Excuse Me Odisha

ଯାହା କହିବୁ ସତ କହିବୁ

ମାଘ ପୂର୍ଣ୍ଣିମା ଦିନ ଖାଇ ଦିଅନ୍ତୁ କେବଳ ଏହି ଗୋଟିଏ ଜିନିଷ । ପୁରା ବର୍ଷ ଆସିବ ଟଙ୍କା ।

ସେୟାର୍ କରନ୍ତୁ

ମାଘ ମାସର ପୂର୍ଣ୍ଣିମା ତିଥି ମାଘ ମାସରେ ପଡ଼ିଥାଏ । ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ମାଘ ମାସର ବିଶେଷ ଗୁରୁତ୍ୱ ରହିଛି । ଏହିଦିନ ସ୍ନାନ ଦାନ ଏବଂ ଜପ କଲେ , ବିଶେଷ ଫଳାଫଳ ମିଳିଥାଏ । ଏହି ଦିନକୁ ମାଘ ମାସର ଶେଷ ଦିନ ବୋଲି ବିବେଚନା କରାଯାଏ । ଏହିଦିନ ପବିତ୍ର ନଦୀ ସ୍ନାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଶ୍ୱାସ ରହିଛି । କିନ୍ତୁ ୨୩ କିମ୍ବା ୨୪ ତାରିଖକୁ ନେଇ ଦ୍ଵନ୍ଦ ରହିଛି । ମାଘ ପୂର୍ଣ୍ଣିମା ଫେବୃଆରୀ ୨୩ , ଅପରାହ୍ଣ ୩.୨୩ ରେ ଆରମ୍ଭ ହୋଇ ଆଗାମୀ ଦିନ ଫେବୃଆରୀ ୨୪ ସନ୍ଧ୍ୟା ୬.୦୦ ପର୍ଯ୍ୟନ୍ତ ଚାଲିବ । ପୂର୍ଣ୍ଣିମା ତିଥିରେ ଚନ୍ଦ୍ରଙ୍କୁ ପୂଜା କରିବାର ନିୟମ ରହିଛି । ଏହିଦିନ କେବଳ ଗୋଟିଏ ଜିନିଷ ସେବନ କଲେ ଧନ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

ପୁରାଣରେ ପୂର୍ଣ୍ଣିମା ଦିନକୁ ଅତ୍ୟନ୍ତ ପବିତ୍ର ମାନା ଯାଇଛି । ଏହିଦିନ ତାମସିକ ଭୋଜନ ନକରି ବ୍ରହ୍ମଚର୍ଯ୍ୟର ପାଳନ କରିବାକୁ କୁହାଯାଇଛି । ଏହିଦିନ ଅପଶବ୍ଦ କୁହନ୍ତୁ ନାହିଁ ଏବଂ ଘରକୁ ଆସିଥିବା ଗରିବଙ୍କୁ ବିନା ଦାନରେ ଯିବାକୁ ଦିଅନ୍ତୁ ନାହିଁ । ଏହିଦିନ ସକାଳୁ ତୁଳସୀ ପତ୍ର ଖାଇବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ । ଏହାଦ୍ବାରା ତୀର୍ଥ ସମାନ ପୁଣ୍ୟ ଫଳ ପ୍ରାପ୍ତ ହୋଇଥାଏ । ତୁଳସୀ ପତ୍ର ଖାଇବା ଦ୍ୱାରା କ୍ୟାନ୍ସର ସମେତ ଅନେକ ପେଟ ଜନିତ ସମସ୍ୟା ଦୂର ହୋଇଥାଏ । ଏହା ଚିନ୍ତା ସମସ୍ୟା , ତ୍ୱଚା ଜନିତ ସମସ୍ୟା ଭଳି ନାନା ପ୍ରକାରର ସମସ୍ୟାକୁ ମଧ୍ୟ ଦୂର କରିଥାଏ । ତୁଳସୀ ପତ୍ର ସେବନ କରିବା ବେଳେ ତାହାକୁ ଦାନ୍ତରେ ଚୋବାଇବେ ନାହିଁ ।

ଏହା ସେବନ କରିବା ଦ୍ୱାରା ମାତା ଲକ୍ଷ୍ମୀଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ । ଯଦି ଆପଣ ରାତିରେ ଶୋଇବା ସମୟରେ ଏକ ତମ୍ବା ପାତ୍ରରେ ଜଳ ନେଇ ସେଥିରେ ଗଙ୍ଗା ଜଳ ମିଶାଇ ରଖି ଦିଅନ୍ତି ଏବଂ ସକାଳୁ ଉଠି ତାହାକୁ ସେବନ କରନ୍ତି ତେବେ ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ଏହାଦ୍ବାରା ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ମାନ୍ୟତା ଅନୁଯାୟୀ ବ୍ୟକ୍ତିର ମୃତ୍ୟୁ ସମୟରେ ତାର ମୁହଁରେ ଗଙ୍ଗା ଜଳ ଦେଲେ ପାପ ଦୂର ହୋଇ ମୋକ୍ଷ ପ୍ରାପ୍ତି ହୋଇଥାଏ । ଗଙ୍ଗା ଜଳ କେବେବି ଅଶୁଦ୍ଧ ହୋଇ ନଥାଏ । ସକାଳ ସମୟରେ ଗଙ୍ଗା ଜଳ ପିଇଲେ ମାତା ଲକ୍ଷ୍ମୀଙ୍କ କୃପା ଅବଶ୍ୟ ପ୍ରାପ୍ତ ହୋଇଥାଏ ।

ସ୍ନାନ କରୁଥିବା ପାଣିରେ ଦୁଇ ଚାରି ବୁନ୍ଦା ଗଙ୍ଗା ଜଳ ପକାଇ ସ୍ନାନ କଲେ ସବୁ ପାପ କର୍ମ ନଷ୍ଟ ହୋଇଯିବ । ଶୋଇବା ସମୟରେ ତକିଆ ତଳେ ଲବଙ୍ଗ ନିହାତି ରଖନ୍ତୁ । ସକାଳୁ ଉଠି ଗୋଟିଏ ଲବଙ୍ଗ ନିହାତି ସେବନ କରି ଦିଅନ୍ତୁ । ଏହାଦ୍ବାରା ସମସ୍ତ ଦେବଦେବୀଙ୍କ କୃପା ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ଧନରେ ଭରି ଦେବେ । ଲବଙ୍ଗକୁ ମଧ୍ୟ ଦାନ୍ତରେ ଚୋବାନ୍ତୁ ନାହିଁ । ଜଳରେ ଗଙ୍ଗା ଜଳ ମିଶାଇ ସ୍ନାନ କଲେ ସବୁ ପାପ ଦୂର ହୋଇଯିବ । ଏହାଦ୍ବାରା ଶରୀର ଭିତରର ସବୁ ନକରାତ୍ମକତା ଦୂର ହୋଇଯିବ । ଯାହାଦ୍ୱାରା ସଫଳତା ପ୍ରାପ୍ତି ହୋଇଥାଏ । ପାଣିରେ ଗଙ୍ଗା ଜଳ ମିଶାଇ ଗାଧୋଇବା ଦ୍ୱାରା ଶନି ଦୋଷ ମଧ୍ୟ ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *