Excuse Me Odisha

ଯାହା କହିବୁ ସତ କହିବୁ

ସବୁ ଦୁଃଖ ହୋଇଯିବ ଦୂର ଏବଂ ଘରେ ରହିବେ ମାତା ଲକ୍ଷ୍ମୀ । ବାସ ଏହି ସ୍ଥାନରେ ଅର୍ପିତ କରି ଦିଅନ୍ତୁ ବେଲ ଫଳ ।

ସେୟାର୍ କରନ୍ତୁ

ଅନେକ ପରିଶ୍ରମ କରିବା ସତ୍ତ୍ୱେବି ଟଙ୍କା ରହୁନାହିଁ ଏବଂ ମାତା ଲକ୍ଷ୍ମୀ ଘର ଛାଡ଼ି ଦେବା ଭଳି ଲାଗୁଛି । କିମ୍ବା ଅନେକ ସମୟରେ କରଜରେ ବୁଡ଼ି ରହୁଛନ୍ତି । ବାସ୍ତବରେ ଏହାର କାରଣ ଅନେକ କିଛି ହୋଇପାରେ । ତାହା ଆପଣଙ୍କ ଭୁଲ କାରଣରୁ ହୋଇପାରେ କିମ୍ବା କିଛି ସାଧାରଣ ଉପାୟର ଅଭାବ କାରଣରୁ ମଧ୍ୟ ହୋଇପାରେ । ତେବେ କୌଣସି ସୋମବାର ପ୍ରଦୋଷରେ ଯଦି ଆପଣ ଏକ ସହଜ ଉପାୟ କରି ଦିଅନ୍ତି ତେବେ ଆପଣଙ୍କର ଧନ ଜନିତ ସମସ୍ୟା ଦୂର ହୋଇଯିବ । ଏମିତିରେ ଏହି ଉପାୟ ପାଞ୍ଚଟି ସୋମବାର କରିବାର ବିଧାନ ରହିଛି କିନ୍ତୁ ତିନୋଟି ସୋମବାର କରିବା ପରେ ମଧ୍ୟ ଧନ ଆସିବା ଆରମ୍ଭ ହୋଇଯିବ ।

ତେବେ ଚାଲନ୍ତୁ ଜାଣିନେବା କେଉଁ ସାଧାରଣ ଫଳ ଦ୍ୱାରା ଆପଣ ଏକ ସହଜ ଉପାୟ କରି ଧନ ଜନିତ ସମସ୍ୟାକୁ ଦୂର କରି ପାରିବେ । ସର୍ବପ୍ରଥମେ ଏକ ପାଚି ଯାଇଥିବା ବେଲ ନିଅନ୍ତୁ ଏବଂ ତାହା ଭିତରୁ ଖିଆ ଯାଉଥିବା ଅଂଶକୁ ବାହାର କରି ଛୋଟ ଛୋଟ ଖଣ୍ଡ କରି ଶୁଖାଇ ଦିଅନ୍ତୁ । ତାହା ଭଲ ଭାବରେ ଶୁଖିଯିବା ପରେ ତାହାକୁ ନିଆଁରେ ପୋଡ଼ି ଦିଅନ୍ତୁ ।

ଭଲ ଭାବରେ ଜଳିବା ପରେ ତାହା କୋଇଲା ହୋଇଯିବା ପରେ ଥଣ୍ଡା କରି ମିକ୍ସରରେ କୁଟି ନିଅନ୍ତୁ । ଏହାପରେ ତାହାକୁ ଭଲ ଭାବରେ ଛାଣି ଦିଅନ୍ତୁ । ତାହାକୁ ଏକ ପାତ୍ରରେ ଷ୍ଟୋର କରି ଘରେ ରଖି ଦିଅନ୍ତୁ । ତାହାକୁ ପାଞ୍ଚଟି ସୋମବାର ଦିନ ପ୍ରଦୋଷ ସମୟରେ ଏକ ଚିମୁଟା ନେଇ ପାଖ ବେଲଗଛ ପାଖକୁ ଯାଇ ଗୋଟିଏ ବେଲପତ୍ର ତଳେ ଏକ ଚିମୁଟା ଭସ୍ମ ରଖି ଦିଅନ୍ତୁ ।

ସେହି ସମୟରେ ମହାଦେବଙ୍କ ନାମ ନେଇ ଶେଷରେ ପ୍ରଣାମ କରି ନିଜର ମନସ୍କାମନା କହି ଦିଅନ୍ତୁ । ସେଠାରେ ଅର୍ପିତ କରଥିବା ଏକ ଚିମୁଟା ଭସ୍ମ ନେଇ ମହାଦେବଙ୍କ ମନ୍ଦିର ଯାଆନ୍ତୁ । ତାହାକୁ ଶିବଲିଙ୍ଗରେ ଅର୍ପିତ କରି ଏକ ଏକ ଲୋଟା ଜଳ ମଧ୍ୟ ଅର୍ପିତ କରି ଦିଅନ୍ତୁ । ପାଞ୍ଚଟି ପ୍ରଦୋଷ ପୂରଣ ହେବା ଆଗରୁ ହିଁ ମହାଦେବ ଆପଣଙ୍କ ମନସ୍କାମନା ପୂରଣ କରିଦେବେ । ଆପଣଙ୍କର ଧନ ଜନିତ ସମସ୍ୟା ରହିବ ନାହିଁ । ମାତ୍ର ତିନି ଦିନ ପ୍ରଦୋଷ ସମୟରେ ଏହି ଉପାୟ କରିଦେଲେ ଆପଣଙ୍କର ଟଙ୍କା ପଇସାକୁ ନେଇ ଥିବା ଚିନ୍ତା ମଧ୍ୟ ଦୂର ହୋଇଯିବ । ମହାଦେବ ଆପଣଙ୍କୁ ପ୍ରଚୁର ଧନ ଦେବେଏବଂ ଘରେ ମାତା ଲକ୍ଷ୍ମୀଙ୍କ ସ୍ଥାୟୀ ବାସ ରହିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *