Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ହଠାତ କାହିଁକି ଆସିଥାଏ ଅକାଳ ମୃତ୍ୟୁ । କାହିଁକି ଏହି ପାଞ୍ଚଟି ଜିନିଷ ହୋଇଥାଏ ଦାରିଦ୍ର୍ୟତା ଏବଂ ମୃତ୍ୟୁର କାରଣ ।

ସେୟାର୍ କରନ୍ତୁ

ଆପଣ ଯେତେବି ଭଲ କାମ କରନ୍ତୁ ନା କାହିଁକି ବେଳେ ବେଳେ ତାହା ସତ୍ତ୍ୱେବି ପରିବାର ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଅନେକ ସମୟରେ ମନୁଷ୍ୟର କିଛି ସାଧରଣ ଭୁଲ , ଘରେ ଭୁଲ ଉପାୟରେ ରଖୁଥିବା କିଛି ଜିନିଷ କାରଣରୁ ମଧ୍ୟ ମନୁଷ୍ୟର ସୌଭଗ୍ୟ ଦୁର୍ଭାଗ୍ୟରେ ବଦଳି ଯାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ କେଉଁ ସବୁ ଜିନିଷ ଘରେ ରଖିବା ଦ୍ୱାରା ଘରେ ନକରାତ୍ମକତା ସୃଷ୍ଟି ହୋଇଥାଏ । ଘରେ ଭଙ୍ଗା ବାସନ , ଭଙ୍ଗା ଝାଡୁ ଏବଂ କୌଣସି ଭାଙ୍ଗି ଯାଇଥିବା ଜିନିଷ ରଖନ୍ତୁ ନାହିଁ । ନଚେତ ତାହାଦ୍ୱାରା ମାନସିକ ଅଶାନ୍ତି ସହିତ ବାସ୍ତୁ ଦୋଷ ମଧ୍ୟ ଉତ୍ପନ୍ନ ହୋଇଥାଏ । ତାସହିତ ଘରୁ ମାତା ଲକ୍ଷ୍ମୀ ମଧ୍ୟ ଚାଲି ଯାଆନ୍ତି ।

ତେଣୁ ଏସବୁ ଜିନିଷକୁ ଘରେ ଭୁଲରେବି ରଖନ୍ତୁ ନାହିଁ ଏବଂ ଘରୁ ବାହାର କରି ଦିଅନ୍ତୁ । ତାଜମହଲ ହୁଏତ ପ୍ରେମର ପ୍ରତୀକ ହୋଇଥାଇ ପାରେ କିନ୍ତୁ ତାହାକୁ କେବେ ଘରେ ରଖନ୍ତୁ ନାହିଁ । କାରଣ ପ୍ରତ୍ୟେକ ଦିନ କବର ଦେଖିବା ଭଲ ହୋଇ ନଥାଏ । ଘରେ ନଟରାଜଙ୍କ ମୂର୍ତ୍ତି ରଖିବା ମଧ୍ୟ ମନା ହୋଇଥାଏ । କାରଣ ଶିବଙ୍କ ତାଣ୍ଡବ ସମୟର ଏହି ପୋଜ କେବେବି ଭଲ ହୋଇ ନଥାଏ କାରଣ ସେତେବେଳେ ମହାଦେବ କ୍ରୋଧରେ ଥାଆନ୍ତି । ଘରେ କେବେବି ରାମାୟଣ ମହାଭାରତ କିମ୍ବା କୌଣସି ଯୁଦ୍ଧର ଫୋଟ ମଧ୍ୟ ଘରେ ଲଗାଇବା ଉଚିତ ନୁହେଁ । ଜଙ୍ଗଲୀ ପଶୁଙ୍କ ଫୋଟ ଯେତେ ଭଲ ଲାଗୁ ନା କାହିଁକି ତାହାକୁ କେବେ ଘରେ ଲଗାନ୍ତୁ ନାହିଁ ।

ଘରେ କଣ୍ଟା ଜାତୀୟ ଗଛର ଫୋଟ କିମ୍ବା ଗଛ କେବେବି ରଖନ୍ତୁ ନାହିଁ । ନଚେତ ଏହା ନକରାତ୍ମକ ଶକ୍ତିର ଆଗମନର କାରଣ ହେବ । ଘର ବାହାରେ ଅନେକ ଲୋକ ଫାଉଣ୍ଟିଙ୍ଗ ରଖିବାକୁ ପସନ୍ଦ କରନ୍ତି କିନ୍ତୁ ତାହା ରଖିବା ଭଲ ହୋଇ ନଥାଏ । ଆଉ ଯଦି ଆପଣ ତାହା ରଖୁଛନ୍ତି ତେବେ ଜଳ କେଉଁ ଦିଗରେ ବାହାରୁଛି ସେଥିପ୍ରତି ଧ୍ୟାନ ଦିଅନ୍ତୁ । ସେହିଭଳି କିଛି ଦୁଃଖ ଦାୟକ ପେଣ୍ଟିଙ୍ଗ , ପୁରୁଣା କପଡ଼ା ଏବଂ ଭଙ୍ଗା ବାସନ କୁସନ ଏବଂ ଆବର୍ଜନା ଜମା କରି ରଖିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଘରର ସଦସ୍ୟ ଏବଂ ମୁରବୀଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହାଦ୍ବାରା ପିତୃ ଦୋଷ ମଧ୍ୟ ଉତ୍ପନ୍ନ ହୋଇଥାଏ ।

ଘରର ଆଲମାରୀ କିମ୍ବା ସିନ୍ଧୁକ ଘରେ ଏପରି ରଖନ୍ତୁ ଯେମିତି ତାହାର କବାଟ ଉତ୍ତର ଦିଗକୁ ଖୋଲିବ । କାରଣ ଏହି ଦିଗ କୁବେର ଦେବତାଙ୍କ ଦିଗ ହୋଇଥାଏ ଏବଂ ଏହି ଦିଗରେ ମୁହଁ କରି ସିନ୍ଧୁକ ରଖିଲେ ଅଧିକ ଧନ ପ୍ରାପ୍ତି ହୋଇଥାଏ । କେବେବି ଖୋଲା ଆଲମାରୀରେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରଖନ୍ତୁ ନାହିଁ । ଘର ପୂଜା ଘରେ କେବେବି ଜଣେ ଦେବତାଙ୍କର ଏକାଧିକ ମୂର୍ତ୍ତି ଏବଂ ଖଣ୍ଡିତ ହୋଇ ଯାଇଥିବା ମୂର୍ତ୍ତି ମଧ୍ୟ ରଖିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଘରେ ବାସ୍ତୁ ଦୋଷ ଉତ୍ପନ୍ନ ହେବ । ଅନେକ ସମୟରେ ଘରୁ ପୁରୁଣା ମୁଦ୍ରା , ପଥର ମୁଦି ମିଳିଥାଏ ତାହାକୁ କେବେବି ଘରେ ରଖିବା ଉଚିତ ନୁହେଁ । ଯାହାଦ୍ୱାରା ନକରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *