Excuse Me Odisha

ଯାହା କହିବୁ ସତ କହିବୁ

ପ୍ରତ୍ୟେକ ଦିନ ଘରେ ପୂଜା ସମୟରେ କେଉଁ ଦିଗରେ ରଖିବେ ନିଜ ମୁହଁ । ମାନି ନିଅନ୍ତୁ ଏପରି ତିନୋଟି ପୂଜା ନିୟମ ।

ସେୟାର୍ କରନ୍ତୁ

ସବୁ ହିନ୍ଦୁ ଧର୍ମର ଘରେ ପୂଜା ଘର ନିଶ୍ଚୟ ରହିଥାଏ । କିନ୍ତୁ ପୂଜା ଘର ସଠିକ ଦିଗରେ ମଧ୍ୟ ରହିବା ନିତାନ୍ତ ଜରୁରୀ ଅଟେ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଠିକ ଦିଗରେ ଏବଂ ସ୍ଥାନରେ ପୂଜା ଘରେ ନିର୍ମାଣ ହେବା ଉଚିତ । ଯଦି ପୂଜା ଘର ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ପହଞ୍ଚି ପାରୁନାହିଁ ତେବେ ପୂଜା ଘରେ ସୂର୍ଯ୍ୟ ନାରାୟଣଙ୍କ ଫୋଟ ଲଗାଇ ଦେବା ଜରୁରୀ । ଏହାଦ୍ବାରା ନକରାତ୍ମକତା ରହିବ ନାହିଁ ଏବଂ ପୂଜା ମଧ୍ୟ ସଫଳ ହେବ । ଐଶାନ୍ୟ କୋଣରେ ପୂଜା ଘର ରହିଲେ ବାସ୍ତୁ ଠିକ ରହିଥାଏ । ଏହି କୋଣ ପୂଜା ପାଠ ଏବଂ ଆଧ୍ୟାତ୍ମ କାରଣରୁ ଉପଯୁକ୍ତ ହୋଇଥାଏ । ପୂଜା ଘରର ଆଖପାଖରେ ଆଦୋୖ ଅପରିଷ୍କାର ରହିବା ଉଚିତ ନୁହେଁ ।

ଧ୍ୟାନ ଦେବେ ଯେପରି ଠାକୁର ଘରର କବାଟ ସ୍ବତ ପ୍ରବୃତ୍ତ ଭାବରେ ଖୋଲିଯିବା କିମ୍ବା ବନ୍ଦ ହୋଇଯିବା ଭଲ ନୁହେଁ କିମ୍ବା ଶବ୍ଦ ଶୁଣାଯିବା ମଧ୍ୟ ଉଚିତ ନୁହେଁ । ଯେଉଁ ବିଦ୍ୟାର୍ଥୀ ମାନେ ପୂଜା କରିବାକୁ ଚାହୁଁଛନ୍ତି ସେମାନେ ପୂର୍ବ ଦିଗରେ ପୂଜା ଘର କରିବା ଉଚିତ । ଉପରେ ବାଥରୁମ ଥିଲେ କିମ୍ବା ପାଖରେ ବାଥରୁମ ଥିଲେ ତା ପାଖରେ କେବେ ପୂଜା ଘର ରଖନ୍ତୁ ନାହିଁ । ପ୍ରତ୍ୟେକ ଦିନ ପୂଜା ସମୟରେ ସର୍ବପ୍ରଥମେ ପଞ୍ଚଦେବଙ୍କ ପୂଜା ଏବଂ ତାପରେ ଅନ୍ୟ ଦେବଦେବୀଙ୍କ ପୂଜା କରନ୍ତୁ । ପୂଜା ଘରେ ମା କାଳୀ , ମହାଦେବ ଏବଂ ନୃସିଂହଙ୍କ ପୂଜା ବର୍ଜିତ କରାଯାଇଛି । ଠାକୁର ଘରେ ମୂର୍ତ୍ତି ସର୍ବଦା ତିନି କିମ୍ବା ପାଞ୍ଚ ସଂଖ୍ୟାରେ ରଖି ପାରିବେ ।

ଘରେ ପୂଜା କରୁଥିବା ବ୍ୟକ୍ତି ସର୍ବଦା ଠାକୁରଙ୍କୁ ନିଜ ଡାହାଣ ଦିଗରେ ରଖି ଉତ୍ତର ଦିଗକୁ ମୁହଁ କରି ପୂଜା କରିବା ଉଚିତ । କିନ୍ତୁ ମନ୍ଦିରରେ ପୂଜା କରିବା ସମୟରେ ଠାକୁର ବାମ ପାର୍ଶ୍ଵରେ ରହିବା ଉଚିତ ହୋଇଥାଏ ଏବଂ ଉତ୍ତର ଦିଗକୁ ମୁହଁ କରିବା ଉଚିତ । ଯେଉଁ ଆସନ ଉପରେ ବସି ପୂଜା କରୁଛନ୍ତି ତାହାକୁ କେବେ ପାଦରେ ଆଡ଼େଇବା ଉଚିତ ନୁହେଁ କେବଳ ହାତରେ କରି ପାରିବେ । କାରଣ ସେହି ଆସନ ସିଦ୍ଧ ହୋଇ ଯାଇଥାଏ । ଅଣ୍ଡରଗ୍ରାଉଣ୍ଡ କିମ୍ବା ବେସମେଣ୍ଟରେ ଠାକୁର ଘର କରିବା ନିଷେଧ ଅଟେ । ପୂଜାଘରେ ବାସୀ ଫୁଲ , ମାଚିସ ଖୋଳ ଏବଂ ଏଣୁତେଣୁ ଜିନିଷ ରଖିବା ମଧ୍ୟ ଉଚିତ ନୁହେଁ । ଘରର ଯେଉଁ ସ୍ଥାନରେ ପୂଜା ଘର ଥିବ ସେଠାରେ ମଦ , ଅଇଁଠା ବାସନ , ତାମସିକ ଭୋଜନ ଭଳି ଜିନିଷ ରଖିବା ଉଚିତ ନୁହେଁ ।

ପୂଜା ଘର ପାଖକୁ ଜୋତା ଚପଲ , ମେଡ଼ିସିନ ନେଇ ଯିବା ଉଚିତ ନୁହେଁ । ପୂଜା ଘରେ ପୂଜା ସାମଗ୍ରୀ ବ୍ୟତୀତ ଅନ୍ୟ କୌଣସି ଜିନିଷ ରଖନ୍ତୁ ନାହିଁ । ଠାକୁର ଘରେ କୌଣସି ଇଲେକ୍ଟ୍ରିକ ଜିନିଷ ଏବଂ ଦୀପ ଦକ୍ଷିଣ ପୂର୍ବ କିମ୍ବା ଆଗ୍ନେୟ କୋଣରେ ରଖିବା ଭଲ । ଠାକୁର ଘରେ ଭଙ୍ଗା କାଚ କିମ୍ବା କିମ୍ବା ଭଙ୍ଗା ଠାକୁର ଫୋଟ ରଖିବା ନିଷେଧ ଅଟେ । ଠାକୁର ଘର ଉପରକୁ ଲାଗି କିମ୍ବା ତଳକୁ ଲାଗି ପାଇଖାନା , ଶିରିଘର କିମ୍ବା ରୋଷେଇ ଘର ରଖନ୍ତୁ ନାହିଁ । ପୂଜା ଘରେ ସକାଳ ସନ୍ଧ୍ୟା ଦୀପ ଜାଲିବା ଉଚିତ । ଅତିକମରେ ସନ୍ଧ୍ୟା ସମୟରେ ଦୀପ ଜାଳିବା ଉଚିତ । ଦୀପ ଭଲ ଜଳିଲେ କିମ୍ବା ଅଧା ଜଳିବା ପରେ ଲିଭିଗଲେ ତାହା ଅନେକ ସଙ୍କେତ ଦେଇଥାଏ । ଯେଉଁଠି ଦୀପ ଭଲ ଜଳିଥାଏ ସେଠାକୁ ଧନା ଆକର୍ଷିତ ହୋଇ ଆସିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *