Excuse Me Odisha

ଯାହା କହିବୁ ସତ କହିବୁ

କୋଟି କୋଟି ଟଙ୍କାର କରଜ ମଧ୍ୟ ହୋଇଯିବ ଦୂର । ବାସ କରନ୍ତୁ ଏହି କାମ….

ସେୟାର୍ କରନ୍ତୁ

ଆଜିକାର ଲେଖାରେ ଆମେ ଆପଣଙ୍କୁ କରଜ ନେବାର ସଠିକ ସମୟ ପରିସ୍ଥିତି ଏବଂ କରଜରୁ କିଭଳି ମୁକ୍ତି ପାଇ ପାରିବେ ସେହି ବିଷୟରେ କହିବୁ । ସାଧରଣତଃ ଶାସ୍ତ୍ରରେ ଏହି କରଜ ନେବା ସମ୍ବନ୍ଧରେ ଅନେକ କଥା ବିଷୟରେ ବର୍ଣ୍ଣନା କରାଯାଇଛି । ଭଗବାନ ଶ୍ରୀ ହନୁମାନଙ୍କୁ ପୂଜା କରିବା ସହିତ କିଛି ଉପାୟ କରିବା ଦ୍ୱାରା ଆପଣ କରଜରୁ ମୁକ୍ତି ପାଇ ପାରିବେ । କହିରଖିବୁ ଯେ କରଜ ମନୁଷ୍ୟ ପାଇଁ କେତେ ଭୟଙ୍କର ହୋଇଥାଏ । କରଜରେ ବୁଡ଼ି ରହିଥିବା ବ୍ୟକ୍ତି କେବେ ଶାନ୍ତିରେ ଜୀବନ ବିତାଇ ପାରି ନଥାଏ । କାରଣ ମନରେ ସବୁବେଳେ କରଜ ସୁଝିବାର ଚିନ୍ତା ରହିଥାଏ । ଏହାଦ୍ବାରା ସମ୍ମାନ ଉପରେ ପ୍ରଭାବ ପଡ଼ିଥାଏ । ଘରେ ଅଶାନ୍ତି କଳୟ ଝଗଡ଼ା ମଧ୍ୟ ଦେଖା ଦେଇଥାଏ । ତେବେ ଆଜି ଆମେ କିଛି ସହଜ ଉପାୟ ବିଷୟରେ କହିବାକୁ ଯାଉଛୁ ।

ମଙ୍ଗଳବାର ଏବଂ ଶନିବାର କରଜ ନେଲେ ତାହାକୁ ସୁଝିବାକୁ ସମସ୍ୟା ହୋଇଥାଏ । ତେଣୁ ଏହି ଭୁଲ କରନ୍ତୁ ନାହିଁ । ଆଠ ଅଙ୍କ ଶନିଙ୍କ ଅଟେ ତେଣୁ ୮ , ୧୮ ଏବଂ ୨୬ ତାରିଖରେ କେବେ କରଜ ନିଅନ୍ତୁ ନାହିଁ । ଏହା ସମସ୍ୟା ବଢ଼ାଇଥାଏ । କରଜ ପାଇଁ ସୋମବାର , ବୁଧବାର ଏବଂ ଗୁରୁବାର ଉପଯୁକ୍ତ ଅଟେ । କରଜରେ ହସ୍ତାକ୍ଷର କରିବା ସମୟରେ ସର୍ବଦା ଈଶ୍ୱରଙ୍କୁ ସ୍ମରଣ କରନ୍ତୁ । ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ କହିବୁ ଯାହା ଆପଣଙ୍କୁ କରଜ ସୁଝିବାରେ କିମ୍ବା କରଜରୁ ମୁକ୍ତ ହେବାରେ ସହାୟତା କରିବ ।

୧ . ଗୋଟିଏ ଭଲ ପାନ ପତ୍ର ନେଇ ଉପରେ ଦୁଇଟି ଲବଙ୍ଗ ଏବଂ ଗୋଟିଏ ଅଳେଇଚ ରଖନ୍ତୁ । ତାହାକୁ ମଙ୍ଗଳବାର ଦିନ ସକାଳୁ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ପରିଧାନ କରି ହନୁମାନଙ୍କ ମନ୍ଦିରକୁ ଯାଆନ୍ତୁ ଏବଂ ଏହି ପାନ ପୁଡ଼ିଆ ଅର୍ପିତ କରିଦିଅନ୍ତୁ । ଏହି ଉପାୟ ଲଗାତାର ୩ ମାସ ପର୍ଯ୍ୟନ୍ତ କରନ୍ତୁ । କୌଣସି ମଙ୍ଗଳବାର ଆପଣ ସ୍ୱୟଂ ଯାଇପାରୁ ନାହାଁନ୍ତି ତେବେ ଆପଣଙ୍କ ପରିବର୍ତ୍ତେ ଅନ୍ୟ କେହି ମଧ୍ୟ ଯାଇ ପାରିବେ । ତାମସିକ ପଦାର୍ଥର ସେବନ କରନ୍ତୁ ନାହିଁ ଏବଂ ସାତ୍ଵିକତା ବଜାୟ ରଖନ୍ତୁ । ଏହାଦ୍ବାରା ଆପଣ ଋଣମୁକ୍ତ ହୋଇଯିବେ ।

୨ . ଅନେକ ସମୟରେ ଆମଦାନୀ କରଜ ଠାରୁ ଖୁବ କମ ହୋଇଯାଏ ଏବଂ ଶୁଭ କାର୍ଯ୍ୟରେ ବାଧା ଆସିଥାଏ । ଏଥିପାଇଁ ଗୋଟିଏ ଗୋଟା ପାନ ପତ୍ର ନେଇ ଚିକ୍କଣ ଭାଗକୁ ତଳକୁ ରଖନ୍ତୁ ଏବଂ ଖଦଡିଆ ଅଂଶକୁ ଉପରକୁ ରଖନ୍ତୁ ଏବଂ ଉପରେ ଦୁଇଟି ଲବଙ୍ଗ ରଖନ୍ତୁ ଏବଂ ସାବଧାନତାର ସହିତ ପାନ ପତ୍ରକୁ ଉଠାଇ ପ୍ରବାହିତ ପାଣିରେ ଭସାଇ ଦିଅନ୍ତୁ । ଈଶ୍ୱରଙ୍କୁ ସମସ୍ୟା ବିଷୟରେ କହିଲେ ଆପଣଙ୍କ ସମସ୍ୟାକୁ ନିଜ ସହିତ ପ୍ରବାହିତ କରି ନେଇଯିବ । ତାପରେ ଆପଣ ଆଉ ପଛକୁ ନବୁଲି ସିଧା ଘରକୁ ପଳାଇ ଆସନ୍ତୁ । ଦେଖିବେ ସମସ୍ୟା ଦୂର ହୋଇଯିବ ।

୩ . ଜୀବନରେ ଲଗାତାର କରଜ ବଢ଼ି ଚାଲିଥଲେ ନବରାତ୍ରୀ ସମୟରେ ପାନ ପତ୍ରରେ ପ୍ରତ୍ୟେକ ଦିନ ମାତା ଦୁର୍ଗାଙ୍କୁ ରିମ ଲେଖି ଅର୍ପିତ କରନ୍ତୁ । ନବମ ଦିନ ସେହି ପାନ ପତ୍ରକୁ ନିଜ ସିନ୍ଧୁକରେ ରଖି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ କରଜ ଜନିତ ସମସ୍ୟା ଦୂର ହୋଇଯିବ ।

୪ . ଆପଣ ରାତ୍ରି ସମୟରେ ଏକାକୀ ଏକ ଆସନ ପକାଇ ଶ୍ରୀହନୁମାନଙ୍କ ସାମ୍ନାରେ ବସି ଯାଆନ୍ତୁ । ଦୀପ ପ୍ରଜ୍ଜ୍ୱଳନ କରନ୍ତୁ ଏବଂ ନାଲି ଫୁଲ ଅର୍ପଣ କରନ୍ତୁ । ୧୧ ଥର ହନୁମାନ ଚାଲିଶା ପାଠ କରନ୍ତୁ । ଏହି ଉପାୟକୁ ନିୟମିତ ଭାବରେ ଆପଣଙ୍କୁ ୧୧ ଟି ମଙ୍ଗଳବାର କରିବାକୁ ପଡ଼ିବ । ପ୍ରତ୍ୟେକ ମଙ୍ଗଳବାର ରାତି ୧୧ ରୁ ୧୨ ମଧ୍ୟରେ ହିଁ ଏହି ଉପାୟକୁ କରନ୍ତୁ । ଅଳ୍ପ ଦିନ ମଧ୍ୟରେ ସବୁ କରଜ ସମସ୍ୟା ଦୂର ହୋଇଯିବ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *