Excuse Me Odisha

ଯାହା କହିବୁ ସତ କହିବୁ

ତୁଳସୀକୁ ପ୍ରତିଦିନ ଜଳ ଦେଲେ ମିଳିଥାଏ ଏହି ଫଳ । ଜାଣନ୍ତୁ ଭଗବାନ ଶ୍ରୀକୃଷ୍ଣ କଣ କହିଛନ୍ତି ।

ସେୟାର୍ କରନ୍ତୁ

ଥରେ ଦେବର୍ଷି ନାରଦ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରିଲେ ଯେ ତୁଳସୀ ଗଛର ଅନେକ ମହତ୍ତ୍ୱ ରହିଛି କିନ୍ତୁ ତୁଳସୀ ଗଛରେ ଜଳ ଦେଲେ କେଉଁ ଫଳ ପ୍ରାପ୍ତ ହୋଇଥାଏ । ତୁଳସୀ ଗଛରେ ଜଳ ଦେଲେ କଣ ଫାଇଦା ମିଳିଥାଏ ଏବଂ କଣ ସବୁ ନିୟମ ରହିଛି । ଭଗବାନ ବିଷ୍ଣୁ କହିଲେ ଯେ ତୁଳସୀ ସ୍ବୟଂ ମାତା ଲକ୍ଷ୍ମୀଙ୍କ ରୂପ ଅଟେ । ବିନା ତୁଳସୀଟେ ଭଗବାନ ବିଷ୍ଣୁଙ୍କ ପୂଜା ପୂର୍ଣ୍ଣ ହୋଇ ନଥାଏ । ଭଗବାନ ଶ୍ରୀକୃଷ୍ଣ ଦେବର୍ଷି ନାରଦଙ୍କୁ ଏକ ପ୍ରାଚୀନ କଥା ଶୁଣାଇ କହିଲେ ଯେ ପ୍ରାଚୀନ କାଳରେ ସହ୍ୟ ପର୍ବତରେ କରବୀରପୁରରେ ଧର୍ମଦତ୍ତ ନାମକ ଜଣେ ବିଦ୍ୱାନ ବ୍ରାହ୍ମଣ ରହୁଥିଲେ । ସେ ଭଗବାନ ବିଷ୍ଣୁଙ୍କର ପ୍ରତ୍ୟେକ ଦିନ ପୂଜା କରିବା ସହିତ ତୁଳସୀ ଗଛରେ ପାଣି ଏବଂ ଏକାଦଶୀ ବ୍ରତ ସହିତ ସବୁ ପୂଜା ବିଧି ନୀତି ନିୟମ ପୂର୍ବକ କରୁଥିଲେ ।

ଥରେ ଧର୍ମଦତ୍ତ ଘରର ପାଖରେ ଥିବା ଏକ ବିଷ୍ଣୁ ମନ୍ଦିରକୁ ସ୍ନାନ କରି ସାରି ସବୁ ପୂଜା ସାମଗ୍ରୀ ନେଇ ଯାଉଥିଲେ । ରାସ୍ତାରେ ଏକ ଛୋଟ ଜଙ୍ଗଲ ପଡ଼ିଲା । ଜଙ୍ଗଲ ଭିତର ଦେଇ ଯିବା ସମୟରେ ସାମ୍ନାରୁ ଏକ ଭୟଙ୍କର ରାକ୍ଷସୀ ଆସି ବ୍ରାହ୍ମଣକୁ ନିଜର ଶିକାର ବନାଇବ ଭାବିଲା । ଏହା ଦେଖି ଧର୍ମଦତ୍ତ ଭୟରେ ଏକ ବୁଦା ପଛରେ ଲୁଚି ଗଲେ । ରାକ୍ଷସୀ କିନ୍ତୁ ରାଗରେ ବ୍ରାହ୍ମଣକୁ ବାହାରକୁ ଆସିବାକୁ କହିବା ପରେ ଧର୍ମଦତ୍ତ ମନେ ମନେ ଚିନ୍ତା କଲା ଯେ ସେ ଭଗବାନ ବିଷ୍ଣୁଙ୍କ ଭକ୍ତ ଯାହାକୁ ଭୟ କରିବା ଆଦୋୖ ଉଚିତ ନୁହେଁ । ଯଦି ସେହି ରାକ୍ଷସୀ ତାଙ୍କୁ ଆହାର କରେ ତେବେ ଭୟ କରିବାର ଆବଶ୍ୟକତା ନାହିଁ । ଏହା ଭାବି ସାହସ କରି ଧର୍ମଦତ୍ତ ବାହାରକୁ ବାରି ଆସି ରାକ୍ଷସୀ ସାମ୍ନାରେ ଆସି ଛିଡ଼ା ହୋଇଗଲେ ।

ଏହାପରେ ଧର୍ମଦତ୍ତ ପାତ୍ରରେ ରଖିଥିବା ତୁଳସୀ ଦଳ ଜଳକୁ ରାକ୍ଷସୀ ଉପରକୁ ଫିଙ୍ଗି ଦେଲେ । ଏହାଦ୍ବାରା ରାକ୍ଷସୀର ଶରୀର ଜଳିବା ସହିତ ତାର ରାକ୍ଷସୀ ପ୍ରବୃତ୍ତି ହଠାତ ଶାନ୍ତ ହୋଇଗଲା । ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇ ଧର୍ମଦତ୍ତକୁ ପଚାରିଲେ । ଧର୍ମଦତ୍ତ ନିଜେ ଭଗବାନ ବିଷ୍ଣୁଙ୍କ ଭକ୍ତ ସହିତ ସେ ତୁଳସୀ ପାଣି ଫିଙ୍ଗି ଦେବାରୁ ତାଙ୍କୁ ତାଙ୍କର ପୂର୍ବ ଜନ୍ମର ପାପ ମନେ ପଡ଼ି ଯାଇଛି । ଏହାପରେ ରାକ୍ଷସୀ ନିଜର ପୂର୍ବ ଜନ୍ମର କାହାଣୀ ଶୁଣାଇ କହିଲା ଯେ ପୂର୍ବ ଜନ୍ମରେ ସୌରଷ୍ଟ୍ର ନାମକ ଏକ ନଗରରେ ବିକ୍ଷୁ ନାମକ ଜଣକ ବ୍ରାହ୍ମଣ ରହୁଥିଲେ ଯିଏକି ଅତ୍ୟନ୍ତ ଗୁଣବାନ ଏବଂ ଧର୍ମର ରକ୍ଷା କରୁଥିଲେ । ସେତେବେଳେ ତାଙ୍କ ନାମ କଲହା ଥିଲା । ସେ ନିଜ ସ୍ୱାମୀଙ୍କ କଥାକୁ କେବେ ମାନୁ ନଥିଲେ ଏବଂ ସବୁବେଳେ କଳହ କରିବା ସହିତ ପ୍ରବୃତ୍ତି ମଧ୍ୟ ଅତ୍ୟନ୍ତ ଖରାପ ଥିଲା ।

ଯେଉଁ କାରଣରୁ ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିବାକୁ ଭାବିବାରୁ ସେ ବିଷ ପାନ କରି ଜୀବନ ହାରିଦେଲେ । ଏହାପରେ ଯମଲୋକରେ ଯମରାଜ ତାଙ୍କୁ ତାଙ୍କ ପାପ କାରଣରୁ ନର୍କକୁ ଠେଲି ଦେଲେ । ନିଜ ସ୍ୱାମୀ ସହିତ ଖରାପ ବ୍ୟବହାର ପାଇଁ ହିଁ ତାଙ୍କୁ ରାକ୍ଷସୀ ରୂପରେ ହିଁ ଆଗାମୀ ଜନ୍ମରେ ରହିବାର ଥିଲା । ନର୍କରେ ଦଣ୍ଡ ଭୋଗିବା ପରେ ଭିନ୍ନ ଭିନ୍ନ ଜନ୍ମ ଦିଆଗଲା । ଅନେକ ପଶୁ ଜନ୍ମ ପରେ ରାକ୍ଷସୀ ଭାବରେ ବୁଲୁଥିବା କହିଲେ । କିନ୍ତୁ ଆଜି ତୁଳସୀ ମିଶ୍ରିତ ଜଳ ପଡ଼ିବାରୁ ସବୁ ପାପ ନଷ୍ଟ ହୋଇଗଲା ।

ଏହାପରେ ସେ ଧର୍ମଦତ୍ତଙ୍କୁ ତାଙ୍କୁ ସେହି ରାକ୍ଷସୀ ରୂପରୁ ମୁକ୍ତି ଦେବାକୁ କହିଲେ । ଧର୍ମଦତ୍ତ କହିଲେ ଯେ ତୀର୍ଥ ଦାନ ସ୍ନାନ ଦ୍ୱାରା ମଣିଷର ପାପ ନଷ୍ଟ ହୋଇଥାଏ । କିନ୍ତୁ ସେ ରାକ୍ଷସୀ ରୂପରେ ଥିବାରୁ ଧର୍ମଦତ୍ତ ନିଜର ତୁଳସୀକୁ ଜଳ ଅର୍ପିତ କରିବାର ପୁଣ୍ୟ ସେହି ରାକ୍ଷସୀକୁ ଦେଇଦେଲେ ।ଏହାପରେ ତୁଳସୀ ମିଶ୍ରିତ ଜଳ ରାକ୍ଷସୀ ଉପରେ ଢ଼ାଳିବା ମାତ୍ରେ ସେହି ରାକ୍ଷସୀକୁ ମୁକ୍ତି ମିଳିଗଲା । ଏହାପରେ ସେ ଧର୍ମଦତତତ୍ତଙ୍କୁ ଧନ୍ୟବାଦ ଜଣାଇ ବିଷ୍ଣୁ ଲୋକକୁ ଚାଲିଗଲେ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *