Excuse Me Odisha

ଯାହା କହିବୁ ସତ କହିବୁ

ସବୁଠାରୁ ବଡ଼ ଏକାଦଶୀ ଭୌମୀ ଏକାଦଶୀ । ଗୋଟିଏ ପାଖୁଡ଼ା ରସୁଣ ଆପଣଙ୍କୁ କରିଦେବ କୋଟିପତି ।

ସେୟାର୍ କରନ୍ତୁ

ଫେବୃଆରୀ ୨୦ , ୨୦୨୪ ମଙ୍ଗଳବାର ଦିନ ଭୌମୀ ଏକାଦଶୀ ପାଳିତ ହେବ । ଏକାଦଶୀ ବ୍ରତ ଗଙ୍ଗା ଭଳି ପବିତ୍ର ହୋଇଥାଏ । ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏହି ଦିନଟି ଅତ୍ୟନ୍ତ ପବିତ୍ର ହୋଇଥାଏ । ଯାହାକି ଜୀବନର ସବୁ ସୁଖ ସ୍ୱଚ୍ଛନ୍ଦ ଫଳ ପ୍ରାପ୍ତ କରିଥାଏ । ଭୌମୀ ଏକାଦଶୀ ବ୍ରତ ଅନେକ ଶୁଭ ଫଳ ପ୍ରଦାନ କରିଥାଏ । ଏହାକୁ ବର୍ଷର ସବୁଠାରୁ ବଡ଼ ଏକାଦଶୀ ମଧ୍ୟ ମାନା ଯାଇଥାଏ । ଫେବୃଆରୀ ୨୦ ଏକାଦଶୀ ଦିନ ଅନେକ ଦୁର୍ଲଭ ସଂଯୋଗ ପଡ଼ିବାକୁ ଯାଉଛି । ଏହିଦିନ ଏକ ଖାସ ସ୍ଥାନରେ ରସୁଣ ରଖିଦେଲେ ଭାଗ୍ୟ ଉଜ୍ଜ୍ୱଳ ହେବ ଏବଂ ଘରୁ ନକରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଯିବ ।

ଜୀବନରେ ନକରାତ୍ମକତା ଆସିଲେ ଅନେକ ସମସ୍ୟା ଦେଖା ଦେଇଥାଏ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଧନ ପ୍ରାପ୍ତିର ମାର୍ଗ ବିଷୟରେ କହିବୁ । କହିରଖିବୁ ଯେ ରସୁଣ ହେଉଛି ଆୟୁର୍ବେଦର ଅମୃତ କୁହାଯାଏ । କାରଣ ତାହା ଅନେକ ରୋଗକୁ ବଞ୍ଚାଇ ଥାଏ । ରସୁଣ ପିଆଜ ପ୍ରତ୍ୟେକ ଦିନ ଖାଇଲେ ଅନେକ ରୋଗରୁ ମୁକ୍ତି ମିଳିଥାଏ । କିନ୍ତୁ ବାର ବ୍ରତ ପୂଜା କରିବା ଦିନ ପିଆଜ ଖାଇବା ଉଚିତ ନୁହେଁ କାରଣ ତାହା ଦ୍ୱାରା ଶରୀରରେ କ୍ରୋଧ ଆସିଥାଏ । ଏହା ତାମସିକ ପଦାର୍ଥ ଅଟେ । ତନ୍ତ୍ର କ୍ରିୟାରେ ରସୁଣର ପ୍ରୟୋଗ ହୋଇଥାଏ । ରାହୁଙ୍କ ରକ୍ତରୁ ତାହା ସୃଷ୍ଟି ହୋଇଥିବାରୁ ତାହା ନକରାତ୍ମକ ଶକ୍ତିକୁ ନାଶ କରିଥାଏ ।

ରସୁଣରେ ଅନେକ ଦୈବୀକ ଶକ୍ତି ରହିଛି । ଆଜିକାର ଲେଖାରେ ଆମେ ରସୁଣର କିଛି ଚମତ୍କାରୀ ଉପାୟ ବିଷୟରେ କହିବୁ , ଯାହାକୁ କରିବା ଦ୍ୱାରା ଦାରିଦ୍ର୍ୟତା ଏବଂ ନିର୍ଧନତା ଦୂର ହୋଇଯିବ । ଆପଣ ଯଦି ପକେଟରେ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ରସୁଣ ପାଖୁଡ଼ା ରଖିବା ଆରମ୍ଭ କରି ଦିଅନ୍ତି ତେବେ ତାହାର ବାସ୍ନାରେ ନକରାତ୍ମକ ଆତ୍ମା କିମ୍ବା ଶକ୍ତି ଆଉ ପାଖକୁ ଆସିବ ନାହିଁ । ନକରାତ୍ମକ ଶକ୍ତିର ପ୍ରଭାବରେ ଧନର ନାଶ ହୋଇଥାଏ । ତେଣୁ ଏବେ ଠାରୁ ପକେଟ କିମ୍ବା ପର୍ସରେ ଗୋଟିଏ ରସୁଣ ପାଖୁଡ଼ା ରଖିବା ଆରମ୍ଭ କରି ଦିଅନ୍ତୁ । ଏଥିରେ କୌଣସି ମନ୍ତ୍ର ତନ୍ତ୍ରର ଆବଶ୍ୟକତା ନାହିଁ ।

କିନ୍ତୁ ଏହାଦ୍ବାରା ଅତିରିକ୍ତ ଅର୍ଥ ଖର୍ଚ୍ଚରୁ ମୁକ୍ତି ମିଳିଥାଏ । ଯଦି ଆପଣ ରସୁଣ ପାଖୁଡ଼ାକୁ ପାପଛ ତଳେ ରଖନ୍ତି ତେବେ ଘରୁ ରୋଗ ଏବଂ ନକରାତ୍ମକତା ଦୂରେଇ ଯିବ । ଯାହାଦ୍ୱାରା ଘର ଉପରେ କୌଣସି ଖରାପ ପ୍ରଭାବ ପଡ଼ିବାକୁ ଦିଏ ନାହିଁ । ଖରାପ ସ୍ୱପ୍ନ ଆସିବା ଭଳି ସମସ୍ୟା ଥିଲେ ତକିଆ ତଳେ ଏକ ରସୁଣ ପାଖୁଡ଼ା ରଖି ଦିଅନ୍ତୁ । ଆପଣଙ୍କୁ ଖରାପ ସ୍ୱପ୍ନ ଆସୁଥିଲେ ତାହା ବନ୍ଦ ହୋଇଯିବ । ଯଦି ଆପଣ ପର୍ସରେ କିମ୍ବା ପକେଟରେ ଶହେ ଟଙ୍କାର ନୋଟ ସହିତ ଗୋଟିଏ ରସୁଣ ପାଖୁଡ଼ା ରଖନ୍ତି ତେବେ ସବୁ ଦିଗରୁ ଧନ ପ୍ରାପ୍ତିର ମାର୍ଗ ଖୋଲିଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *