Excuse Me Odisha

ଯାହା କହିବୁ ସତ କହିବୁ

ବୁଧବାର ଦିନ କରି ଦିଅନ୍ତୁ ଏହି ଗୋଟିଏ କାର୍ଯ୍ୟ । ପୂରଣ ହୋଇଯିବ ସବୁ ମନସ୍କାମନା ।

ସେୟାର୍ କରନ୍ତୁ

ଭଗବାନ ଗଣେଶ ହେଉଛନ୍ତି ଋଦ୍ଧି ସିଦ୍ଧିର ଦେବତା । ଯାହାଙ୍କୁ ଆଦ୍ୟ ଦେବତା ବୋଲି ମଧ୍ୟ କୁହାଯାଏ । ଭଗବାନ ଗଣେଶଙ୍କ କୃପାରୁ ବ୍ୟକ୍ତି ଧନୀ ମଧ୍ୟ ହୋଇଯାଏ । ସମସ୍ତ ଶୁଭ କାର୍ଯ୍ୟ ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରିବାର ନିୟମ ରହିଛି । ପ୍ରତ୍ୟେକ ଦିନ ସକାଳୁ ଉଠି ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ସ୍ମରଣ କରି ଓଁ ଗଣପତୟେ ନମଃ ମନ୍ତ୍ରର ଜପ ୨୧ ଥର କରନ୍ତୁ । ଏହାର ଖୁବ ଶୁଭ ଫଳ ଆପଣଙ୍କୁ ପ୍ରାପ୍ତ ହେବ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ପୂଜା କରିବାର କିଛି ଏପରି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଭଗବାନ ଗଣେଶ ପ୍ରସନ୍ନ ହୋଇଥାନ୍ତି ଏବଂ ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ ।

୧ . ବିଶେଷ ଭାବରେ ବୁଧବାର ଦିନକୁ ହିଁ ଭଗବାନ ଗଣେଶଙ୍କ ପୂଜା ଦିନ ବୋଲି କୁହାଯାଏ । ଏହି ଦିନ ଗଣେଶଙ୍କୁ ପୂଜା କରି ତାଙ୍କ ପ୍ରିୟ ଜିନିଷ ଅର୍ପଣ କରିବା ଉଚିତ । ଯେମିତିକି ରୋଲି ଏବଂ ନାଲି ସିନ୍ଦୁର । ନାଲି ସିନ୍ଦୁର ଗଣେଶଙ୍କର ବେଶ ପ୍ରିୟ । ନାଲି ସିନ୍ଦୁରରେ ଗଣେଶଙ୍କ ତିଲକ କଲେ ଗଣେଶ ବହୁତ ଜଲଦି ପ୍ରସନ୍ନ ହୋଇ ଯାଆନ୍ତି । ଘରେ କେବେ ଅଭାବ ରହେ ନାହିଁ ଏବଂ ସବୁ ଦୁଃଖ ଦୁର୍ଦଶା ଦୂର ହୋଇଯିବ । ସବୁ କ୍ଷେତ୍ରରେ ସଫଳତା ମିଳିବ ।

୨ . ଶ୍ରୀଗଣେଶଙ୍କୁ ମୋଦକ ଅତ୍ୟନ୍ତ ପ୍ରିୟ ଅଟେ । ତେଣୁ ପୂଜା ସମୟରେ ମୋଦକ ଭୋଗ ଲଗାନ୍ତୁ ଏବଂ ପୂଜା ଶେଷ ହେଲେ ତାହାକୁ ପରିବାର ଲୋକଙ୍କ ମଧ୍ୟରେ ପ୍ରସାଦ ଭାବରେ ବାଣ୍ଟି ଦିଅନ୍ତୁ । ଏହାଦ୍ବାରା ବିଗିଡ଼ି ଯାଇଥିବା କାମ ପୂରଣ ହୋଇଯିବ ଏବଂ ବ୍ୟବସାୟ ଜନିତ ସମସ୍ୟା ମଧ୍ୟ ଦୂର ହେବ ।

୩ . ଯଦି ଆପଣଙ୍କର ଚାକିରୀ ସମ୍ବନ୍ଧୀୟ କିଛି ସମସ୍ୟା ଅଛି ତେବେ ବୁଧବାର ଦିନ ନିଷ୍ଠା ଏବଂ ନିୟମର ସହିତ ଭଗବାନ ଗଣେଶଙ୍କ ପୂଜା କରି ୨୧ ଟି ଦୁବଘାସ ଅର୍ପଣ କରନ୍ତୁ । ଏହାଦ୍ବାରା ସମସ୍ୟା ଦୂର ହୋଇଯିବ । ଏହା ବ୍ୟତୀତ ଗଣେଶଙ୍କୁ ବୁନ୍ଦି ଲଡ଼ୁ ଅର୍ପଣ କରନ୍ତୁ ମନସ୍କାମନା ପୂରଣ ହେବ ।

୪ . ଯଦି ଆପଣ ବ୍ୟବସାୟ କିମ୍ବା ଚାକିରୀରେ ମାନ ସମ୍ମାନ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି ତେବେ ବୁଧବାର ଦିନ ଗଣେଶଙ୍କ ପୂଜା କରି ସମୀ ବୃକ୍ଷର ପତ୍ର ଅର୍ପଣ କରନ୍ତୁ । ଶ୍ରୀଗଣେଶ ମଧ୍ୟ ପ୍ରସନ୍ନ ହୁଅନ୍ତି । ସଧାରଣତଃ ବାସ୍ତୁ ଦୋଷ ଦୂର କରିବା ପାଇଁ ଲୋକେ ସମୀ ବୃକ୍ଷ ଲଗାଇଥାନ୍ତି ।

୫ . ଶ୍ରୀଗଣେଶଙ୍କୁ ପୂଜା ସମୟରେ ଚାଉଳ ଅର୍ପଣ କରନ୍ତୁ । କିନ୍ତୁ ଧ୍ୟାନ ରଖିବେ ଯେପରି ଭଙ୍ଗ ଚାଉଳ ନହୁଏ । କେବେବି କୌଣସି ଦେବୀ ଦେବତାଙ୍କୁ ଶୁଖିଲା ଚାଉଳ ଅର୍ପଣ କରନ୍ତୁ ନାହିଁ ବରଂ ଅଳ୍ପ ପାଣିରେ ଓଦା କରି ଦିଅନ୍ତୁ । ଏପରି କଲେ ଭଗବାନ ପ୍ରସନ୍ନ ହୁଅନ୍ତି।

୬ . ଯେଉଁ ବ୍ୟକ୍ତି ଭଗବାନ ଗଣେଶଙ୍କ ସାମ୍ନାରେ ଶୁଦ୍ଧ ଘିଅ ଦୀପ ଜାଳନ୍ତି ତେବେ ଭଗବାନ ଗଣେଶ ଖୁସି ହୁଅନ୍ତି । ଏହାଦ୍ବାରା ସମସ୍ତ ମନସ୍କାମନା ପୂରଣ ହେବା ସହିତ ଘରେ କୌଣସି ପ୍ରକାରର ଅଭାବ ଦେଖା ଦିଏ ନାହିଁ କିମ୍ବା ମାନ ସମ୍ମାନ ମଧ୍ୟ ବୃଦ୍ଧି ପାଏ ।

୭ . ଯେତେବେଳେ ଆପଣ ଗଣେଶଙ୍କ ପୂଜା କରୁଛନ୍ତି ସେତେବେଳେ ଶ୍ରୀଗଣେଶଙ୍କ ପେଟ ଦର୍ଶନ କରନ୍ତୁ ନାହିଁ । କାରଣ ତାଙ୍କ ପିଠିରେ ଦାରିଦ୍ର୍ୟର ବାସ ହୋଇଥାଏ । ଭଗବାନ ଗଣେଶଙ୍କ ପୂଜାରେ ତୁଳସୀ ପତ୍ର ଚଢ଼ାଯାଏ ନାହିଁ ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *