Excuse Me Odisha

ଯାହା କହିବୁ ସତ କହିବୁ

ଫେବ୍ରୁଆରୀ ୨୪ ମାଘ ପୂର୍ଣ୍ଣିମାରେ ଘଟିବ ମହା ସଂଯୋଗ । ଗାଈକୁ ଖୁଆଇ ଦିଅନ୍ତୁ କେବଳ ଗୋଟିଏ ଗୁପ୍ତ ଜିନିଷ । ଦାରିଦ୍ର୍ୟତା ହୋଇଯିବ ଦୂର ।

ସେୟାର୍ କରନ୍ତୁ

ଫେବୃଆରୀ ୨୪ ଶନିବାର ହେଉଛି ମାଘ ପୂର୍ଣ୍ଣିମା । ଏହାକୁ ବର୍ଷର ସବୁଠାରୁ ବଡ଼ ପୂର୍ଣ୍ଣିମା କୁହାଯାଏ । ଏହିଦିନ ଅନେକ ଦୁର୍ଲଭ ସଂଯୋଗ ହେଉଛି । ଏହିଦିନ ଗାଈକୁ କେବଳ ଗୋଟିଏ ଜିନିଷ ଖୁଆଇ ଦେଲେ ମୃତ୍ୟୁ ଦଣ୍ଡ , ପିତୃ ଦୋଷ , ଜୀବନର ଅନ୍ୟାନ୍ୟ ସମସ୍ୟା ଦୂର ହୋଇଯିବ । ମାଘ ପୂର୍ଣ୍ଣିମା ଦିନ ଭଗବାନ ବିଷ୍ଣୁଙ୍କର ଯଥା ବିଧି ପୂଜା କରାଯାଇଥାଏ । ଏହିଦିନ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ସହିତ ସ୍ନାନ ଦାନ ତପର ଅନେକ ମହତ୍ତ୍ୱ ରହିଛି । ଏହିଦିନ ଗାଈକୁ କିଛି ଜିନିଷ ଖୁଆଇ ଦେଲେ ଦୁର୍ଭାଗ୍ୟ ଦୂର ହୋଇଯିବ ଏବଂ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହେବେ । ଗୋମାତାଙ୍କୁ ଦେବୀ ସଦୃଶ୍ୟ ମାନା ଯାଇଛି । ଗୋମାତାଙ୍କ ଠାରୁ ମିଳିଥିବା ଗୋମୂତ୍ର , ଗୋବର , କ୍ଷୀର , ଦହି ଏବଂ ଘିଅ ଅତ୍ୟନ୍ତ ପବିତ୍ର ହୋଇଥାଏ ।

ଅନ୍ୟ ଦେବଦେବୀ ମଧ୍ୟ ଗୋମାତାଙ୍କୁ ପୂଜା କରନ୍ତି । ଗୋବରରୁ ବେଲ ବୃକ୍ଷ ଜନ୍ମ ହୋଇଛି ଯେଉଁଥିରେ ମାତା ଲକ୍ଷ୍ମୀ ବାସ କରନ୍ତି । ତେଣୁ ଏହି ଗଛକୁ ଶ୍ରୀ ଗଛ ମଧ୍ୟ କୁହାଯାଏ । ଗୋମାତାଙ୍କ ମଧ୍ୟରେ ତେତିଶ କୋଟି ଦେବଦେବୀଙ୍କ ବାସ ହୋଇଥାଏ । ତେଣୁ କେବେବି ଗୋମାତାଙ୍କ ଉପରେ ଅତ୍ୟାଚାର କରିବା ଉଚିତ ନୁହେଁ । ଘରେ ତିଆରି ହେଉଥିବା ପ୍ରଥମ ରୋଟି ଗୋମାତାଙ୍କୁ ପ୍ରଥମେ ଦେବା ଉଚିତ । ଗୋମାତାଙ୍କୁ ପୂଜା କଲେ ଦାରିଦ୍ର୍ୟତା ଦୂର ହୋଇଥାଏ । ଗୋ ଦାନ ଜୀବନର ସବୁଠାରୁ ବଡ଼ ଦାନ ହୋଇଥାଏ ଏବଂ ପ୍ରତ୍ୟେକ ଦିନ ସକାଳୁ ଉଠି ଗୋମାତାଙ୍କୁ ଦାନ କରିବା ଦ୍ୱାରା ସବୁ ପାପ ନଷ୍ଟ ହୋଇଯାଏ । ଗୋମାତଙ୍କୁ ବାସୀ ରୁଟି , ଅନ୍ୟାନ୍ୟ ବାସୀ ଖାଦ୍ୟ , ପଚା ସଢ଼ା ଖାଦ୍ୟ , କ୍ଷୀର , ଘିଅ ଇତ୍ୟାଦି ଜିନିଷ ଖାଇବାକୁ ଦେବା ଉଚିତ ନୁହେଁ ।

ଗୋମାତାଙ୍କ ମଧ୍ୟରେ ସବୁ ଦେବଦେବୀଙ୍କ ବାସ ରହିଛି ଏବଂ ଗୋମାତାଙ୍କୁ ଗୁରୁ ଗ୍ରହ ସହିତ ତୁଳନା କରାଯାଇଛି । ଜାତକରେ ଗୁରୁ ଗ୍ରହ ଦୁର୍ବଳ ଥିଲେ ରୋଟିରେ ହଳଦୀ ଲଗାଇ , ମାନସିକ ଚିନ୍ତା ଥିଲେ ରୋଟିରେ ଗୁଡ଼ ଲଗାଇ ଏବଂ ଗ୍ରହ ଦୁର୍ବଳ ଥିଲେ ପ୍ରତ୍ୟେକ ଦିନ ଘରର ପ୍ରଥମ ରୋଟି ଗାଈକୁ ଖାଇବାକୁ ଦିଅନ୍ତୁ । ଗାଈ ଖୁବ ଶୁଭ ହୋଇଥାଏ । ତେଣୁ ଯେଉଁଠି ଆପଣ ଘର ବନାଇବାକୁ ଚାହୁଁଛନ୍ତି ସେହି ସ୍ଥାନକୁ ନେଇ କୌଣସି ଦ୍ୱନ୍ଦ ଥିଲେ ସେଠାରେ ଦଶ ଦିନ ପର୍ଯ୍ୟନ୍ତ ଗାଈ ଏବଂ ବାଛୁରୀକୁ ଏକାଠି ବାନ୍ଧି ରଖନ୍ତୁ । ଏହାଦ୍ବାରା ସେହି ସ୍ଥାନ ସମ୍ପୂର୍ଣ୍ଣ ପବିତ୍ର ହେବା ସହିତ କୌଣସି ନକରାତ୍ମକ ଶକ୍ତି ସେଠାରେ ରହିବ ନାହିଁ । ଯଦି ଆପଣଙ୍କ ଘରକୁ କୌଣସି ଗାଈ ଆସୁଛି ତେବେ ତାହାକୁ ନିଶ୍ଚୟ ଖୁଆନ୍ତୁ ଏବଂ ଆଶୀର୍ବାଦ ମଧ୍ୟ ନିଅନ୍ତୁ । ଘର ଚାରି ପାଖରେ ଗାଈ ଘୁରି ବୁଲିଲେ ତାହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ ।

ରାସ୍ତାରେ ଯାଉଥିବା ସମୟରେ ଗାଈ ବାଟ କାଟିଲେ ତାହାର ଅର୍ଥ ଆପଣ ଯେଉଁ କାମରେ ବାହାରକୁ ଯାଉଥିବେ ତାହା ନିଶ୍ଚୟ ସଫଳ ହେବ । ଗାଈକୁ ପାଳନ କରିବାରେ ସମ୍ଭବ ନହେଲେ ଅତିକମରେ ଗାଈ ନାମରେ ପ୍ରତ୍ୟକ ଦିନ ଟଙ୍କା ସଞ୍ଚୟ କରି ରଖନ୍ତୁ ଏବଂ କୌଣସି ଗୋଶାଳାକୁ ଦାନ କରି ଦିଅନ୍ତୁ । ରାମାୟଣ କାଳରୁ ଗୋମାତାଙ୍କୁ ମିଳିଥିବା ଏକ ଅଭିଶାପ ଅନୁଯାୟୀ ହିଁ ଗୋମାତା ଅଇଁଠା ଖାଇଥାନ୍ତି । ବାସ୍ତବରେ ରାମାୟଣ ଯୁଗରେ ଗୋମାତା ମାତା ସୀତାଙ୍କୁ ଦେଇଥିବା ପ୍ରତିଶୃତିକୁ ଭୁଲି ମିଛ କହିଥିଲେ । ଯେଉଁ କାରଣରୁ ମାତା ସୀତା ତାଙ୍କୁ ଅଭିଶାପ ଦେଇଥିଲେ ଯେ କଳିଯୁଗରେ ଗୋମାତା ପୂଜ୍ୟ ହୋଇଥିଲେବି ତାଙ୍କୁ ଅଇଁଠା ସେବନ କରିବାକୁ ପଡ଼ିବ । ସେହିଭଳି ସେହି ସମୟରେ ମାତା ସୀତା କେତକୀ ଫୁଲକୁ ଅଭିଶାପ ଦେଇଥିବାରୁ ବର୍ତ୍ତମାନ କେତକୀ ଫୁଲର ବାସ୍ନା ଥିବା ସତ୍ତ୍ୱେବି ତାହା ପୂଜାରେ ନିଷିଦ୍ଧ ଥାଏ ଏବଂ ଫାଲ୍ଗୁ ନଦୀ ସବୁବେଳେ ଶୁଖିଲା ରହେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *