Excuse Me Odisha

ଯାହା କହିବୁ ସତ କହିବୁ

ଶରୀରରେ ଏହି ଲକ୍ଷଣ ଦେଖା ଦେଲେ ବୁଝି ଯାଆନ୍ତୁ ଯେ ପ୍ରସନ୍ନ ଅଛନ୍ତି ଶନି ଦେବ । ଜାଣି ନିଅନ୍ତୁ ଶନି ଦେବଙ୍କୁ ପ୍ରସନ୍ନ କରିବାର ଏକମାତ୍ର ଖାସ ଉପାୟ ।

ସେୟାର୍ କରନ୍ତୁ

ଶନିବାର ଦିନଟି ଭଗବାନ ଶନି ଦେବଙ୍କ ଦିନ ହୋଇଥାଏ । ନଅ ଗ୍ରହ ମଧ୍ୟରେ ଶନି ଗ୍ରହକୁ କ୍ରୁର ମାନା ଯାଇଥାଏ ଏବଂ ଶନିଙ୍କ ସାଢ଼େ ସାତି ଲୋକେ ମଧ୍ୟ ଭୟଭୀତ ହୋଇଥାନ୍ତି । କିନ୍ତୁ ଶନି ଦେବ ନ୍ୟାୟ , ଧର୍ମ କର୍ମର ଦେବତା ଅଟନ୍ତି । ଶନି ଦେବ ଧନ ସମ୍ପତ୍ତି ଏବଂ ନ୍ୟାୟ ପ୍ରଦାନକାରୀ ହୋଇଥାନ୍ତି । କିନ୍ତୁ ଶନି ଦୋଷା ଲାଗିଲେ ଜୀବନରେ ଅନେକ ଉତ୍ଥାନ ପତନ ଦେଖା ଦେଇଥାଏ । ଯେଉଁ କାରଣରୁ ଧନୀ ବିତ୍ତଶାଳୀ ଲୋକ ମଧ୍ୟ ଦରିଦ୍ର୍ୟ ହୋଇପାରେ । ଶନିଦେବ ଅନେକ ଲୋକଙ୍କ ପାଇଁ ଭଲ ସମୟ ମଧ୍ୟ ନେଇ ଆସିଥାନ୍ତି । ସମୟ ଆସିଲେ ଶନି ଦେବ ମନୁଷ୍ୟର ଭଲ କର୍ମ ଆଧାରରେ ଏବଂ ଖରାପ କର୍ମ ଆଧାରରେ ଦଣ୍ଡ ଦେଇଥାନ୍ତି ।

ଆଜି ଆମେ କହିବୁ ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ଶନି ଦେବଙ୍କ କୃପା ଥାଏ କିଭଳି ସଙ୍କେତ ଦେଖା ଯାଇଥାଏ । ଆଜିକାର ଲେଖାରେ ଆମେ ସେହି ବ୍ୟକ୍ତିଙ୍କ ବିଷୟରେ କହିବୁ । ଏଭଳି ବ୍ୟକ୍ତିଙ୍କୁ ଭଗବାନ ଶନି ଦେବ ଦଣ୍ଡ ମଧ୍ୟ ଦେଇଥାନ୍ତି । ଜୀବନରେ ସମାସ୍ୟା ଚାଲିଥିଲେ ଶନି ମନ୍ଦିର ଯାଇ ଶନି ଦେବଙ୍କୁ ପ୍ରାର୍ଥନା କରନ୍ତୁ । ଯଦି କୌଣସି ବ୍ୟକ୍ତି ଉପରେ ଶନି ଦେବ ପ୍ରସନ୍ନ ଅଛନ୍ତି ତେବେ ସେହି ବ୍ୟକ୍ତିର ଜୀବନରେ କିଛି ଖାସ ସମୟ ଦେଖିବାକୁ ମିଳିଥାଏ । ଏଭଳି ଲୋକ ଖୁବ ପତଳା ହୋଇଥାନ୍ତି ଏବଂ ସେମାନଙ୍କ କେଶ ସିଧା ହୋଇଥାଏ । ଧୀରେ ଧୀରେ ସେମାନେ ଆଧ୍ୟାତ୍ମିକ ଦିଗରେ ଅଗ୍ରସର ହୁଅନ୍ତି । ପ୍ରଥମେ ସେମାନେ ଭଗବାନଙ୍କ ଉପରେ ଭରସା କରନ୍ତି ନାହିଁ କିନ୍ତୁ ପରେ ଭଗବାନଙ୍କ ଉପରେ ଭରସା ଏବଂ ବିଶ୍ୱାସ ବଢ଼ିଯାଏ ।

ଏଭଳି ଲୋକଙ୍କୁ ଖୁବ କଂମ ବୟସରେ ହାଡ଼ ସମ୍ବନ୍ଧୀୟ ରୋଗ ହୋଇଥାଏ । ଏହାବ୍ୟତୀତ ହାତ ଗୋଡ଼ ଭାଙ୍ଗିବା ଭଳି ସମସ୍ୟା ମଧ୍ୟ ହୋଇପାରେ । ଏଭଳି ଲକ୍ଷଣ ଥିଲେ ବୁଝି ଯାଆନ୍ତୁ ଯେ ଆପଣଙ୍କ ଉପରେ ଭଗବାନ ଶନିଦେବଙ୍କ କୃପା ରହିଛି । ଏହି ଲୋକମାନେ ବଡ଼ରୁ ବଡ଼ ସମସ୍ୟାରୁ ବାହାରିବାକୁ ସକ୍ଷମ ହୁଅନ୍ତି । ଯେତେ ବଡ଼ ସମସ୍ୟା ଆସିଲେ ବି ତାହାର ସମାଧାନ ହୋଇଯାଏ । ଏହି ବ୍ୟକ୍ତି ମାନେ କାହାରି ସାହାଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ । ଯଦି ଶନି ଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି ତେବେ ଆପଣ ନିଜ ଭରସା ଏବଂ ବିଶ୍ୱାସ ଦ୍ୱାରା ସବୁବେଳେ ଆଗକୁ ବଢ଼ିବାକୁ ଚେଷ୍ଟା କରିବେ । ଆପଣ ବେଇମାନ ଲୋକଙ୍କୁ ଘୃଣା କରନ୍ତି ।

ଆପଣ ପ୍ରତ୍ୟେକ କାମକୁ ଅନୁଶାସନର ସହିତ କରନ୍ତି । କାମରେ ଯେତେ ପର୍ଯ୍ୟନ୍ତ ସଫଳତା ମିଳିନାହିଁ ସେତେ ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖନ୍ତି । ଶେଷରେ ଶନିଦେବ ପ୍ରସନ୍ନ ହୋଇ ନିଶ୍ଚିତ ଫଳ ପ୍ରଦାନ କରନ୍ତି । ଏଭଳି ଲକ୍ଷଣ ଥିଲେ ଶନି ଦେବଙ୍କ କୃପା ରହିଛି ବୋଲି ବୁଝି ଯାଆନ୍ତୁ । ଆପଣ ଶନି ଦେବଙ୍କ ପାଇଁ ସୋରିଷ ତେଲ ଦାନ କରନ୍ତୁ । ଜୀବନରେ ସଫଳତା ମିଳୁ ନଥିଲେ ଅଶ୍ୱତ୍ଥ ଗଛ ମୂଳରେ ସୋରିଷ ତେଲ ଦୀପ ମଧ୍ୟ ଜାଳି ପାରିବେ । ଶନି ଦେବଙ୍କ କୃପା ଚାହୁଁଥିଲେ ଶନି ମନ୍ଦିର ଯାଇ କଳା ରଙ୍ଗର ବସ୍ତ୍ର ମଧ୍ୟ ଦାନ କରି ପାରିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *