Excuse Me Odisha

ଯାହା କହିବୁ ସତ କହିବୁ

କେବଳ ଗୋଟିଏ କଣ୍ଟା ପୋତି ଦିଅନ୍ତୁ , ଶତ୍ରୁର ସବୁ ଶକ୍ତି ହୋଇଯିବ ଶେଷ ।

ସେୟାର୍ କରନ୍ତୁ

ଶତ୍ରୁଙ୍କ ଠାରୁ ମୁକ୍ତି ପାଇଁ ଆଜି ଆମେ ଆପଣଙ୍କୁ ଏକ ଖାସ ଉପାୟ ବିଷୟରେ କହିବୁ । ଆପଣଙ୍କର ହୁଏତ କେହି ଶତ୍ରୁ ଥିବେ କିନ୍ତୁ ଆପଣ ତାହା ଜାଣିପାରୁ ନଥିବେ । କିନ୍ତୁ ଆପଣ ଆମେ କହୁଥିବା ଉପାୟ ସେତେବେଳେ କରି ପାରିବେ ଯେତେବେଳେ କୌଣସି ବଡ଼ ସମସ୍ୟା ଥିବ । କିନ୍ତୁ କେବେବି କାହାକୁ ଅସୁବିଧାରେ ପକାଇବା ପାଇଁ ଏହି ଉପାୟ କରନ୍ତୁ ନାହିଁ । ନଚେତ ତାହାଦ୍ୱାରା କିଛି ନକରାତ୍ମକତା ସୃଷ୍ଟି ହୋଇପାରେ । ଯଦି ଶତ୍ରୁ ଆପଣଙ୍କ ଘରେ ଅଛନ୍ତି ତେବେ ଆପଣ ଏହି ଉପାୟ କରି ପାରିବେ । ତେବେ ଏହି ଉପାୟକୁ ଆପଣ କେବଳ ଶନିବାର ଦିନ କରି ପାରିବେ ।

କୌଣସି ଶନିବାର କିମ୍ବା ମଙ୍ଗଳବାର ଦିନ କେବଳ ଦିନରେ ଗୋଟିଏ ହଳଦିଆ ଲେମ୍ବୁ ନେଇ ଗୋଟିଏ ନୂଆ ଲୁହା କଣ୍ଟା ନିଅନ୍ତୁ । ଆଉ ଯଦି ନଥିବ ତେବେ ଶୁକ୍ରବାର ଦିନ ହିଁ କିଣି ରଖନ୍ତୁ । ଶନିବାର ଦିନ କିଣିବେ ନାହିଁ । ସେହି ଲେମ୍ବୁ ଉପରେ ଟିକିଏ ସିନ୍ଦୁର ଲଗାଇ ତାହାକୁ ଏକ ପେପର ଉପରେ ରଖି ବସି ଯାଆନ୍ତୁ ।

ଏହାପରେ ସେହି ଲେମ୍ବୁରେ ” ଓଁ କ୍ରୀ କ୍ରୀ ଶତ୍ରୁ ନାଶିନୀ କ୍ରୀ କ୍ରୀ ଫଟ ସ୍ୱାହା ” ମନ୍ତ୍ରକୁ ଲେଖି ଦିଅନ୍ତୁ । ମାତ୍ର ଏହି ମନ୍ତ୍ରକୁ କେବଳ କଜଳରେ ଲେଖି ଦିଅନ୍ତୁ । ମନ୍ତ୍ରକୁ ଲେଖି ସାରିବା ପରେ ଏକ ଲୁହା କଣ୍ଟା ନେଇ ଲେମ୍ବୁରେ ଏଭଳି ପୁରାଇ ଦିଅନ୍ତୁ ଯେମିତି ତାହା ଗୋଟିଏ ମୁଣ୍ଡରୁ ଆର ମୁଣ୍ଡକୁ ବାହାରି ଯିବ ।

ଲେମ୍ବୁରେ ଲୁହା କଣ୍ଟା ପୁରେଇବା ପରେ ତାହାକୁ ହାତରେ ନେଇ ଯେଉଁ ମନ୍ତ୍ରକୁ ଲେମ୍ବୁ ଉପରେ ଲେଖି ଥିବେ ତାହାକୁ ୨୧ ଥର ଜପ କରି ଦିଅନ୍ତୁ । ମନ୍ତ୍ରକୁ ଜପ କରିବା ସମୟରେ ମୁହଁକୁ ଉତ୍ତର ଦିଗକୁ ରଖି ଦିଅନ୍ତୁ । ଏହାପାରେ ଲେମ୍ବୁକୁ ହାତରେ ନେଇ ଏପରି ଗୋଟିଏ ସ୍ଥାନକୁ ଯାଆନ୍ତୁ ଯେଉଁଠାରେ କେହିବି ନଥିବେ । କୌଣସି ନିର୍ଜନ ସ୍ଥାନ କିମ୍ବା ଗଛ ପାଖକୁ ଯାଇ ସେଠାରେ ମାଟିରେ ଛୋଟ ଗାତ ଖୋଳି ସେଥିରେ ଲେମ୍ବୁକୁ ରଖି ମାଟି ଘୋଡ଼ାଇ ଦିଅନ୍ତୁ । ସେଠାରେ ପ୍ରାର୍ଥନା କରନ୍ତୁ ଯେ ଆପଣଙ୍କର ଯେଉଁ ଶତ୍ରୁ ଅଛନ୍ତି ଶାନ୍ତ ହୋଇ ଯାଆନ୍ତୁ । ଏହାପରେ ପଛକୁ ନବୁଲି ଘରକୁ ପଳାଇ ଆସନ୍ତୁ । ଦେଖିବେ ଏହି ପ୍ରୟୋଗର ଲାଭ ଆପଣଙ୍କୁ ବହୁତ ଜଲଦି ମିଳିଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *