Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ କାଉ ଆସିଲେ ମିଳିଥାଏ ୧୦ ଟି ସଙ୍କେତ । ଜାଣନ୍ତୁ କାହିଁକି ।

ସେୟାର୍ କରନ୍ତୁ

ଆଜି ଆମେ ଆପଣଙ୍କୁ କାଉ ଦେଉଥିବା କିଛି ଏପରି ଖାସ ୧୦ ଟି ଶୁଭ ସଙ୍କେତ ବିଷୟରେ । ଯାହା ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଯଦି ଆପଣ ସେହିସବୁ ସଙ୍କେତ ବିଷୟରେ ଜାଣି ନିଅନ୍ତି ତେବେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ସାଧରଣତଃ କାଉ ଅନେକ ପ୍ରକାରର ସଙ୍କେତ ଦେଇଥାଏ । କିନ୍ତୁ ତାହାକୁ ଲୋକେ ଅଣଦେଖା କରି ଦିଅନ୍ତି । ତେଣୁ ଚାଲନ୍ତୁ ସେହି ୧୦ ସଙ୍କେତ ବିଷୟରେ ଜାଣିବା ।

୧ . ଯଦି ଆପଣ ଘରୁ କୁଆଡ଼େ ଯାତ୍ରା କରୁଛନ୍ତି କିମ୍ବା କୌଣସି ଶୁଭ କାର୍ଯ୍ୟ ନିମନ୍ତେ ଯାଉଛନ୍ତି କିମ୍ବା କୌଣସିବି କାମରେ ଯାଉଛନ୍ତି ଏବଂ ସେହି ସମୟରେ ଯଦି କାଉ ଆସି ଘର ପାଖରେ ବସି ରାବିବା ଆରମ୍ଭ କରିଦିଏ ତେବେ ବୁଝି ଯାଆନ୍ତୁ ଯେ ଆପଣ ଯେଉଁ କାମରେ ଯାଉଛନ୍ତି ସେଥିରେ ନିଶ୍ଚୟ ସଫଳ ହେବେ । କାଉ ଏହି ସମୟରେ ଶୁଭ ସଙ୍କେତ ଦେଇଥାଏ ।

୨ . ଯଦି ଗୋଟିଏ କାଉ ମରିଯାଏ ତେବେ କାଉ ଦଳ ଭାବରେ ଦେଖିବାକୁ ମିଳିଥାଏ । କିନ୍ତୁ ଏଭଳି ଦଳ ନୁହେଁ ବରଂ ଯେତେବେଳେ ବିନା କାରଣରେ ହିଁ କାଉ ଦଳ ଆପଣ ଉଡ଼ୁଥିବାର କିମ୍ବା ଏକାଠି ହୋଇଥିବାର ଦେଖନ୍ତି ତେବେ ଏହା ଶୁଭ ସଙ୍କେତ ହୋଇଥାଏ । ଏହାର ଅର୍ଥ ଆଗକୁ ଆସୁଥିବା ବିପଦ ବିଷୟରେ କାଉ ପୂର୍ବରୁ ହିଁ ଆପଣଙ୍କୁ ଅବଗତ କରାଉଛି ।

୩ . ଯଦି ଆପଣ ଦକ୍ଷିଣ ଦିଗରେ କାଉକୁ ରାବୁ ଥିବାର ଦେଖନ୍ତି ତେବେ ଏହା ଆପଣଙ୍କ ଜୀବନରେ ଅନେକ ଉନ୍ନତି ନେଇ ଆସିବ । ଆପଣଙ୍କ ଜୀବନରେ କୌଣସିବି କଷ୍ଟ ତାହା ଦୂର ହୋଇଯିବ । ଆପଣଙ୍କ ଘରର ଦକ୍ଷିଣ ଦିଗରୁ କାଉ ଏଭଳି ରାବିଲେ ବୁଝି ଯାଆନ୍ତୁ ଯେ ଆପଣଙ୍କ ଜୀବନାରେ ଆସିବାକୁ ଯାଉଥିବା ସମସ୍ୟା ଦୂର ହୋଇଯିବ ।

୪ . ସାଧାରଣତଃ କାଉ ଖୁବ ଚାଲାକ ପକ୍ଷୀ ହୋଇଥାଏ । କିନ୍ତୁ ଯଦି କାଉ ମଣିଷ ଶରୀରରେ ଆସି ବସେ ତେବେ ତାହା ଏକ ଶୁଭ ସଙ୍କେତ ହୋଇଥାଏ । ଯେତେବେଳେ ମନୁଷ୍ୟ ଶରୀରରେ କୌଣସି ପୋଜିଟିଭ ଏନର୍ଜୀ ଥାଏ ସେତେବେଳେ ହିଁ କାଉ ବସିଥାଏ ।

୫ . ଯଦି ଆପଣ କାଉକୁ ରୋଟି ଦେଉଛନ୍ତି କିମ୍ବା କାଉକୁ ରୁଟି ଖାଉଥିବାର ଦେଖୁଛନ୍ତି ତେବେ ତାହା ମଧ୍ୟ ଶୁଭ ସଙ୍କେତ ଅଟେ । ଏହାର ଅର୍ଥ ଆପଣଙ୍କ ଜୀବନରେ ଧନର ବର୍ଷା ହେବାକୁ ଯାଉଛି । ଆପଣଙ୍କ ଜୀବନରେ ଥିବା କୌଣସିବି ସମସ୍ୟା ଦୂର ହୋଇଯିବ ଏବଂ ସବୁ ପ୍ରକାରର କରଜ ମଧ୍ୟ ଦୂର ହୋଇଯିବ ।

୬ . ଯଦି କାଉ ଆପଣଙ୍କ ଘରେ ଅଣ୍ଡା ଦେଉଛି ତେବେ ଏହାଠାରୁ ଆଉ ଶୁଭ କିଛି ନାହିଁ । କାଉ ସବୁବେଳେ ସେହି ସ୍ଥାନରେ ଅଣ୍ଡା ଦେଇଥାଏ , ଯେଉଁ ସ୍ଥାନରେ ବହୁତ ପୋଜିଟିଭ ଏନର୍ଜୀ ରହିଥାଏ । ତେଣୁ ବୁଝି ଯାଆନ୍ତୁ ଯେ ଆପଣଙ୍କ ଘରେ ବହୁତ ସୁଖଦ ଜୀବନ ବଞ୍ଚିବେ ।

୭ . ଯଦି କାଉ ଆପଣଙ୍କ ଘରର ଛାତ ଉପରକୁ ଆସି ପାଣି ପିଉଛି ତେବେ ଆପଣଙ୍କ ଘରେ ଧନର ବର୍ଷା ହେବ । ଆପଣଙ୍କୁ କୋଟିପତି ହେବାରୁ କେହିବି ଅଟକାଇ ପାରିବେ ନାହିଁ । ତେଣୁ ଛାତ ଉପରେ ସବୁବେଳେ ଏକ ପାତ୍ରରେ ପାଣି ରଖନ୍ତୁ । ଯାହାଦ୍ୱାରା କାଉ ଆପଣଙ୍କ ଛାତକୁ ଆସି ପାଣି ପିଇପାରିବ । ଏହାଦ୍ବାରା ସବୁ କରଜ ଏବଂ କଷ୍ଟ ଦୂର ହୋଇଯିବ ।

୮ . ଉଦାସ ଅବସ୍ଥାରେ କାଉ ଯଦି ଆପଣଙ୍କ ଘର ଆଗରେ ଆସି ଚିତ୍କାର କରୁଛି ତେବେ ଏହା ଆପଣଙ୍କ ଘରେ କୌଣସି ବଡ଼ ଘଟଣା ହେବାର ସଙ୍କେତ ଦେଇଥାଏ । ଏଭଳି ପରିସ୍ଥିତିରେ ଶନି ଦେବଙ୍କ ମନ୍ଦିର ଯାଇ ଦୀପ ଜଳାନ୍ତୁ ।

୯ . ଯଦି ଆପଣଙ୍କ ଘରେ ଯୋଡ଼ି ହୋଇ କାଉ ଦେଖିବାକୁ ମିଳେ ତେବେ ତାହା ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦ ଦିନ ହୋଇଥାଏ । ଆପଣଙ୍କ ଘରକୁ ବହୁତ ଜଲଦି ଖୁସି ଆସିବାକୁ ଯାଉଛି । ଆପଣଙ୍କ ଘରେ କେହି ସଦସ୍ୟଙ୍କ ବିବାହ ହେବାକୁ ଯାଉଛି ।

୧୦ . ଉତ୍ତର କିମ୍ବା ପୂର୍ବ ଦିଗରୁ କାଉ ରାବୁ ଥିବାର ଦେଖିଲେ ତେବେ ଏହାର ଅର୍ଥ ଆପକଙ୍କ ଘରକୁ ଅତିଥି ଆସିବାର ଅଛି ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *