Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀ ମୂଳର ମାଟି ମଥାରେ ଲଗାଇଲେ କଣ ହୋଇଥାଏ । ଜାଣି ନିଅନ୍ତୁ ।

ସେୟାର୍ କରନ୍ତୁ

ଗରୁଡ଼ ପୁରାଣ , ସ୍କନ୍ଧ ପୁରାଣ , ପଦ୍ମ ପୁରାଣ ଏବଂ ଭବିଷ୍ୟ ପୁରାଣରେ ତୁଳସୀର ଅନେକ ବିଶେଷତ୍ୱ କୁହାଯାଇଛି । ପ୍ରଚଳିତ କଥା ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଯେଉଁ ଅମୃତ ଭୁଇଁରେ ପଡ଼ି ଯାଇଥିଲା ସେଥିରୁ ହିଁ ତୁଳସୀ ଗଛର ଉତ୍ପତ୍ତି ହୋଇଥିଲା । ସବୁ ହିନ୍ଦୁ ଘର ସାମ୍ନାରେ ତୁଳସୀ ଗଛ ଥାଏ ଏବଂ ଏହି ଗଛକୁ ନେଇ ଗୋଟିଏ ଉପାୟ କଲେ ୨୪ ଘଣ୍ଟା ମଧ୍ୟରେ ଆପଣଙ୍କ ଭାଗ୍ୟ ମଧ୍ୟ ବଦଳିଯିବ । ଏହି ଗଛ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଏବଂ ଏହି ଗଛକୁ ମା’ ବୋଲି ମାନା ଯାଇଥାଏ । ତୁଳସୀ ଗଛର ପତ୍ରରେ ସାକ୍ଷାତ ଭଗବାନ ବିଷ୍ଣୁ ବାସ କରନ୍ତି । ପୃଥିବୀ ପୃଷ୍ଠରେ ମନୁଷ୍ୟ ଶରୀର ଧାରଣ କଲେ ତୁଳସୀ ଗଛ ପୂଜା ନିହାତି କରିବା ଆବଶ୍ୟକ ।

ପ୍ରତ୍ୟେକ ଦିନ ତୁଳସୀ ଗଛର ଦର୍ଶନ ସହିତ ପୂଜା କଲେ ସବୁ ପ୍ରକାରର ପାପ ନଷ୍ଟ ହୋଇଯାଏ । ତୁଳସୀ ଗଛ ଲାଗିଥିବା ମାଟିରେ ସମସ୍ତ ତୀର୍ଥ ମାନା ଯାଇଥାଏ । ତୁଳସୀ ଗଛ ମୂଳରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯେଉଁ ଘରେ ତୁଳସୀ ଗଛ ଲାଗିଥାଏ ସେହି ଘରକୁ କୌଣସି ଦୁଃଖ ଦାରିଦ୍ର୍ୟତା ଏବଂ ରୋଗ ବ୍ୟାଧି ଆସି ନଥାଏ । ଏହାକୁ ଘରର ସଠିକ ଦିଗରେ ରଖିଲେ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ଘର ଉପରକୁ କୌଣସି ବିପଦ ଆସିବାର ଥିଲେ ତୁଳସୀ ଗଛ ଶୁଖିଯାଏ କାରଣ ମାତା ତୁଳସୀ ସବୁ ସମସ୍ୟାକୁ ନିଜ ଉପରକୁ ନେଇ ଯାଆନ୍ତି । ଏଭଳି ପରିସ୍ଥିତିରେ ସେହି ଗଛକୁ ବାହାର କରି ନୂଆ ତୁଳସୀ ଗଛ ଲଗାଇ ଦିଅନ୍ତୁ ।

ଶାସ୍ତ୍ରରେ ଲେଖା ଯାଇଛି ଯେ ଯଦି କୌଣସି ବ୍ୟକ୍ତି ନିଜର ମନସ୍କାମନା ପୂରଣ କରିବାକୁ ଚାହୁଁଛନ୍ତି ତେବେ ସାତ ଦିନ ପର୍ଯ୍ୟନ୍ତ କୌଣସି ଭୋଗ , ଲଡୁ କିମ୍ବା ମୋଦକରେ ତୁଳସୀ ପତ୍ର ଦେଇ ବଜରଙ୍ଗବଳିଙ୍କୁ ଅର୍ପଣ କରି ଦିଅନ୍ତୁ । ଆପଣ ଏହି ତୁଳସୀ ପତ୍ର ଏବଂ ମଞ୍ଜରୀ ଦ୍ୱାରା କରଜ ସମସ୍ୟାରୁ ମଧ୍ୟ ମୁକ୍ତି ପାଇ ପାରିବେ । ତୁଳସୀ ମଞ୍ଜରୀ ଝାଡ଼ିଲେ ବ୍ୟକ୍ତିଙ୍କ ଜୀବନରେ କୌଣସିବି ସମସ୍ୟା ତାହା ଦୂର ହୋଇଯିବ । ଯଦି ଆପଣ ନିଜ ଜୀବନର ସମସ୍ୟାକୁ ଦୂର କରିବାକୁ ଚାହୁଁଛନ୍ତି ତେବେ ସ୍ନାନ କରୁଥିବା ପାଣିରେ ଶୁଖି ପଡ଼ିଥିବା ତୁଳସୀ ପତ୍ର , ଅଳ୍ପ ମଞ୍ଜି ଏବଂ ତୁଳସୀ ମାଟି ମିଶାଇ ସ୍ନାନ କରନ୍ତୁ । ଦେଖିବେ ସବୁ ସମସ୍ୟା ଦୂର ହୋଇଯିବ । ଏହାଦ୍ବାରା ଜୀବନର ସମସ୍ତ ଦୋଷ ମଧ୍ୟ ସମାପ୍ତ ହୋଇଯିବ ।

ତୁଳସୀଙ୍କୁ ପୂଜା କରି ମାଟିକୁ ତିଳକ ଆକାରରେ ଲଗାଇଲେ ଆପଣଙ୍କୁ ସୌଭଗ୍ୟ ପ୍ରାପ୍ତି ହେବ । ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ତୁଳସୀ ପତ୍ର ସେବନ କରିଥାଏ ତାକୁ କେବେବି ଜ୍ୱର ଏବଂ ଥଣ୍ଡା ଭଳି ସମସ୍ୟା ହୋଇ ନଥାଏ । ଏହାଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ପ୍ରବଳ ହୋଇଥାଏ । ରବିବାର , ଅମାବାସ୍ୟା କିମ୍ବା ପୂର୍ଣ୍ଣିମା କିମ୍ବା ଏକାଦଶୀ ଦିନ ତୁଳସୀ ପତ୍ର ଛିଡ଼ାନ୍ତୁ ନାହିଁ । ଏହା ଅପରାଧ ସଦୃଶ ହୋଇଥାଏ । ଏହାବ୍ୟତୀତ ବିନା ସ୍ନାନରେ ମଧ୍ୟ ତୁଳସୀ ପତ୍ର ଛିଡ଼ାନ୍ତୁ ନାହିଁ । ଯଦି ଆପଣ ଲଗାତାର ଛଅ ମାସ ପର୍ଯ୍ୟନ୍ତ ସନ୍ଧ୍ୟାରେ ତୁଳସୀ ପତ୍ର ଖାଇଲେ ତେବେ ମନେ ରଖନ୍ତୁ ଯେ ପ୍ରତ୍ୟେକ ଦିନ ସମାନ ସଂଖ୍ୟକ ତୁଳସୀ ପତ୍ର ହିଁ ସେବନ କରନ୍ତୁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *