Excuse Me Odisha

ଯାହା କହିବୁ ସତ କହିବୁ

ରାତିରେ ଏଭଳି ପୋଷାକ ପିନ୍ଧି କେବେ ଶୋଇବା ଉଚିତ ନୁହେଁ । ନଚେତ କମ ବୟସରେ ହୋଇଯାଏ ମୃତ୍ୟୁ ।

ସେୟାର୍ କରନ୍ତୁ

ହଠାତ କୌଣସି ସମୟରେ ମନୁଷ୍ୟକୁ ନିଜ ଜୀବନରେ ଘଟୁଥିବା ସବୁ ଘଟଣା ନକରାତ୍ମକ ବୋଲି ପ୍ରତୀତ ହୋଇଥାଏ । ତେବେ ଏଭଳି ଘଟଣା ଘଟିଲେ ଏହାର କାରଣ ସେଇ ମନୁଷ୍ୟ ମଧ୍ୟ ହୋଇପାରେ । ବାସ୍ତୁ ଶାସ୍ତ୍ରରେ ଏହିସବୁ ଘଟଣାର କାରଣ ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ତାହାର ନିବାରଣ ପାଇଁ ଉପାୟ ବିଷୟରେ ମଧ୍ୟ କୁହାଯାଇଛି । ଘରେ ଥିବା ପ୍ରତ୍ୟେକ ଜିନିଷ ଏବଂ ତାହାକୁ ଆପଣ ବ୍ୟବହାର କରୁଥିବା ପ୍ରକାର ଅନୁଯାୟୀ ତାହା ମଧ୍ୟ ଜୀବନ ଉପରେ କିଛି ଭଲ ଏବଂ ଖରାପ ପ୍ରଭାବ ପକାଇଥାଏ । ଯଦି ଆପଣ ବାସ୍ତୁ ଶାସ୍ତ୍ରର ନିୟମ ବିଷୟରେ ଜାଣିବେ ତେବେ ଆପଣଙ୍କ ଦ୍ୱାରା କରାଯାଇଥିବା କୌଣସି କାର୍ଯ୍ୟ ବିଫଳ ହେବନାହିଁ ।

ଦିନ ସାରା ବାହାରେ କାମ କରି ଅପରିଷ୍କାର ପୋଷାକ ସହିତ ଆପଣ ଅନେକ ନକରାତ୍ମକତା ନେଇ ଘରକୁ ଆସନ୍ତି । ତାହାକୁ ଯଦି ଆପଣ ଭୁଲ ଦିଗରେ ରଖିବା ସହିତ ପୁଣିଥରେ ଧାରଣ କରନ୍ତି ତେବେ ତାହାର ଖରାପ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡ଼ିବ । ତେଣୁ ସେଥିରୁ ବର୍ତ୍ତିବା ପାଇଁ କିଛି ବାସ୍ତୁ ଶାସ୍ତ୍ରର ନିୟମ ମାନନ୍ତୁ । ମନୁଷ୍ୟ ଧାରଣ କରୁଥିବା ପୋଷାକ ମନୁଷ୍ୟର ବ୍ୟକ୍ତିତ୍ୱ ବିଷୟରେ ଅନେକ କିଛି କହିଥାଏ । ପୋଷାକରୁ ମନୁଷ୍ୟର ସ୍ଵଭାବ ବିଷୟରେ ଅନୁମାନ କରି ହୁଏ । ଶାସ୍ତ୍ର ଅନୁଯାୟୀ ଚିରା ଫଟା ପୋଷାକ ମନୁଷ୍ୟ ଜୀବନ ଉପରେ ଖରାପ ପ୍ରଭାବ ପକାଇ ଥାଏ । ଚିରା ଏବଂ ଫଟା ପୋଷାକ ଶୁକ୍ର ଗ୍ରହକୁ ପ୍ରଭାବିତ କରିଥାଏ ଏବଂ ଅନେକ ରୋଗ ସୃଷ୍ଟି କରିଥାଏ । ତେଣୁ ସବୁବେଳେ ଭଲ ଏବଂ ଚିରି ନଥିବା ପୋଷାକ ଧାରଣ କରନ୍ତୁ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ କୌଣସି ପୋଷାକ ବୁଣିବା ସମୟରେ , ତାହା ଉପରେ ବୁଧ ଗ୍ରହ ନିଜର ଆଧିପତ୍ୟ ରଖିଥାଏ । ଯେତେବେଳେ ସେହି ସବୁ ସୂତାକୁ ଏକତ୍ର କରି ପୋଷାକ ତିଆରି କରାଯାଏ , ସେତେବେଳେ ତାହା ଶୁକ୍ର ଶ୍ରେଣୀରେ ଆସିଯାଏ । ଯେତେବେଳେ ତାହାକୁ ସେଲେଇ ପାଇଁ କଟା ଯାଏ , ସେତେବେଳେ କଇଁଚିର ବ୍ୟବହାର କରାଯାଏ । କଇଁଚି ମଙ୍ଗଳ ଗ୍ରହର ପ୍ରତୀକ ମାନା ଯାଇଥାଏ । ଏହାପରେ ଚନ୍ଦ୍ର ରୂପୀ ଛୁଞ୍ଚିରେ ତାହାକି ସିଲେଇ କରାଯାଏ । ପୋଷାକ ଯେତେବେଳେ ତିଆରି ହୋଇ ପିନ୍ଧିବା ଯୋଗ୍ୟ ହୋଇଯାଏ , ସେତେବେଳେ ତାହା ଶନିଙ୍କ ପ୍ରତୀକ ହୋଇଯାଏ । ମାତ୍ର ମଇଳା କପଡ଼ା ପିନ୍ଧିବା ଦ୍ୱାରା ଏହି ସବୁ ଗ୍ରହ ଜନିତ ଦୋଷର ସମ୍ମୁଖୀନ ହେବାକୁ ପଡ଼ିଥାଏ । କୌଣସି ଶୁଭ କାର୍ଯ୍ୟ କିମ୍ବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବାକୁ ଯିବା ପୂର୍ବରୁ ଛିଡ଼ା ପୋଷାକ ଆଦୋୖ ପିନ୍ଧନ୍ତୁ ନାହିଁ ।

ଶାସ୍ତ୍ର ଅନୁସାରେ ଶନିବାର ଦିନ ନୂଆ ପୋଷାକ ଧାରଣ କରିବା ଉଚିତ ନୁହେଁ । ନୂଆ ପୋଷାକ ସୋମବାର , ବୁଧବାର ଏବଂ ଶୁକ୍ରବାର ଧାରଣ କରି ପାରିବେ । ରାତି ସମୟରେ ନୂଆ ପୋଷାକକୁ ବାହାରେ ଛାଡ଼ିବା ଉଚିତ ନୁହେଁ । ବାହାରୁ ଆସିଲେ ପିନ୍ଧିଥିବା ପୋଷାକକୁ ବାହାର କରି ଦକ୍ଷିଣ କିମ୍ବା ଦକ୍ଷିଣ ପୂର୍ବ ଦିଗରେ ରଖନ୍ତୁ ନାହିଁ । ଯାହାଦ୍ୱାରା ଘରେ କଳହ , କ୍ଳେଶ , ଧନ ହାନୀ ଏବଂ ରୋଗ ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଏହାଦ୍ବାରା ରାହୁ ଦୋଷ ଲାଗିଥାଏ ଏବଂ ଘରକୁ ଦାରିଦ୍ର୍ୟତା ଆସିଥାଏ । ତେଣୁ ମଇଳା ପୋଷାକକୁ ସର୍ବଦା ପଶ୍ଚିମ କିମ୍ବା ଉତ୍ତର ଦିଗରେ ରଖିବା ଉଚିତ । ମଇଳା ପୋଷାକକୁ କେବେ ରାତିରେ ଧୋଇବା ଉଚିତ ନୁହେଁ । ପୋଷକକୁ ସର୍ବଦା ସୂର୍ଯ୍ୟ କିରଣରେ ଶୁଖାଇବା ଉଚିତ । ଯାହାଦ୍ୱାରା ନକରାତ୍ମକତା ସୂର୍ଯ୍ୟ କିରଣରେ ନଷ୍ଟ ହୋଇଥାଏ । ଏହାବ୍ୟତୀତ ପୋଷାକରେ ଥିବା ଜୀବାଣୁ ଏବଂ ଖରାପ ନଜର ମଧ୍ୟ ନଷ୍ଟ ହୋଇଯାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *