Excuse Me Odisha

ଯାହା କହିବୁ ସତ କହିବୁ

୧୪ ବର୍ଷ ପର୍ଯ୍ୟନ୍ତ କଣ କରିଥିଲେ ଉର୍ମିଳା । ଜାଣନ୍ତୁ ଉର୍ମିଳାଙ୍କ ବାସ୍ତବତା ।

ସେୟାର୍ କରନ୍ତୁ

ରାମାୟଣ ଏବଂ ମହାଭାରତ କଥା ଏତେ ପବିତ୍ର ଏବଂ ମହତ୍ତ୍ୱପୂର୍ଣ୍ଣ କଥା ଯେ ସେଥିରେ ଥିବା ବିଭିନ୍ନ ଚରିତ୍ରର ଏକ ଭିନ୍ନ ଭିନ୍ନ କାହାଣୀ ରହିଛି । ଆଜିକାର ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଯେତେବେଳେ ରାମାୟଣରେ ରାମଚନ୍ଦ୍ର ସୀତା ଏବଂ ଲକ୍ଷ୍ମଣ ବନବାସରେ ଯାଇଥିଲେ ସେତେବେଳେ ଉର୍ମିଳା ୧୪ ବର୍ଷ ପର୍ଯ୍ୟନ୍ତ କଣ କରିଥିଲେ । ପୌରାଣିକ କଥା ଅନୁଯାୟୀ ମିଥିଳାର ରାଜା ଜନକ ଏବଂ ରାଣୀ ସୁନୟନାଙ୍କ ପୁତ୍ରୀ ଉର୍ମିଳା ନାଗ ଲକ୍ଷ୍ମୀଙ୍କ ଅବତାର ଥିଲେ । ତାଙ୍କର ଦୁଇ ସନ୍ତାନ ଅଙ୍ଗଦ ଏବଂ ଚନ୍ଦ୍ରକେତୁ ମଧ୍ୟ ଥିଲେ । ରାମଚନ୍ଦ୍ର ସ୍ତ୍ରୀ ଏବଂ ଲକ୍ଷ୍ମଣ ବନବାସ ଯିବା ସମୟରେ ଉର୍ମିଳା ମଧ୍ୟ ତାଙ୍କ ସ୍ୱାମୀ ଲକ୍ଷ୍ମଣଙ୍କ ସହିତ ବନବାସ ଯିବାକୁ ଚାହୁଁଥିଲେ ।

କିନ୍ତୁ ଅସୁସ୍ଥ ବାପା ମା’ ଙ୍କ ସେବା କରିବାକୁ ଲକ୍ଷ୍ମଣ ଉର୍ମିଳାଙ୍କୁ ରହିବାକୁ କହିଲେ । ତେବେ ପ୍ରଶ୍ନ ଯେ ସେହି ୧୪ ବର୍ଷ ଉର୍ମିଳା ନିଜ ସ୍ୱାମୀ ଲକ୍ଷ୍ମଣଙ୍କ ଠାରୁ ଦୂରରେ ରହି କଣ କରୁଥିଲେ । କଥା ଅନୁଯାୟୀ ଯେତେବେଳେ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଜନ୍ମ ହେଲେ ସେତେବେଳେ ଲକ୍ଷ୍ମଣ କାନ୍ଦିବା ବନ୍ଦ କରୁ ନଥିଲେ । ଯେତେବେଳେ ତାଙ୍କୁ ରାମଚନ୍ଦ୍ରଙ୍କ ପାଖରେ ଶୁଆଇ ଦିଆଗଲା ସେତେବେଳେ ସେ କାନ୍ଦିବା ବନ୍ଦ କରିଥିଲେ । ସେହିଠାରୁ ସେ ସେ ସବୁବେଳେ ରାମଚନ୍ଦ୍ରଙ୍କ ପାଖେ ପାଖେ ରହନ୍ତି । ତେଣୁ ରାମଚନ୍ଦ୍ରଙ୍କ ବନବାସ ଅପେକ୍ଷା ଲକ୍ଷ୍ମଣଙ୍କ ବନବାସ ଅଧିକ ମହାନ ବୋଲି କୁହାଯାଏ । ଯେତେବେଳେ ଲକ୍ଷ୍ମଣ ଉର୍ମିଳାଙ୍କୁ ଯିବାକୁ ମନା କଲେ ସେହି ସମୟ ତାଙ୍କ ପାଇଁ ଖୁବ କଠିନ ଥିଲା ।

ସେତେବେଳେ ସେ ତାଙ୍କୁ କେବେ କାନ୍ଦିବାକୁ ମନା ମଧ୍ୟ କରିଥିଲେ । କାରଣ ସେ ଯଦି କାନ୍ଦନ୍ତି ତେବେ ସେ ଦୁଃଖରେ ବୁଡ଼ି ରହିବେ ଏବଂ ନିଜ ପରିଜନଙ୍କର ଯତ୍ନ ନେଇ ପାରିବେ ନାହିଁ । ବନବାସ ଯିବା ପରେ ରାଜା ଜନକ ଉର୍ମିଳାଙ୍କ ପାଖକୁ ଆସି ତାକୁ ବାପ ଘରକୁ ଯିବାକୁ ଅନୁରୋଧ କଲେ । ଉର୍ମିଳା ମନା କରିଦେଲେ କାରଣ ଜଣେ ପତିବ୍ରତା ହିସାବରେ ତାଙ୍କୁ ତାଙ୍କ ସ୍ୱାମୀଙ୍କ ଆଜ୍ଞା ପାଳନ କରିବାର ଅଛି । ବନବାସରେ ଯେତେବେଳେ ରାମଚନ୍ଦ୍ର ଏବଂ ସୀତା କୁଟୀର ଭିତରେ ଶୋଇଥିଲେ ଲକ୍ଷ୍ମଣ ବାହାରେ ପହରା ଦେଉଥିଲେ । ସେତେବେଳେ ନିଦ୍ରା ଦେବୀ ପ୍ରକଟ ହେବାରୁ ଲକ୍ଷ୍ମଣ ତାଙ୍କୁ ୧୪ ବର୍ଷ ନିଦ୍ରାରୁ ବିରତ ରହିବାର ବର ମାଗିଲେ । ନିଦ୍ରା ଦେବୀ ବର ଦାନ ଦେଲେ କିନ୍ତୁ ତାଙ୍କ ଭାଗର ନିଦ୍ରା ତାଙ୍କର ନିଜ ଲୋକ ଉର୍ମିଳାଙ୍କୁ ଦେଲେ ।

ଯେଉଁ କାରଣରୁ ଉର୍ମିଳା ୧୪ ବର୍ଷ ପର୍ଯ୍ୟନ୍ତ ଶୋଇ ରହିଥିଲେ । ବନବାସ ପରେ ଯେତେବେଳେ ରାମଚନ୍ଦ୍ରଙ୍କ ରାଜ୍ୟଭିଷେକ ଚାଲିଥିଲା ସେତେବେଳେ ମଧ୍ୟ ଉର୍ମିଳା ଶୋଇଥିବାର ଦେଖି ଲକ୍ଷ୍ମଣ ହସିଲେ ଏବଂ କହିଲେ ଯେ ଯେତେବେଳେ ସେ ଉବାସ ନେବେ ସେତେବେଳେ ଯାଇ ଉର୍ମିଳା ଉଠିବେ । ଏହା ଶୁଣି ସେଠାରେ ଥିବା ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ ଏବଂ ଉର୍ମିଳା ଆହତ ହୋଇ ସେଠାରୁ ଚାଲିଗଲେ । ଆଉ ଏକ ଆଶ୍ଚର୍ଯ୍ୟ ଜନକ କଥା ଯେ ବନବାସ ପରେ ଯେତେବେଳେ ଲକ୍ଷ୍ମଣ ଫେରିଲେ ଉର୍ମିଳା ତାଙ୍କୁ ଚିହ୍ନି ପାରି ନଥିଲେ କାରଣ ସେ ୧୪ ବର୍ଷ ପର୍ଯ୍ୟନ୍ତ ଶୋଇ ରହିଥିଲେ । ତେବେ ଫେରିବା ପରେ ତାଙ୍କୁ ପୁଣି ଶୋଇବାକୁ ପଡ଼ିବ ସେଥିପାଇଁ ସେ ହସିଥିଲେ କାରଣ ସେ ରାମଚନ୍ଦ୍ରଙ୍କ ରାଜ ତିଳକ ଦେଖି ପାରିବେ ନାହିଁ ।

ଉର୍ମିଳାଙ୍କ ପତିବ୍ରତା ବଳ ଅନ୍ୟ ଉପାୟରେ ମଧ୍ୟ ଲକ୍ଷ୍ମଣଙ୍କ ବିଜୟର କାରଣ ହୋଇଥିଲା । ମେଘନାଦଙ୍କ ବଧ ପରେ ତାଙ୍କ ମୁଣ୍ଡ ରାମଚନ୍ଦ୍ରଙ୍କ ଯୁଦ୍ଧ ଶିବିର ଉପରେ ରଖାଗଲା । ତାହାକୁ ମେଘନାଦଙ୍କ ସ୍ତ୍ରୀ ସୁଲୋଚନା ଦିଦି ନେବାକୁ ଆସିଲେ । ଏହାଦେଖି ସୁଲୋଚନା ଲକ୍ଷ୍ମଣଙ୍କୁ କହିଲେ ଯେ ସେ ଚିନ୍ତା କରିବାର ଆବଶ୍ୟକତା ନାହିଁ କାରଣ ମେଘନାଦଙ୍କୁ ବଧ କରିବାର କ୍ଷମତା କାହା ପାଖରେ ନଥିଲା । ତାହା ଜଣେ ପତିବ୍ରତା ନାରୀର ଶକ୍ତି କାରଣରୁ ହୋଇଛି । ପୁଣି ଉର୍ମିଳା ଯଦି ୧୪ ବର୍ଷ ଶୋଇଥିଲେ ତେବେ ପରିଜନଙ୍କ ସେବା କିପରି କରୁଥିଲେ । ତେବେ ତାହାର ଅର୍ଥ ଯେ ମାତା ସୀତା ଉର୍ମିଳାଙ୍କୁ ବର ଦେଇଥିଲେ ଯେ ସେ ଏକା ସାଥିରେ ତିନୋଟି କାମ କରି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *