Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଟଙ୍କା ରହୁନଥିଲେ ରବିବାର ଦିନ କେବଳ ଅଳ୍ପ ଗୁଡ଼ ନେଇ କରି ଦିଅନ୍ତୁ ଏହି ଉପାୟ । ବର୍ଷିବ ଧନ ।

ସେୟାର୍ କରନ୍ତୁ

ଯଦି ଜୀବନରେ କୌଣସି ବଡ଼ ସମସ୍ୟା ଏବଂ କୌଣସି ଆର୍ଥିକ ସମସ୍ୟା ଅଛି ତେବେ ଗୁଡ଼କୁ ନେଇ ଏକ ଉପାୟ କରିଦେଲେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ଯାହା କେବଳ ରବିବାର ଦିନ ହିଁ କରାଯାଇ ପାରିବ । ଘରେ ଏମିତି ଅନେକ ଜିନିଷ ଅଛି ଯାହା ଆପଣଙ୍କ ଜୀବନରେ ନକରାତ୍ମକତାକୁ ଦୂର କରି ପାରିବ । ତାଭିତରୁ ଗୋଟିଏ ଜିନିଷ ହେଉଛି ଗୁଡ଼ । ଗୁଡ଼ରେ ଥିବା ଔଷଧୀୟ ଗୁଡ଼ ଯୋଗୁଁ ଏହି ଜିନିଷକୁ ଅନେକ ଖାଦ୍ୟରେ ବ୍ୟବହାର କରାଯାଇଥାଏ । ଗୁଡ଼ ଅନେକ ସମସ୍ୟାର ନିବାରଣ କରି ପାରିବ । ଗୁଡ଼ ଆମକୁ ସୁଖ ସମୃଦ୍ଧିରେ ଯୋଡ଼ିଥାଏ । ଆଜିକାର ଲେଖାରେ ଆମେ ଯେଉଁ ଉପାୟ ବିଷୟରେ କହିବୁ ସେଥିରେ ଗୁଡ଼ ଖାଇବାର ଆବଶ୍ୟକତା ନାହିଁ କେବଳ ଗୁଡ଼ର କିଛି ଖଣ୍ଡର ଆବଶ୍ୟକତା ରହିଛି ।

ଜ୍ୟୋତିଷ ଏବଂ ବାସ୍ତୁ ଶାସ୍ତ୍ରରେ ଗୁଡ଼କୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନା ଯାଏ । ଜୀବନରେ ସବୁ ପ୍ରକାରର ସମସ୍ୟାରୁ ମୁକ୍ତି ପାଇଁ ଗୁଡ଼ର ଉପାୟ କଲେ ତାହା କେବେ ବିଫଳ ହୁଏନାହିଁ । ରବିବାର ଦିନଟି ଭଗବାନ ସୂର୍ଯ୍ୟ ଦେବଙ୍କୁ ସମର୍ପିତ ହୋଇଥାଏ । ଏହାଦ୍ବାରା ନବଗ୍ରହ ମଧ୍ୟ ଶୁଭ ଫଳ ଦେବା ଆରମ୍ଭ କରିଦେବେ । ଆପଣଙ୍କୁ କେବଳ ରବିବାର ଦିନ ପାଞ୍ଚରୁ ଛଅ ମିନିଟ ସେହି ଉପାୟ କରିବାର ଅଛି ।

୧ . ଅନେକ ସମୟରେ ଜୀବନରେ ଖୁବ ପରିଶ୍ରମ କରିବା ସତ୍ତ୍ୱେବି ସଫଳତା ମିଳିପାରେ ନାହିଁ । ତେଣୁ ଏଭଳି ପରିସ୍ଥିତିର କାରଣ ହେଉଛି ମଙ୍ଗଳ ଏବଂ ସୂର୍ଯ୍ୟ ଜାତକରେ ଦୁର୍ବଳ ଅଛନ୍ତି । ତେଣୁ ୧୧ ଟି ରବିବାର ପର୍ଯ୍ୟନ୍ତ ସକାଳୁ ସ୍ନାନ କରି ଏକ ତମ୍ବା ଲୋଟାରେ ଜଳ ଭରି କିଛି ବୁନ୍ଦା ଗଙ୍ଗା ଜଳ ମିଶାଇ ଦିଅନ୍ତୁ ଏବଂ ତାସହିତ ଟିକିଏ ସିନ୍ଦୁର , ଗୋଲାପ ଫୁଲ ଏବଂ କିଛି ଗୁଡ଼ ଖଣ୍ଡ ପକାଇ ନିଶାଇ ଦିଅନ୍ତୁ । ସ୍ୱଚ୍ଛ ବସ୍ତ୍ର ଧାରଣ କରି ଛାତ ଉପରକୁ ଯାଇ ସେହି ମିଶ୍ରିତ ଜଳକୁ ସୂର୍ଯ୍ୟଙ୍କୁ ଏପରି ଅର୍ପଣ କରନ୍ତୁ ଯେମିତି ଜଳ ଧାର ଦେଇ ସୂର୍ଯ୍ୟଙ୍କୁ ଦେଖନ୍ତୁ । ଏହି ସମୟରେ ” ଓଁ ସୂର୍ଯ୍ୟାୟ ନମଃ ” ଏହି ମନ୍ତ୍ରର ଜପ କରନ୍ତୁ । ଏହି ଉପାୟ ଦ୍ୱାରା କୌଣସିବି ଦୋଷ ଦୂର ହୋଇଯିବ ।

୨ . ଦ୍ୱିତୀୟ ଉପାୟଟି ଚାକିରୀ ପ୍ରାପ୍ତି ପାଇଁ ଅଟେ । ଯଦି ଆପଣଙ୍କୁ ମନ ଇଚ୍ଛା ଚାକିରୀ ମିଳୁନାହିଁ ତେବେ ୧୧ ଟି ରବିବାର ପର୍ଯ୍ୟନ୍ତ ସବୁଦିନ ସକାଳୁ ସ୍ନାନ କରି ସେହିଭଳି ଗୁଡ଼ ମିଶ୍ରିତ ପାଣି ଅର୍ପିତ କରି ଦିଅନ୍ତୁ । ତାପରେ ୧୦୦ ଗ୍ରାମ କିମ୍ବା ୫୦୦ ଗ୍ରାମ ଗୁଡ଼ ନେଇ କୌଣସି ମନ୍ଦିରକୁ ଯାଇ ତାହାକୁ ଦାନ କରି ଦିଅନ୍ତୁ । ଏହି ଉପାୟ କରିବା ଦ୍ୱାରା ଯେଉଁ ଚାକିରୀ ଜନିତ ସମସ୍ୟା ଆସୁଥିଲା ତାହା ଦୂର ହୋଇଯିବ । ମାତା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ମନ ଇଚ୍ଛା ଚାକିରୀ ମିଳିଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *