Excuse Me Odisha

ଯାହା କହିବୁ ସତ କହିବୁ

ଘରେ କାହାରି ମୃତ୍ୟୁ ହେଲେ କରନ୍ତୁ ନାହିଁ ଏହି ଦୁଇଟି କାମ । ଜାଣନ୍ତୁ କଣ କହନ୍ତି ଭଗବାନ ଶ୍ରୀକୃଷ୍ଣ ।

ସେୟାର୍ କରନ୍ତୁ

ଘରେ କାହାରି ମୃତ୍ୟୁ ହେଲେ ଘରେ ସୁତକ ଲାଗିଥାଏ ବୋଲି କୁହାଯାଏ ଏବଂ ଘରର ସବୁ ଆତ୍ମୀୟ ସ୍ଵଜନ ସୁତକ ପାଳନ କରିବା ଉଚିତ । ଆଜିକାର ଏହି ଲେଖାରେ ଆମେ ସେହିସବୁ ନିୟମ ବିଷୟରେ କହିବୁ । ସୁତକ ମନୁଷ୍ୟର ଜନ୍ମ ଏବଂ ମୃତ୍ୟୁ ସହିତ ଜଡ଼ିତ ଅଶୁଦ୍ଧି କାରଣରୁ ହୋଇଥାଏ । ଶିଶୁ ଜନ୍ମ ସମୟରେ ନାଡ଼ କାଟିବା ପରେ ଲାଗୁଥିବା ଦୋଷ କାରଣରୁ ଏହା ହୋଇଥାଏ । ଘରେ କାହାରି ମୃତ୍ୟୁ ହେଲେ ସେହି ଘରେ ଅଶୁଦ୍ଧି ଲାଗିଥାଏ । ଅନ୍ତିମ ସଂସ୍କାର ସମୟରେ ହିଂସା ହେଉ ଥିବାରୁ ସେଥିରେ ମଧ୍ୟ ଦୋଷ ଲାଗିଥାଏ । ତାହାର ପ୍ରାୟଶ୍ଚିତ ଅନୁଯାୟୀ ପାତକ ଲାଗିଥାଏ ।

ଗରୁଡ଼ ପୁରାଣ ଅନୁଯାୟୀ ଶିଶୁର ଜନ୍ମ ହେଲେ ଗ୍ରହଣ କାଳରେ ସ୍ତ୍ରୀର ମାସିକ ଧର୍ମ ସମୟରେ ଏବଂ ବ୍ୟକ୍ତିର ମୃତ୍ୟୁ ପରେ ସୁତକ ଏବଂ ପାତକ କାଳ ଲାଗିଥାଏ । କେବେ ଅଧିକ ତ କେବେ କମ ଦିନ ସୁତକ ଲାଗିଥାଏ । ଘରେ କାହାରି ମୃତ୍ୟୁ ହେଲେ ପରିଜନଙ୍କୁ ୧୦ ଦିନର ସୁତକ କାଳ ଲାଗିଥାଏ । ଅନ୍ତିମ ସଂସ୍କାରରେ ସାମିଲ ହେଉଥିବା ଲୋକଙ୍କୁ ୧୨-୧୩ ଦିନର ସୁତକ କାଳ ଲାଗିଥାଏ । ଏହି ସମୟରେ ଶାସ୍ତ୍ରର ନିୟମର ପାଳନ କରାଯିବା ଉଚିତ । ୪୦ ଦିନ ପର୍ଯ୍ୟନ୍ତ ଏହି ନିୟମକୁ ମାନିବା ସହିତ କାହାରି ଘରକୁ ଯିବା ଉଚିତ ନୁହେଁ । ମୃତ ବ୍ୟକ୍ତିର ସାତ ପିଢ଼ିର ଲୋକଙ୍କୁ ତିନି ଦିନର ସୁତକ କାଳ ଲାଗିଥାଏ ।

ମୃତକର ତ୍ରୁତୟ ପିଢ଼ି ପାଇଁ ସୁତକ କାଳ ଦଶ ଦିନ ପର୍ଯ୍ୟନ୍ତ ହୋଇଥାଏ । ଚତୁର୍ଥ ପିଢ଼ି ପାଇଁ ଦୁଇ ଦିନ ଏବଂ ପଞ୍ଚମ ପିଢ଼ି ପାଇଁ ଛଅ ଦିନର ସୁତକ କାଳ ରହିଛି । ଯେଉଁ ସ୍ଥାନରେ ଶିଶୁର ଜନ୍ମ ହୋଇଥାଏ ସେହି ସ୍ଥାନକୁ ଏକ ମାସ ପର୍ଯ୍ୟନ୍ତ ଅଶୁଦ୍ଧ ମାନା ଯାଇଥାଏ । ଶାଶୁ ଘରେ ଶିଶୁ ଜନ୍ମ ହେଲେ ୧୦ ଦିନ ପର୍ଯ୍ୟନ୍ତ ସୁତକ କାଳ ହୋଇଥାଏ । ଝିଅ ଜନ୍ମ ହେଲେ ତିନି ଦିନ ପର୍ଯ୍ୟନ୍ତ ସୁତକ କାଳ ହୋଇଥାଏ । ଶବ ଦାହ ସମୟରେ ହିଂସା କାରଣରୁ ଦୋଷ ଲାଗିଥାଏ ତେଣୁ ବାତକ ପାଳନ କରାଯାଏ । ଶବ ଦାହ ଦିନ ଠାରୁ ବାତକ ଦିନ ଗଣନା କରାଯାଇ ଥାଏ ।

ମୃତ୍ୟୁ ଦିନ ଠାରୁ ସୂଚନା ମିଳିଲେ ସେହି ଦିନ ଠାରୁ ବାତକ ଦିନ ଗଣନା କରାଯାଏ କିନ୍ତୁ ୧୨ ଦିନପରେ ଜଣା ପଡ଼ିଲେ ସେ କେବଳ ସ୍ନାନ କରିବା ମାତ୍ରେ ହିଁ ଶୁଦ୍ଧ ହୋଇଯାଏ । କୌଣସି ମହିଳାଙ୍କର ଗର୍ଭପାତ ହେଲେ ଯେତେ ଦିନ ପର୍ଯ୍ୟନ୍ତ ଗର୍ଭ ରହିଥିବ ସେତେ ଦିନ ପର୍ଯ୍ୟନ୍ତ ବାତକ ପାଳନ ହୋଇଥାଏ । ଘରେ କେହି ସନ୍ୟାସୀ ଥିଲେ ତାଙ୍କର ମୃତ୍ୟୁରେ ବାତକ ଲାଗି ନଥାଏ କେବଳ ଗୋଟିଏ ଦିନର ସୁତକ ଲାଗିଥାଏ । ଶବ ଯାତ୍ରାରେ ସାମିଲ ହୋଇଥିବା ଲୋକକୁ ଗୋଟିଏ ଦିନ ଏବଂ ଶବକୁ ସ୍ପର୍ଶ କରିଥିବା ଲୋକକୁ ତିନି ଦିନର ସୁତକ ପାଳନ କରିବା ଉଚିତ । ମୃତକକୁ କାନ୍ଧ ଦେଇଥିବା ଲୋକକୁ ଆଠ ଦିନ ସୁତକ କାଳ ପାଳନ କରିବାକୁ ପଡ଼ିଥାଏ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *