Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଗୋଟେ ଟୁକୁଡ଼ା ହିଁ ପୋତି ଦିଅନ୍ତୁ ଏହି ସ୍ଥାନରେ । ଦରିଦ୍ରରୁ ହୋଇଯିବେ ରାଜା ।

ସେୟାର୍ କରନ୍ତୁ

ଆଜି ଆମେ ଗଛ ଲତା ବିଷୟରେ କହିବୁ ଯାହାକି ସଜୀବ ହୋଇଥାଏ ଏବଂ ସେସବୁ ଆମ ଜୀବନ ଉପରେ ଅନେକ ପ୍ରଭାବ ମଧ୍ୟ ପକାଇ ଥାଏ । ଅନେକ ସମେୟରେ ଲୋକଙ୍କ ଅନୁଯାୟୀ ଗଛଲତାର କିଛି ଅଂଶ ଧାରଣ କରିବା ଦ୍ୱାରା ଜୀବନରେ ଅନେକ ଶୁଭ ଫଳ ମିଳିଥାଏ । ଆଜି ଆମେ ଅଦାକୁ ନେଇ କରାଯାଉଥିବା କିଛି ଉପାୟ ବିଷୟରେ କହିବୁ । ମନେ ରଖନ୍ତୁ ଯେ ଏହି ଉପାୟ କରିବା ସମୟରେ ଚୁପଚାପ ଏହି ଉପାୟ କରନ୍ତୁ ଏବଂ କାହା ସହିତ କଥା ହୁଅନ୍ତୁ ନାହିଁ । ଅଦାକୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଏ । ଏଭଳି ମାନ୍ୟତା ରହିଛି ଯେ , ଯେଉଁ ଘରେ ଅଦା ଥାଏ ସେହି ଘରେ କେବେବି ଧନର ଅଭାବ ରହେନାହିଁ ।

ଯଦି ଆପଣଙ୍କ ଘରେ ଅଦା ଅଛି ଏବଂ ସେଥିରୁ ଚେର ବାହାରିଛି ତେବେ ତାହାର ଅର୍ଥ ଆପଣ ବହୁତ ଭାଗ୍ୟବାନ ଅଟନ୍ତି । ଅଦାରୁ ଗଛ ବାହାରିବା ମଧ୍ୟ ଉନ୍ନତି ଦିଗରେ ସୂଚନା ଦେଇଥାଏ । ଏମିତିରେ ଏହି ପ୍ରୟୋଗ ଆପଣ କୌଣସି ଦିନ କରିପ ପାରିବେ । ଅଦାର ଯେଉଁ ସ୍ଥାନରୁ ଅଙ୍କର ବହାରିଥିବ ସେହି ଦିଗରୁ ସ୍ଲାଇସ କାଟନ୍ତୁ ।

ବର୍ତ୍ତମାନ ସେହି ଅଙ୍କର ବାହାରିଥିବା ସ୍ଥାନରେ କୌଣସି ଧାରୁଆ ଜିନିଷ ଦ୍ୱାରା ପଦ୍ମ ଫୁଲ କିମ୍ବା ଷ୍ଟାର ଚିତ୍ର ଆଙ୍କି ଦିଅନ୍ତୁ । ଏହାପରେ ନିଜର ସବୁ ମନସ୍କାମନା ବିଷୟରେ କହି ଦିଅନ୍ତୁ । ଯେତୋଟି ମନସ୍କାମନା ସେତେଟା ଅଦା ସ୍ଲାଇସ ନେଇ ଅଙ୍କୁର ବହାରିଥିବା ସ୍ଥାନରେ ଅଳ୍ପ ପାଣି ଢ଼ାଳି ଦିଅନ୍ତୁ ।

ସେହି ଅଙ୍କୁର ସ୍ଥାନରୁ ଯେତେବେଳେ ଗଛ ବାହାରିବ ତାସହିତ ଆପଣଙ୍କ ଜୀବନର ସବୁ ସମସ୍ୟା ମଧ୍ୟ ଦୂର ହୋଇଯିବ । ଆପଣଙ୍କର ସବୁ ମନସ୍କାମନା ମଧ୍ୟ ଧୀରେ ଧୀରେ ପୂରଣ ହୋଇଯିବ । ଅଦା ଗଛ ମାତା ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ । ଅଦା ଘଛ ଯେଉଁ ଘରେ ଥାଏ ସେହି ଘରେ ସୁଖ ସମୃଦ୍ଧି ସବୁବେଳେ ରହିଥାଏ ଏବଂ ଯେଉଁ ଘରେ ପ୍ରତ୍ୟେକ ଦିନ ଅଦାର ସେବନ କରାଯାଏ ସେହି ଘରେ କେବେବି ସୁଖ ସମୃଦ୍ଧି ଯାଏନାହିଁ ।

ସେହି ଘର ଉପରେ କେବେ କୌଣସି ସମସ୍ୟା ଦେଖା ଦିଏନାହିଁ । ଯଦି ଆପଣ ଏକ କାଗଜରେ ଅଦା ପାଉଡ଼ରକୁ ଲୁଚାଇ ରଖନ୍ତି , ତେବେ ମଧ୍ୟ ଆପଣଙ୍କର ମନସ୍କାମନା ପୂରଣ ହୋଇଯିବ । ଅଦାକୁ ସବୁବେଳେ ଏଭଳି ସ୍ଥାନରେ ରଖନ୍ତୁ ଯେମିତି ସେଥିରେ ପାଦ ସ୍ପର୍ଶ ହେବନାହିଁ । କାରଣ ଅଦାକୁ ପ୍ରୟୋଗ କରି କରାଯାଉଥିବା ପ୍ରୟୋଗ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *