Excuse Me Odisha

ଯାହା କହିବୁ ସତ କହିବୁ

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଭୁଲରେବି ଏହି ଦିଗରେ ବନାନ୍ତୁ ନାହିଁ ରୋଷେଇ ଘର ।

ସେୟାର୍ କରନ୍ତୁ

ବାସ୍ତୁ ଶାସ୍ତ୍ର ଭାରତର ପ୍ରାଚୀନ ଗ୍ରନ୍ଥ ଅଟେ । ଯେଉଁଥିରେ ଘରର ନିର୍ମାଣ ଏବଂ ତାହାର ଉପଯୁକ୍ତ ସ୍ଥାପନର ସ୍ଥାନ ବିଷୟରେ ବର୍ଣ୍ଣନା କରାଯାଇଛି । ଦିଗ ଅନୁଯାୟୀ ଆକାଶ ଏବଂ ପାତାଳକୁ ମିଶଇ ଦେଲେ ମୋଟ ୧୦ଟି ଦିଗ ରହିଛି ।ସେମଧ୍ୟରୁ ଚାରୀଟି ମୁଖ୍ୟଦିଗ ଏବଂ ତାହା ବ୍ୟତୀତ ଐଶାନ୍ୟ , ଅଗ୍ନି , ନୈରୁତ୍ୱ ଏବଂ ବୟୁ ମଧ୍ୟ ରହିଛି । ଏହି ସବୁ ଦିଗର ବାସ୍ତୁ ଅନୁଯାୟୀ ଭିନ୍ନ ଭିନଂ ଅର୍ଥ ରହିଛି । ଆଜିକାର ଲେଖାରେ ଆମେ ଘରେ ରୋଷେଇ ଘର ବାସ୍ତୁ ଅନୁଯାୟୀ କେଉଁ ସ୍ଥାନରେ ରହିବା ଉଚିତ ସେହି ବିଷୟରେ କହିବୁ । ଘରେ ରୋଷେଇ ଘର ଅଗ୍ନି କିମ୍ବା ଦକ୍ଷିଣ ପୂର୍ବ କୋଣରେ ରହିବା ଉତ୍ତମ ହୋଇଥାଏ । ଅଗ୍ନି କୋଣର ସ୍ୱାମୀ ଅଗ୍ନି ହୋଇଥିବାରୁ ରୋଷେଇ ଘର ଏହି ଦିଗରେ ତିଆରି ହେବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ ।

ଯଦି ଅଗ୍ନି ଦିଗରେ ଜାଗା ନାହିଁ ତେବେ ବୟୁ ଅର୍ଥାତ ଉତ୍ତର ପଶ୍ଚିମ ଦିଗରେ ମଧ୍ୟ ରୋଷେଇ ଘର ବନାଇ ପାରିବେ । କିନ୍ତୁ ଅଗ୍ନି ଦିଗରେ ଏହା ରହିବା ସବୁଠାରୁ ଅଧିକ ଉତ୍ତମ ହୋଇଥାଏ । ତେବେ ବର୍ତ୍ତମାନ ଚାଲନ୍ତୁ ଜାଣିନେବା ଯେ ରୋଷେଇ ଘରର କେଉଁ ସ୍ଥାନରେ କଣ ଜିନିଷ ରହିବା ଉତ୍ତମ ହୋଇଥାଏ

୧ . ଚୁଲି:- ଚୁଲିକୁ ଅଗ୍ନି କୋଣରେ ରଖିବା ଉଚିତ । ଚୁଲିକୁ କାନ୍ଥରେ ଡେରି ରଖନ୍ତୁ ନାହିଁ କିମ୍ବା ଉତ୍ତର ଦିଗରେ ମଧ୍ୟ ଭୁଲରେବି ରଖନ୍ତୁ ନାହିଁ । କାରଣ ଉତ୍ତର ଦିଗର ସ୍ୱାମୀ କୁବେର ହୋଇଥାନ୍ତି । ଅଗ୍ନି ସହିତ କୁବେରଙ୍କର କେବେ ପଡ଼ି ନଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଚୁଲିକୁ ଅଗ୍ନି କୋଣରେ ହିଁ ରଖନ୍ତୁ ।

୨ . ବେସିନ:- ରୋଷେଇ ଘରର ବେସିନ ଖୁବ ଜରୁରୀ ହୋଇଥାଏ । ଏହା ରୋଷେଇ ଘରର ଐଶାନ୍ୟ କୋଣରେ ରଖିବା ଭଲ ହୋଇଥାଏ ।

୩ . ଫ୍ରିଜ , ଗ୍ରାଇଣ୍ଡର ଏବଂ ଓଭେନ:- ଏହିସବୁ ଇଲେକ୍ଟ୍ରନିକ ଜିନିଷ ଗୁଡ଼ିକୁ ପଶ୍ଚିମ ଦିଗରେ ରହିବା ଭଲ ହୋଇଥାଏ ।

୪ . ଅଟା , ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ:- ରୋଷେଇ ଘରର ସବୁ ରାସନ ଜିନିଷ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରଖି ପାରିବେ । ଏହାଦ୍ବାରା ଘରର ଜିନିଷର କେବେ ଅଭାବ ରହେନାହିଁ । ଏହାଦ୍ବାରା ଘରେ ଉନ୍ନତି ହୋଇଥାଏ ।

୫ . ଝରକା:- ରୋଷେଇ ଘରେ ଝରକା ପୂର୍ବ ଦିଗରେ ରଖିବା ଭଲ ହୋଇଥାଏ । ଏହାଦ୍ବାରା ରୋଷେଇ ଘରେ ତିଆରି ହେଉଥିବା ତରକାରୀର ଗନ୍ଧ ଅଧିକ ବ୍ୟାପିବ ନାହିଁ ।

୬ . ଏକଜଷ୍ଟ ଫ୍ୟାନ:- ଏକଜଷ୍ଟ ଫ୍ୟାନକୁ ରୋଷେଇ ଘରର ପୂର୍ବ ଅର୍ଥାତ ଯେଉଁଠି ଝରକା ଲଗାଉଛନ୍ତି ତାହାର ଠିକ ଉପରେ ଲଗାଇବା ଉତ୍ତମ ହୋଇଥାଏ ।

୭ . ସ୍ଲାପ:- ରୋଷେଇ ଘରେ ପୂର୍ବ କିମ୍ବା ଉତ୍ତର ଦିଗରେ ପଥରର ସ୍ଲାପ ଲଗାଇଲେ ତାହା ଭଲ ହୋଇଥାଏ ଏବଂ ରୋଷେଇ ଘରର କବାଟ ଐଶାନ୍ୟ କୋଣରେ ରହିବା ଭଲ ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *