Excuse Me Odisha

ଯାହା କହିବୁ ସତ କହିବୁ

ମୟୁର ପରର ୨୦ ଟି ଫାଇଦା । ଜାଣିଲେ କରିବେ ଉନ୍ନତି ଏବଂ ହୋଇଯିବେ ଧନୀ ।

ସେୟାର୍ କରନ୍ତୁ

ମନୁଷ୍ୟ ଜୀବନରେ ଅନେକ ସମୟରେ ଏପରି ସମସ୍ୟା ଆସିଥାଏ ଯାହାଦ୍ୱାରା ମନୁଷ୍ୟ ପୁରାପୁରି ଭାଙ୍ଗି ପଡ଼ିଥାଏ । କିନ୍ତୁ କିଛି ସାଧାରଣ ଉପାୟ ହିଁ ମନୁଷ୍ୟର ଏହିସବୁ ସମସ୍ୟାକୁ ଦୂର କରି ପାରିବ । କିଛି ଶାସ୍ତ୍ରୀୟ ଉପାୟ ଦ୍ୱାରା ମନୁଷ୍ୟ ନିଜ ଭାଗ୍ୟକୁ ମଧ୍ୟ ପରିବର୍ତ୍ତନ କରିପାରେ । ଆଜି ଆମେ ଆପଣଙ୍କୁ ତିନୋଟି ମୟୁର ପରର ଉପଯୋଗ କରି କିଭଳି ଉପାୟ କରି ପାରିବେ ସେହି ବିଷୟରେ କହିବୁ । ତେବେ ପ୍ରଥମେ କହିରଖିବୁ ଏ ମୟୁର ପର ହେଉଛି ଏକ ଶକ୍ତିଶାଳୀ ଯନ୍ତ୍ର ଯାହାର ମହତ୍ତ୍ୱ ଅନେକ ପ୍ରାଚୀନ କାଳରୁ ରହି ଆସିଛି । ହିନ୍ଦୁ ଧର୍ମ ଅନୁଯାୟୀ ମୟୁର ପର ଘରେ ରଖିଲେ ନକରାତ୍ମକ ଶକ୍ତି କିମ୍ବା ଖରାପ ଆତ୍ମା ଘରକୁ ପ୍ରବେଶ କରିପାରେ ନାହିଁ ବୋଲି କୁହାଯାଏ ।

ଖାଲି ସେତିକି ନୁହେଁ ବିନା ମୟୁର ପରରେ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ନିଜକୁ ଅପୂର୍ଣ୍ଣ ମାନନ୍ତି । ପିଲାଦିନରୁ ଶ୍ରୀକୃଷ୍ଣଙ୍କର କାଳ ସର୍ପଦୋଷ ଥିବାରୁ ତାଙ୍କ ମାତା ତାଙ୍କ ମୁକୁଟରେ ମୟୁର ପର ଲଗାଉଥିଲେ । ତେବେ ମୟୁର ପର ଖାଲି ଭାରତରେ ନୁହେଁ ବରଂ ଏସିଆ ମହାଦେଶର ଅନେକ ଦେଶରେ ଏହାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାନାଯାଏ । ବୌଦ୍ଧ ଧର୍ମରେ ମଧ୍ୟ ମୟୁର ପରର ଅନେକ ବିଶେଷ ମହତ୍ତ୍ୱ ରହିଛି । ଗ୍ରୀସର ଲୋକେ ମୟୁର ପରକୁ ସ୍ୱର୍ଗ ସହିତ ତୁଳନା କରନ୍ତି । ସାଧରଣତଃ ପରିବାରରେ ଅନେକ ସମୟରେ କଳହ କ୍ଳେଶ ଦେଖା ଦେଇଥାଏ । ତେଣୁ ଏପରି ପରିସ୍ଥିତିରେ ଘରେ ବଇଁଶୀ ସହିତ ମୟୁର ପର ରଖିଲେ ପରିବାରରେ ସମସ୍ତଙ୍କ ମଧ୍ୟରେ ଭଲ ସମ୍ପର୍କ ରହେ ଏବଂ ଘରକୁ ସୁଖ ସମୃଦ୍ଧି ଆସିଥାଏ ।

ଯଦି ଘରେ ନକରାତ୍ମକ ବାତାବରଣ ଥାଏ ତେବେ ମୟୁର ପରକୁ ଉପରୁ ତଳକୁ ଜୋରରେ ବିଞ୍ଚି ହେବା ଉଚିତ । ଏହାଦ୍ବାରା ନକରାତ୍ମକତା ଦୂରେଇ ଯାଇ ଘରକୁ ସକାରାତ୍ମକତାର ଆଗମନ ହୋଇଥାଏ । ଘରର ପାଞ୍ଚଟି ସ୍ଥାନ ଅଛି ଯେଉଁଠି ମୟୁର ପର ରଖିଲେ ଘରେ ନକରାତ୍ମକତା ବଢ଼ିଥାଏ ଏବଂ ମାତା ଲକ୍ଷ୍ମୀ ଘରେ ସ୍ଥାୟୀ ରୂପରେ ବାସ କରନ୍ତି । ପ୍ରଥମତଃ ଗଣେଶ ଉତ୍ସବ ଆସିବା ପୂର୍ବରୁ ହିଁ ମୟୁର ପରକୁ ଘରର ଏପରି ସ୍ଥାନରେ ଲଗାଇ ଦିଅନ୍ତୁ ଯାହାକି ସବୁ ଲୋକଙ୍କ ନଜରରେ ପଡ଼ିବ । କାରଣ ମୟୁର ପର ନକରାତ୍ମକତାକୁ ଅବଶୋଷିତ କରିଥାଏ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଏହା ଏକ ରାମବାଣ ସଦୃଶ ହୋଇଥାଏ ।

ତନ୍ତ୍ର ମନ୍ତ୍ର କରିଥିବା ବ୍ୟକ୍ତି ଯଦି ନିଜ ପୁସ୍ତକ ମଧ୍ୟରେ ଏହା ରଖେ ତେବେ ଏହାର ଅନେକ ଭଲ ଫାଇଦା ମିଳିଥାଏ । ଏସବୁ ବ୍ୟତୀତ ରାହୁ କେତୁ ଭଳି ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ । ଛୋଟ ପିଲାଙ୍କ ଜିଦ୍ଖୋର ସ୍ୱଭାବକୁ ବଦଳାଇବା ପାଇଁ ମୟୁର ପରରେ ପଙ୍ଖା କରନ୍ତୁ । ଦେଖିବେ ତାର ସ୍ଵଭାବ ଧୀରେ ଧୀରେ ବଦଳି ଯିବ । ଛୋଟ ପିଲାଙ୍କ ନଜର ଦୋଷ ଦୂର କରିବା ପାଇଁ ରୂପାର ତାବିଜ ମଧ୍ୟରେ ମୟୁର ପର ରଖି ତାହାକୁ ଛୋଟ ପିଲାର ମୁଣ୍ଡ ତଳେ ରଖିବା ଉଚିତ । ବଡ଼ ଲୋକ ମାନେ ମଧ୍ୟ ମୟୁର ପରକୁ ନିଜ ତକିଆ ତଳେ ରଖିଲେ ମନ୍ଦ ଚିନ୍ତାଧାରା କିମ୍ବା ଖରାପ ସ୍ୱପ୍ନ ଆସେନାହିଁ । ପାଠ ପଢ଼ାରେ ଦୁର୍ବଳ ଥିବା ପିଲାର ପଢ଼ାଘରେ ପ୍ରଥମେ ମୟୁର ପର ଲଗାନ୍ତୁ କିମ୍ବା ଯେଉଁ ବିଷୟରେ ସେ ଦୁର୍ବଳ ସେହି ବିଷୟ ବହି ମଧ୍ୟରେ ମୟୁର ପର ରଖି ଦିଅନ୍ତୁ । ଅନେକ ସମୟରେ ଘରେ ଉନ୍ନତି ବଦଳରେ ଅବନତି ହୋଇଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *