Excuse Me Odisha

ଯାହା କହିବୁ ସତ କହିବୁ

ରାବଣ ମହିଳାଙ୍କ ବିଷୟରେ କହିଥିଲେ ଆଠଟି ଗୁଣ । ଖରାପ ହେଲେବି ସତ ।

ସେୟାର୍ କରନ୍ତୁ

ରାବଣ ମରିବା ସମୟରେ ମହିଳାଙ୍କ ବିଷୟରେ ଆଠଟି ଖରାପ କଥା କହିଥିଲେ , ଯାହା ଆଜି ସତ ହେଉଛି । ରାବଣକୁ କେହିବି ପସନ୍ଦ କରନ୍ତି ନାହିଁ କିନ୍ତୁ ରାବଣକୁ ପୁରା ବ୍ରହ୍ମାଣ୍ଡର ଜ୍ଞାନୀ ମଧ୍ୟ କୁହାଯାଏ । ରାବଣ ମହାଦେବଙ୍କର ସବୁଠାରୁ ବଡ଼ ଭକ୍ତ ଥିଲେ । କିନ୍ତୁ ରାବଣର ଭୁଲ ଥିଲା ଯେ ଯେଉଁ ମାତା ସୀତାଙ୍କୁ ଅପହରଣ କରି ଆଣି ସେ ରାଣୀ ବନାଇବାକୁ ଚାହୁଁଥିଲା ସେ ଅଯୋଧ୍ୟାର ରାଜା ଦଶରଥଙ୍କ ପୁତ୍ର ବଧୂ ଥିଲେ । ତେଣୁ ତାଙ୍କୁ ଅପହରଣ କରିବାର ଦଣ୍ଡ ଥିଲା ଜୀବନ । କିନ୍ତୁ ରାବଣର କିଛି ଭଲ ଗୁଣ ଥିଲା ଏବଂ ନିଜ ମୃତ୍ୟୁ ସମୟରେ ସେ ମହିଳାଙ୍କର ଆଠଟି ଖରାପ ଗୁଣ ବିଷୟରେ କହିଥିଲା ।

ଯେତେବେଳେ ରାବଣ ମାତା ସୀତାଙ୍କୁ ଅପହରଣ କରି ଆଣିଲେ ସେତେବେଳେ ମନ୍ଦଦୋରି ତାଙ୍କୁ କହିଲେ ଯେ ସୀତା ପତିବ୍ରତା ସ୍ତ୍ରୀ ତେଣୁ ତାଙ୍କୁ ଏଭଳି ଆଣିବା ଉଚିତ ହୋଇନାହିଁ । ଏହା ଶୁଣି ରାବଣ ମହିଳାଙ୍କର କିଛି ଖରାପ ଗୁଣ ବିଷୟରେ କହିଥିଲେ । ସେ କହିଥିଲେ ଯେ ମହିଳା ମାନେ ସାହସୀ ହୋଇଥାନ୍ତି କିନ୍ତୁ ସେମାନେ ଯେତେବେଳେ ଆବଶ୍ୟକ ସେହି ସାହାସିକତାକୁ ଅବଗୁଣ ଆକାରରେ କରିଥାନ୍ତି । ଅନେକ ସମୟରେ ସାହସୀ ହେବା କାରଣରୁ ଏଭଳି କାମ କରି ଯାଆନ୍ତି ଯାହାଦ୍ୱାରା ସେମାନଙ୍କୁ ଏବଂ ସେମାନଙ୍କ ପରିବାରକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।

ଯେତେବେଳେ ମନ୍ଦଦୋରି ଭୟଭୀତ ହୋଇ ଯାଇଥିଲେ ସେତେବେଳେ ସେ ଲଙ୍କା ପତି ରାବଣର ସ୍ତ୍ରୀ ହୋଇ ଏଭଳି ଭୟଭୀତ ହେବା ଉଚିତ ନୁହେଁ ବୋଲି କହିଥିଲେ । ରାବଣ ଅନୁଯାୟୀ ମହିଳା ମାନେ ଖୁବ କୋମଳ ସ୍ୱଭାବର ହୋଇଥାନ୍ତି । ଯେଉଁ କାରଣରୁ ସେମାନେ କେବେ କେବେ ବିନା କାରଣରେ ଭୟଭୀତ ହୋଇ ଯାଆନ୍ତି । ସେହି ଭୟରୁ ବର୍ତ୍ତିବା ପାଇଁ ସେମାନେ କିଛିବି କରି ପାରନ୍ତି । ଅନେକ ସମୟରେ ଏହି କାରଣରୁ ସେମାନେ ବଡ଼ ସମସ୍ୟାରେ ଫସି ଯାଆନ୍ତି । ଯାହାଦ୍ୱାରା ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ତୃତୀୟ କଥା ଯେ ମହିଳା ମାନେ ବହୁତ ମିଛ କହନ୍ତି । ଏମିତିକି ଗୋଟିଏ ଭୁଲକୁ ଲୁଚାଇବା ପାଇଁ ଯଦି ହଜାରେ ମିଛ କହିବାକୁ ପଡ଼େ ତାହା ମଧ୍ୟ କରନ୍ତି ।

ଚତୁର୍ଥ ଅବଗୁଣ ଏହା ଯେ ମହିଳା ମାନେ ଖୁବ ସ୍ବାର୍ଥୀ ହୋଇଥାନ୍ତି ଏବଂ ସେମାନେ ନିଜର ସ୍ୱାର୍ଥ ପୂରଣ କରିବାକୁ କିଛିବି କରି ପାରନ୍ତି । ମହିଳା ମାନେ ନିଜ ଲୋଭ କାରଣରୁ କାହାକୁବି ଫସାଇ ପାରନ୍ତି । ରାବଣ ଅନୁଯାୟୀ ଯେତେବେଳେ ମହିଳାଙ୍କ କଥା କହିବା ଢ଼ଙ୍ଗରେ ପରିବର୍ତ୍ତନ ଆସିଯାଏ ସେତେବେଳେ ବିଶେଷ କରି ତାଙ୍କ ଠାରୁ ସତର୍କ ହେବା ଉଚିତ । ଏହି କଥା ରାବଣ ନିଜର ଅନ୍ତିମ ସମୟ ବେଳେ ଯେତେବେଳେ ଲକ୍ଷ୍ମଣ ପାଖରେ ଛିଡ଼ା ହୋଇଥିଲେ ସେହି ସମୟରେ କହିଥିଲେ । ମହିଳାଙ୍କ ମନରେ କଣ କଥା ଚାଲିଥାଏ ତାହା ଜାଣିବା କାହାରି ପକ୍ଷରେ ସମ୍ଭବ ହୋଇ ନଥାଏ । ନିଜ ଚଞ୍ଚଳ ସ୍ୱଭାବ କାରଣରୁ ମହିଳା ମାନେ ନିଜ ଆଖିରେ ହିଁ କାହାରିବି ମନ ମୋହି ନେଇ ପାରନ୍ତି । ତେଣୁ ଏହା ଠାରୁ ସମସ୍ତଙ୍କୁ ବର୍ତ୍ତିବା ଉଚିତ କାରଣ ଏହା ସବୁଠାରୁ ବଡ଼ ଅବଗୁଣ ଅଟେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *