Excuse Me Odisha

ଯାହା କହିବୁ ସତ କହିବୁ

ଏହି ପାଞ୍ଚଟି ଜିନିଷ ଭୁଲରେ ବି ଦିଅନ୍ତୁ ନାହିଁ କାହାକୁ । ନଚେତ ଆସିପାରେ ଭୟଙ୍କର ଦାରିଦ୍ର୍ୟତା ।

ସେୟାର୍ କରନ୍ତୁ

ମନୁଷ୍ୟ ମାନେ ଭୁଲରେବି ଘରର ଏହି କିଛି ଜିନିଷ ଅନ୍ୟକୁ ଭେଟ ଆକାରରେ ଦେବା ଉଚିତ ନୁହେଁ । କାରଣ ଏହି ଜିନିଷ ଦ୍ୱାରା ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି । ଶାସ୍ତ୍ରରେ ମଧ୍ୟ ଏହା ଲିଖିତ ଅଛି ଯେ ଅନ୍ୟକୁ ଦାନ କରିବା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । କିନ୍ତୁ କିଛି ଜିନିଷ ଏପରି ଅଛି ଯାହାକୁ କାହାକୁବି ଦେବା ଉଚିତ ନୁହେଁ । କାରଣ ଏହାଦ୍ବାରା ଘରର ସୁଖ ସମୃଦ୍ଧି ମଧ୍ୟ ଚାଲିଯାଏ । ବିଷ୍ଣୁ ପୁରାଣରେ ଏହିସବୁ ଜିନିଷର ଉଲ୍ଲେଖ କରାଯାଇଛି , ଯାହାକୁ ଯଦି ଆପଣ ଦାନ କରି ଦିଅନ୍ତି ତେବେ ଘରେ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିଥାଏ । ଏହିସବୁ ଜିନିଷ ମାତା ଲକ୍ଷ୍ମୀଙ୍କ ସମାନ ହୋଇଥାଏ ବୋଲି ବିଶ୍ୱାସ କରାଯାଏ ।

ଘରେ ମାତା ଲକ୍ଷ୍ମୀଙ୍କର ଅନେକ ଗୁରୁତ୍ୱ ରହିଛି । ଘରୁ ମାତା ଲକ୍ଷ୍ମୀ ଚାଲିଗଲେ ସୁଖ ସମୃଦ୍ଧି ଧନ ବୈଭବ ସବୁକିଛି ନଷ୍ଟ ହୋଇଯାଏ । ତେଣୁ ଘରେ ଯେଉଁ ସବୁ ଜିନିଷ ମାତା ଲକ୍ଷ୍ମୀଙ୍କ ସହିତ ଜଡ଼ିତ ସେହିସବୁ ଜିନିଷକୁ ଅନ୍ୟକୁ ଦିଅନ୍ତୁ ନାହିଁ । ତେବେ ଚାଲନ୍ତୁ ସେହିସବୁ ଜିନିଷ ଗୁଡ଼ିକ ବିଷୟରେ ଜାଣିନେବା ।

୧ . ସ୍ତ୍ରୀର ଗହଣା:- ସ୍ତ୍ରୀଙ୍କ ଆଭୂଷଣ ମାତା ଲକ୍ଷ୍ମୀଙ୍କ ଅଂଶ ମାନା ଯାଇଥାଏ । ତେଣୁ ଘରକୁ ନୂଆ ଆଭୂଷଣ ଆଣିଲେ ତାହାକୁ ସର୍ବପ୍ରଥମେ ମାତା ଲକ୍ଷ୍ମୀଙ୍କ ସାମ୍ନାରେ ରଖି ପୂଜା କରାଯାଏ । ଏହାପରେ ହିଁ ମହିଳା ମାନେ ଆଭୂଷଣ ଧାରଣ କରନ୍ତି । ମହିଳାଙ୍କ ଆଭୂଷଣ କାରଣରୁ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ତେଣୁ ନିଜ ସ୍ତ୍ରୀର ଗହଣାକୁ କେବେ ଧାରରେ କିମ୍ବା ଅନ୍ୟକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ । ବିବାହିତ ମହିଳା ନିଜର ପାଉଞ୍ଜି , ମଙ୍ଗଳସୁତ୍ର ଏବଂ ଅଣ୍ଟାରେ ବାନ୍ଧୁଥିବା ଜିନିଷକୁ କାହାକୁ ଦେବା ଉଚିତ ନୁହେଁ । ଏହାଦ୍ବାରା ଘରର ଭାଗ୍ୟ ଏବଂ ଉନ୍ନତି ସେହି ଗହଣା ସହିତ ସେହି ଘରୁ ଚାଲିଯାଏ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ଘରୁ ଛାଡ଼ି ଚାଲି ଯାଆନ୍ତି ।

୨ . ଝାଡୁ:- ମାତା ଲକ୍ଷ୍ମୀଙ୍କ ସହିତ ଝାଡୁର ସମ୍ବନ୍ଧ ରହିଛି । ଝାଡୁ ଘରୁ ନକରାତ୍ମକତା ଦୂର କରିଥାଏ । ଏଥିରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ ତେଣୁ ଭୁଲରେବି ଝାଡୁକୁ କାହାକୁ ଦିଅନ୍ତୁ ନାହିଁ । ଝାଡୁ ଖରାପ ହୋଇ ଯାଇଥିଲେ ତାହାକୁ କୌଣସି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । କିନ୍ତୁ ତାହାକୁ କାହାକୁ ଧାରରେ ଦିଅନ୍ତୁ ନାହିଁ । କାରଣ ଆପଣଙ୍କ ଘରର ଝାଡୁ ଅନ୍ୟ କେହି ଉପଯୋଗ କରିଲେ ଘର ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଅନ୍ୟ ଘରର ଝାଡୁକୁ କେବେ ନିଜ ଘରେ ପ୍ରୟୋଗ କରନ୍ତୁ ନାହିଁ । ଏହାଦ୍ବାରା ତାଙ୍କ ଘରର ନକରାତ୍ମକ ଶକ୍ତି ଆପଣଙ୍କ ଘେରକୁ ଆସିପାରେ ।

୩ . ନଡ଼ିଆ , କ୍ଷୀର , ଦହି , ଚାଉଳ ଏବଂ ଅଟା ଇତ୍ୟାଦି:-ସୂର୍ଯ୍ୟାସ୍ତ ସମୟରେ ଭୁଲରେବି କାହାକୁ ନଡ଼ିଆ , କ୍ଷୀର , ଦହି , ଚାଉଳ , ଅଟା ଆଦି ଜିନିଷକୁ ଦିଅନ୍ତୁ ନାହିଁ । ଏଭଳି ମାନ୍ୟତା ରହିଛି ଯେ ଧଳା ଜିନିଷ ଉପରେ ବହୁତ ଜଲଦି ଖରାପ ନଜର ଲାଗିଯାଏ । ଏହାଦ୍ବାରା ଆପଣଙ୍କ ଘରର ସକାରାତ୍ମକ ଶକ୍ତି ମଧ୍ୟ କମ ହୋଇପାରେ । ଆପଣ କାହାକୁ ଦେବାକୁ ଚାହୁଁଥିଲେ ବଜାରରୁ କିଣି ଦେଇ ପାରିବେ । ରୋଷେଇ ଘରୁ ଲୁଣ ମଧ୍ୟ କାହାକୁ ଦେବା ଉଚିତ ନୁହେଁ ।

୪ . ଯଦି ଆପଣ ନିଜ ସ୍ତ୍ରୀ ପାଖରେ କିଛି ଟଙ୍କା ରଖିଛନ୍ତି ତେବେ ତାହାକୁ ଧାର ଭାବରେ ଦିଅନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କ ଘରୁ ଲକ୍ଷ୍ମୀ ଚାଲି ଯାଆନ୍ତି । ଏହାଦ୍ବାରା ଭବିଷ୍ୟତରେ ଆପଣଙ୍କୁ ଆର୍ଥିକ ସମସ୍ୟାରେ ପୀଡ଼ିତ ହେବାକୁ ପଡ଼ିପାରେ । ଖାସ କରି କୌଣସି ପର୍ବ କିମ୍ବା ଏକାଦଶୀ ଦିନ ଘରେ ରଖିଥିବା ଧନ ଟଙ୍କା କାହାକୁ ଦିଅନ୍ତୁ ନାହିଁ । ନଚେତ ମାତା ଲକ୍ଷ୍ମୀ ମଧ୍ୟ ରୁଷ୍ଟ ହୋଇ ଚାଲିଯିବେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *