ପାର୍ବତୀଙ୍କୁ ମଧ୍ୟ ପୂଜା କରନ୍ତୁ ଏବଂ ବିନା ବେଲ ପତ୍ରରେ ପୂଜା ଆଦୋୖ ସମ୍ଭବ ହୋଇ ନଥାଏ । ଏହି ସବୁ ଭୁଲ ନକରି ପୂଜା କଲେ ମହାଦେବ ବହୁତ ଜଲଦି ପୂଜାରେ ପ୍ରସନ୍ନ ହୋଇଯିବେ ।

ମହାଦେବଙ୍କ ପୂଜାରେ କଳା ବସ୍ତ୍ର ଧାରଣ କରନ୍ତୁ ନାହିଁ ଏବଂ ଅକ୍ଷତ ଅର୍ପଣ କରୁଥିଲେ ଧ୍ୟାନ ଦେବେ ଯେମିତି ତାହା ଗୋଟା ଚାଉଳ ହୋଇଥିବା ଆବଶ୍ୟକ । ଶିବରାତ୍ରି ଦିନ ସଂଭୋଗ ଉଚିତ ନୁହେଁ । ଏହିଦିନ ବ୍ରତ ରଖିବା ଉଚିତ ଏବଂ ଆପଣ ଏହିଦିନ ଯେତେ ଓଁ ନମଃ ଶିବାୟ ମନ୍ତ୍ର ମଧ୍ୟ ଜପ କରି ପାରିବେ । ଏହିଦିନ ଭଗବାନ ଶିବଙ୍କର କିଛି ଖାସ ଜିନିଷ ଯେମିତିକି ଡମ୍ବରୁ , ତ୍ରିଶୁଳ , ନାଗ ସାପ ମୂର୍ତ୍ତି ଇତ୍ୟାଦି ଆଣିଲେ ମହାଦେବ ପ୍ରସନ୍ନ ହୁଅନ୍ତି । ମହାଶିବରାତ୍ରି ଦିନ ବ୍ରତ ରଖୁଥିବା କିମ୍ବା ନରଖୁଥିବା ଲୋକେ ମଧ୍ୟ ଦୁଦୁରା ଫଳକୁ ସେବନ କରିବା ଉଚିତ ଅଟେ । କିନ୍ତୁ ତାହାର ମଞ୍ଜି ବିଷାକ୍ତ ଥିବାରୁ ତାହାକୁ ପୁରା ନଖାଇ କେବଳ ଚାଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ବ୍ରତ ପୁରା ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *